AIIMSକୁ ସବୁ ସମ୍ପତ୍ତି ଦାନ କଲେ ଲକ୍ଷ୍ମୀବାଇ

AIIMSକୁ ସବୁ ସମ୍ପତ୍ତି ଦାନ କଲେ ଲକ୍ଷ୍ମୀବାଇ

ଦେଶ ସେବାରେ ରାଣୀ ଲକ୍ଷ୍ମୀବାଇଙ୍କ ନାଁ ଇତିହାସର ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଥିବାବେଳେ ସ୍ଵାଧୀନ ଭାରତରେ ଆଉ ଜଣେ ଲକ୍ଷ୍ମୀ ବାଇଙ୍କ ନାଁ କୁ ନେଇ ଏବେ ଚର୍ଚ୍ଚା । ଏମିତି ଜଣେ ଲକ୍ଷ୍ମୀ ବାଇ ହେଉଛନ୍ତି ବ୍ରହ୍ମପୁର ର ଡାକ୍ତର କେ. ଲକ୍ଷ୍ମୀ ବାଇ। ଏହି ଶତାୟୁ ମହିଳା ଡାକ୍ତର ମହିଳାଙ୍କ କର୍କଟ ରୋଗିଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର AIIMS କୁ ୩.୪୦ କୋଟି ଟଙ୍କା ଦାନ କରିଛନ୍ତିମ୍ ସ୍ତ୍ରୀରୋଗ ବିଶେଷଜ୍ଞ ଡକ୍ଟର କେ. ଲକ୍ଷ୍ମୀ ବାଇ ଙ୍କୁ ଡିସେମ୍ବର ୫ରେ ଶହେ ବର୍ଷ ହେବ। ତାଙ୍କର ଶତବାର୍ଷିକୀ ପାଳନ ପୂର୍ବରୁ ବ୍ରହ୍ମପୁରର ଭାବା ନଗରର ଡାକ୍ତର କେ. ଲକ୍ଷ୍ମୀ ବାଇ ଭୁବନେଶ୍ୱର ଏମ୍ସକୁ ତାଙ୍କ ଜୀବନବ୍ୟାପୀ ସଞ୍ଚୟ ସହିତ ୩.୪୦ କୋଟି ଟଙ୍କା ଦାନ କରିଛନ୍ତି।

୧୯୨୬ରେ ଦିସେମ୍ୱର ୫ ଟାରିଖରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀ ବାଇ। ୧୯୪୫ ମସିହାରେ କଟକର SCB ମେଡିକାଲ କଲେଜର ପ୍ରଥମ MBBS ବ୍ୟାଚ୍‌ର ଛାତ୍ରୀ ଲକ୍ଷ୍ମୀ ବାଇ । ୧୯୫୦ ମସିହାରେ ଡିଗ୍ରୀ ହାସଲ କରିଥିଲେ । ୧୯୫୮ରେ ମାଡ୍ରାସ ମେଡିକାଲ କଲେଜରୁ ପ୍ରସୂତି ଏବଂ ସ୍ତ୍ରୀ ରୋଗରେ DGO ଏବଂ MD ଉଭୟ ହାସଲ ପରେ ଆମେରିକାରେ ଉଚ୍ଚ ଶିକ୍ଷା ହାସଲ କରିଛନ୍ତି । 1986 ମସିହାରେ ବ୍ରହ୍ମପୁରର MKCG ମେଡିକାଲ କଲେଜରେ O&G ପ୍ରଫେସର ଭାବରେ ଅବସର ଗ୍ରହଣ କରିଥିଲେ ‌।‌ ୨୦୧୨ରେ ସେ ଦକ୍ଷିଣ ଓଡ଼ିଶାର ଲେଡି ଏମିନେନ୍ସ, ୨୦୨୦ରେ ଭାରତ ଜ୍ୟୋତି ପୁରସ୍କାର, ଅନ୍ତର୍ଜାତୀୟ ବନ୍ଧୁତା ସମାଜ ଏବଂ ୨୦୨୧ରେ ଭାରତର ଶ୍ରେଷ୍ଠ ନାଗରିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଡକ୍ଟର ଲକ୍ଷ୍ମୀ ବାଈ ତାଙ୍କ 100 ତମ ବର୍ଷରେ ପାଦ ଦେବା ପୂର୍ବରୁ ମାନବ ସେବାକୁ ବ୍ରତ ଭାବେ ଗ୍ରହଣ କରିଥିବା ଡାକ୍ତର ଲକ୍ଷ୍ମୀ ବାଇ ଜୀବନର ସବୁ କଷ୍ଟ ଅର୍ଜିତ ସମ୍ପତ୍ତିକୁ ଜନ କଲ୍ୟାଣରେ ଅର୍ପଣ କରି ମହାନତାର ପରିଚୟ ଦେଇଛନ୍ତି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories