ମନ ମୋହୁଛି କୋରାପୁଟ କଫି, ବଢୁଛି ଚାହିଦା

ମନ ମୋହୁଛି କୋରାପୁଟ କଫି, ବଢୁଛି ଚାହିଦା

କୋରାପୁଟ: ଓଡ଼ିଶାରେ ବଢୁଛି କଫି ଚାଷ ପ୍ରତି ଆଗ୍ରହ । ଆଉ ପ୍ରୋତ୍ସାହନ ଦେଉଛି ପ୍ରଶାସନ। ଓଡ଼ିଶାର କଫି ଏବେ ପଡୋଶୀ ରାଜ୍ୟ ସମେତ ବିଦେଶରେ ବେଶ ନାଁ କରିଛି। ଏହି କଫି ହେଉଛି କୋରାପୁଟର। ଘଂଚ ଜଙ୍ଗଲ ପରିବେଶରେ ହେଉଥିବା କୋରାପୁଟ କଫି ବିଶ୍ବରେ ସୃଷ୍ଟି କରିଛି ସ୍ଵତନ୍ତ୍ର ପରିଚୟ। କୋରାପୁଟ ଜ଼ିଲ୍ଲାର ଜଳବାୟୁ କଫି ପାଇଁ ବେଶ ଅନୁକୂଳ ରହିଥିବାରୁ ଜ଼ିଲ୍ଲାରେ ବ୍ୟାପକ କଫି ଚାଷ ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। କଫିରେ ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛନ୍ତି। କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ। ବିଦେଶ ବଜାରରେ ଚାହିଦା ବଢିଲା ପରେ ଦିନକୁ ଦିନ କଫି ପ୍ରତି ବଢୁଛି କଫି ଚାଷ ପ୍ରତି ଆଗ୍ରହ। ସେଥିପାଇଁ କଫି ଚାଷୀଙ୍କ ସଂଖ୍ୟା ବି ବଢୁଛି। କଫି ଚାଷ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ୪୦ ରୁ ୫୦ ମହିଳା । ପୂର୍ବରୁ ଜ଼ିଲ୍ଲାରେ ଅଳ୍ପ ଅଞ୍ଚଳରେ କଫି ଚାଷ କରାଯାଉଥିଲା। ଏବେ ବଢୁଛି କଫି ଚାଷ ର ପରିସିମା। ବ୍ୟାପକ ଭାବେ କଫି ଚାଷ କରାଯାଉଛି। ପୂର୍ବରୁ ୫ ହଜାର ହେକ୍ଟରରେ କଫି ଚାଷ ହେଉଥିବା ବେଳେ ୧୦ ହଜାର ହେକ୍ଟରରେ କଫି ଚାଷ ପାଇଁ ଜ଼ିଲ୍ଲା ପ୍ରଶାସନ ଲକ୍ଷ ରଖିଛି। କୋରାପୁଟ କଫିର ସ୍ୱାଦ ନିଆରା ଥିବାରୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ କୋରାପୁଟ କଫିର ମଜା ନେଉଛନ୍ତି।

ଏମିତିକି ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମରେ କୋରାପୁଟ କଫିର ସ୍ୱାଦକୁ ପ୍ରଶଂସା କରିଛନ୍ତି। ଆଗକୁ ଅଧିକ ଲୋକ କଫି ଚାଷ କରିବାକୁ ଆଗ୍ରହ ଦେଖାଇବେ ବୋଲି କହିଛନ୍ତି କଫି ଚାଷୀ। ପ୍ରଧାନମନ୍ତ୍ରୀ କୋରାପୁଟ କଫିକୁ ପ୍ରଶଂସା ପରେ ଚାଷୀଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଛି। କୃଷି ବିଶେଷଜ୍ଞ ମତ ଆଗକୁ କୃଷି ଅର୍ଥନୀତି ରେ ବେଶ ସହାୟକ ହେବ କୋରାପୁଟ କଫି। ତେଣୁ ଏହାର ପ୍ରଚାର ପ୍ରସାର ସହ ଚାଷର ପରିସୀମା ବଢିବାର ଆବଶ୍ୟକତା ରହିଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories