ଲିକୁ- ଜିତୁ ମୁହାଁମୁହିଁ, ନେତା ପାଇଁ ରାସ୍ତାରେ ଜନତା

ଲିକୁ- ଜିତୁ ମୁହାଁମୁହିଁ, ନେତା ପାଇଁ ରାସ୍ତାରେ ଜନତା

ଯାଜପୁର: ଯାଜପୁର ଜିଲ୍ଲା ରାଜନୀତି ଏବେ କଥା କଟାକଟି ନୁହେଁ ଖଣ୍ଡ ଯୁଦ୍ଧରେ ପରିଣତ ହୋଇଛି। ଧର୍ମଶାଳାରେ ଏହା ଉତ୍ତେଜକ ସ୍ଥିତିରେ ପହଞ୍ଚିଛି। ପୂର୍ବତନ ବିଧ୍ୟାୟକ ପ୍ରଣବ ବଳବନ୍ତ ରାୟ(ଜିତୁ) ଓ ବର୍ତ୍ତମାନର ବିଧାୟକ ହିମାଂଶୁ ସାହୁ (ଲିକୁ)ଙ୍କ ସମର୍ଥକଙ୍କ ମଧ୍ୟରେ ହଣାକଟା ସ୍ଥିତି ଉପୁଜିଛି। ଏହାକୁ ନେଇ ଏସପିଙ୍କ ନିକଟରୁ ଡିଜିଙ୍କ ଯାଏ ଅଭିଯୋଗ ହୋଇଛି। ଯାଜପୁର ଜେନାପୁର ଥାନା ଘେରିଲେ ହିମାଂଶୁ ଙ୍କ ଶତାଧିକ ସମର୍ଥକ। ଜେନାପୁର ଥାନା କନ୍ତୁରି ନିକଟରେ ଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମ ହାଉସ ରେ, ବିଧାୟକ ହିମାଂଶୁ ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ୍ ରାୟଙ୍କ ସମର୍ଥକ ଙ୍କ ମଧ୍ୟରେ ଗଣ୍ଡଗୋଳ । ଆକ୍ରମଣକାରୀ ଙ୍କୁ ଗିରଫ ଦାବିରେ ଜେନାପୁର ଥାନା ସମ୍ମୁଖରେ ଧାରଣା।

ଅଭିଯୋଗ ମୁତାବକ ଜେନାପୁର ଥାନା ନରସିଂହପୁର ଅଞ୍ଚଳ ର ସୁନିଲ ପଣ୍ଡା ଓ ତାଙ୍କ ସହଯୋଗୀ ମାନେ ଏକ କାର ରେ ନିଜ ବ୍ୟବସାୟ ସ୍ଥଳୀ କୁ ଯାଉଥିଲେ। ଗଡ ମଧୁପୁର ନିକଟରେ କିଛି ଯୁବକ ସୁନିଲ ଙ୍କ ଗାଡ଼ି ଅଟକାଇ ତାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ।ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏହି ଗଣ୍ଡଗୋଳ ରେ ଉଭୟ ଗୋଷ୍ଠୀ ଙ୍କ ପକ୍ଷରୁ ଆହତ ହୋଇଥିଲେ। ଏହାକୁ ନେଇ ହିମାଂଶୁ ଙ୍କ ସମର୍ଥକ ଜେନାପୁର ଥାନା ରେ ଅଭିଯୋଗ କରିଥିବାବେଳେ ପ୍ରଣବଙ୍କ ସମର୍ଥକ ଓ ବିଜେଡି ନେତା ମାନେ ଭୁବନେଶ୍ୱର ରେ DG ଅଫିସ ରେ ଧାରଣା ରେ ବସିଥିଲେ। ପରେ ସୁନିଲ ପଣ୍ଡା ଙ୍କ ଆକ୍ରମଣ କାରୀ ଙ୍କୁ ଗିରଫ ଦାବିରେ ବିଳମ୍ବିତ ରାତି ରୁ ହିମାଂଶୁ ଙ୍କ ସମର୍ଥକ ମାନେ ଜେନାପୁର ଥାନା ସମ୍ମୁଖ ରେ ଧାରଣା ଦେଇଥିଲେ। ବିଧାନ ସଭା ଓ ଗୋଟିଏ ପରେ ଗୋଟିଏ ବ୍ଲକ ଦାଖଲ ଗୋଟି ଚକାଇ ରାଜନୀତିରେ ଚର୍ଚ୍ଚାରେ ଥିବା ଲୀକୁ ସାହୁଙ୍କ ସମର୍ଥକ ଓ ଜିତୁ ଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ରାଜନୀତି ସରଗରମ ହୋଇଛି। କଥା କଟାକଟି ରାଜନୀତି ଏବେ ହାତାହାତି ଓ ହାତିଆରରେ ପହଞ୍ଚିଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories