ରାଜ୍ୟକୁ ଆଉ ଏକ ବାତ୍ୟା ଭୟ! ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ଭୟ ଘନେଇଛି । ମାତ୍ର ବାତ୍ୟା ହେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସ ସ୍ପଷ୍ଟ ଆକଳନ କରାଯାଇ ନାହିଁ। କିନ୍ତୁ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ବାତ୍ୟା ଆଶଙ୍କା କରୁଛନ୍ତି ।
ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡମାନ ସହରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ଆସନ୍ତାକାଲି ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଏହା ଅବପାତର ରୂପ ନେଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ମାତ୍ର ଆଗକୁ ସମ୍ଭାବ୍ୟ ଅବପାତର ରୂପରେଖ ଓ ପ୍ରଭାବ କଣ ରହିବ । ଦିଗ କେଉଁଆଡ଼େ ଯିବ ସେନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ।
ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏହା ପରେ ପାଗରେ ପରିବର୍ତ୍ତନ ଆସିପାରେ । ସେପାଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଶୀତର ପ୍ରକୋପ ସାମାନ୍ୟ କମିଛି । ମାତ୍ର ସକାଳୁ ସକାଳୁ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଛି । ସକାଳ ସମୟରେ ଏତେ କୁହୁଡ଼ି ଦେଖା ଯାଉଛି ଯେ ଯାନବାହାନ ଚଲାଇବା କଷ୍ଟକର ହୋଇପଡ଼ୁଛି । ତେବେେ ବାତ୍ୟାର ଦିଗ କେଉଁଆଡ଼େ ଯାଉଛି ତା’ ଉପରେ ନଜର ।








