ପ୍ରତାପଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଶାରଦା

ପ୍ରତାପଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଶାରଦା

ଭୁବନେଶ୍ବର: ଉଷ୍ଣ ହେଉଛି ମାହାଙ୍ଗା ରାଜନୀତି। ବିଧାୟକ ପୂର୍ବତନ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି। ଗଣମାଧ୍ୟମ, ସୋସିଆଲ ମିଡ଼ିଆ ରେ ଆରୋପ, ପ୍ରତ୍ୟାରୋପ ପରେ ଏବେ ମଞ୍ଚରେ ଖୋଲା ଚ୍ୟାଲେଞ୍ଜ ସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନ ପରଠୁ କେଉଁଠି ନାଁ କେଉଁଠି ପରସ୍ପର ଦୋଷ ଲଦାଲଦି ହେଉଥିବା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା ଓ ବର୍ତ୍ତମାନର ବିଧାୟକ ଶାରଦା ପ୍ରଧାନ ପରସ୍ପରକୁ ଖୋଲା ମଞ୍ଚରେ ଟାର୍ଗେଟ କରିବା ଘଟଣା ଚର୍ଚ୍ଚା i ଆଲୋଚନାର ବିଷୟ ପାଲଟିଛି। ଏହି ଆରୋପ ପ୍ରତ୍ୟାରୋପ ପୋଲ ନିର୍ମାଣକୁ ନେଇ। ଲୁଣା ନଦୀରେ ପୋଲ କାମ ବାତିଲକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରତାପ ଜେନା ଓ ବର୍ତ୍ତମାନର ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନ। ପୋଲ ନିର୍ମାଣକୁ ନେଇ ଗତ ମଙ୍ଗଳବାର ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱରରେ ପୂର୍ବତନ ବିଧାୟକ ପ୍ରତାପ ଜେନା ଧାରଣା ଦେଇଥିଲେ।

ସରକାରଙ୍କ ଉପରେ ବର୍ଷିବା ସହ ବିଧାୟକ ଶାରଦା ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ। କଥା ଏତିକିରେ ସୀମିତ ରହିନି। ଠିକ୍ ତା ପର ଦିନ ବୁଧବାର ସେହି ସମାନ ଜାଗାରେ ଶୁଭ ଶିଳାନ୍ୟାସ ସଭାରେ ପ୍ରତାପଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଧାୟକ ଶାରଦା ପ୍ରଧାନ। ମଞ୍ଚରୁ ପ୍ରତାପ ଜେନାଙ୍କୁ ଖୋଲା ଚାଲେଞ୍ଜ ଦେଇ ଶାରଦା କହିଛନ୍ତି ଯେ ଦିନ, ତାରିଖ ବାର ଠିକ କର ମୁଁ ଇସ୍ତଫା ଦେବି, ବିଧି ବ୍ୟବସ୍ଥାରେ ଯଦି ହୋଇ ପାରିବ ଗୋଟେ ଛାୟା ନିର୍ବାଚନ ହେଉ। ସେଥିରେ ଆମର ଲଢେଇ ହେବ। ପ୍ରତାପଙ୍କ ପୁଅ ସହ ଲଢ଼ି ଜିତିବା ପରେ ତାଙ୍କୁ ସନ୍ତୋଷ ଲାଗୁନି ବୋଲି କହିଛନ୍ତି ଶାରଦା। ଏହାକୁ ନେଇ ଏବେ ମାହାଙ୍ଗା ରାଜନୀତି ଉଷ୍ମ। ନିଶ୍ଚିନ୍ତକୋଇଲି ବ୍ଲକ ଲୁଣା ନଦୀରେ ଅସୁରେଶ୍ୱର-କୁଳଙ୍ଗା ଇଶାଳୋ ପୋଲ ଓ ସହଦେବପୁର- ବଳିଆପଦା ପୋଲ କାମ ବାତିଲ ପ୍ରତିବାଦରେ ଗତ ମଙ୍ଗଳବାର ପୂର୍ବତନ ବିଧାୟକ ପ୍ରତାପ ଜେନା ଧାରଣା ଦେଇଥିଲେ।

ନୂଆ ସରକାରରେ ଯେଉଁ ସବୁ ଦୃନୀତି ଚାଲିଛି ତାହା ବରଦାସ୍ତ କରାଯିବ ନାହିଁ କହି ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଥିଲେ। ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଥିଲେ। ଠିକ୍ ପରଦିନ ବୁଧବାର ସେହି ସମାନ ସ୍ଥାନରେ ଶିଳାନ୍ୟାସ ଉତ୍ସବ ଆୟୋଜନ କରିଥିଲେ ବିଧାୟକ ଶାରଦା ପ୍ରଧାନ। ପ୍ରତାପଙ୍କ ଉପରେ ବର୍ଷି ଥିଲେ ଶାରଦା। ଶାରଦା ପ୍ରଶ୍ନ କରିଥିଲେ ଯେ ସେତୁ ବାତିଲ ପ୍ରତାପ ଙ୍କୁ କାହିଁକି ବିଚଳିତ କରିଛି। ୨୪ବର୍ଷର ଯାହା ନହୋଇଛି ୫ ବର୍ଷରେ ତାହାଠୁ ଅଧିକ ହେବ। ଏମିତିକି ଛାୟା ନିର୍ବାଚନ ପାଇଁ ଆହ୍ୱାନ ଦେଇଛନ୍ତି ବିଧାୟକ ଶାରଦା ପ୍ରଧାନ। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ବୟାନ ମାହାଙ୍ଗା ରାଜନୀତିକୁ ରୋଚକ ମୋଡ଼ ଦେଉଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories