ଚମକିଲେ ଲୋମା, ଟୋକିଓ ଅଲିମ୍ପିକସ ରେ ବ୍ରୋଞ୍ଜ୍ ଆଣିଲେ ଦିବ୍ୟାଙ୍ଗ ଲୋମା

ଚମକିଲେ ଲୋମା, ଟୋକିଓ ଅଲିମ୍ପିକସ ରେ ବ୍ରୋଞ୍ଜ୍ ଆଣିଲେ ଦିବ୍ୟାଙ୍ଗ ଲୋମା

ଜଗତସିଂହପୁର: ବିଦେଶ ରେ ଚମକିଲେ । ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ ଲୋମା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଲୋମା ସ୍ଵାଇଁ। ଟୋକିଓ ଅଲଂପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଲୋମା ସ୍ବାଇଁ। ଗାଁ କୁ ଫେରିଛନ୍ତି ବ୍ରୋଞ୍ଜ ବିଜେତା ଲୋମା। ସବୁଠି ଆନନ୍ଦ, ଖୁସିର ଲହରୀ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଭୁତମୁଣ୍ଡାଇ ଗାଁ ର୍ ସୁନା ଝିଅ ତଥା ଇଂ ସଞ୍ଜୟ କୁମାର ସ୍ୱାଇଁ ଙ୍କ ଲୋମା ସ୍ବାଇଁ ଟୋକିଓ ଅଲମ୍ପିକ୍ସ ରେ ୫୦ କିଲୋ କରାଟେ ବର୍ଗ ରେ ବ୍ରୋଞ୍ ପଦକ ହାସଲ କରି ଦେଶ, ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି ଦିବ୍ୟାଙ୍ଗ ତଥା ମୁକ ବଧିର ଲୋମା ସ୍ବାଇଁ। ସଞ୍ଜୟ କୁମାର ସ୍ୱାଇଁ ଓ ମା ଜ୍ୟୋତିର୍ମୟୀ ସ୍ବାଇଁ ଙ୍କ ଝିଅ ଲୋମା। ଟୋକିଓରେ ବଧିର କରାଟେ ଅଲମ୍ପିକସ୍ ବ୍ରୋଞ୍ ଆଣିଛନ୍ତି। ୫୦କେଜି ବର୍ଗରେ ବ୍ରାଜିଲ ର ପ୍ରତିଯୋଗୀ ଙ୍କୁ ପରାସ୍ତ କରି ଲୋମା ବ୍ରୋଞ୍ଚ ପଦକ ହାସଲ କରିଛନ୍ତି। ପିଲାଟି ଦିନରୁ କଥା କହି ପାରନ୍ତି ନାହିଁ କିମ୍ବା ଶୁଣି ପାରନ୍ତି ନାହିଁ। ବଧିର ପାଇଁ ଲୋମାଙ୍କ ବାପା ମାଆ ସବୁବେଳେ ଚିନ୍ତିତ ରହୁଥିଲେ। ଲୋମା ଙ୍କ ବିଜୟ ପରେ ସେ ଗାଁ କୁ ଫରିଥିବା ବେଳେ ତାଙ୍କ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ପିଲାଟି ଦିନରୁ ଲୋମାଙ୍କ ଖେଳ ପ୍ରତି ଆଗ୍ରହ ଥିବା ବେଳେ କରାଟେ ପାଇଁ ସେ ସୁନୀଲ୍ ରାଠି ଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ। ଗାଁରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯିବା ସହିତ ବାଜା ବାଣ ଫୁଟାଇ ଗ୍ରାମ ପରିକ୍ରମା କରିଥିଲେ। ବୁଦ୍ଧିଜୀବୀ, କ୍ରୀଡାପ୍ରେମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ମାନେ ଲୋମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲୋମା ଙ୍କ ସଫଳତା ପାଇଁ ଲୋମା ତାଙ୍କ ବାପା ଓ ମାଆ ଏବଂ ପ୍ରଶିକ୍ଷକ ଙ୍କୁ ଶ୍ରେୟ ଦେଇଛନ୍ତି।

ଲୋମାଙ୍କର ସଫଳତା ପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ, ଭାରତୀୟ ଅଲମ୍ପିକ ଆସୋସିଏସନ, ରାଜ୍ୟ କ୍ରୀଡା ମନ୍ତ୍ରଣାଳୟ ତାକୁ ଶୁଭେଚ୍ଛା ଜଣାଇଛନ୍ତି। ସଫଳତା ପାଇଁ ଏକ ଲକ୍ଷ 51 ହଜାର ଟଙ୍କା ର୍ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories