କଟକ: ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ତାରିଖ । ଚଳିତ ଶିକ୍ଷାବର୍ଷର ମାଟ୍ରିକ୍ ବୋର୍ଡ ପରୀକ୍ଷା ପାଇଁ ପରୀକ୍ଷାସୂଚୀ ପ୍ରକାଶ କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ସକାଳ ୯ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ ପରୀକ୍ଷା ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରାକାଶ ପାଇଥିବା ରିପୋର୍ଟ ଅନୁସାରେ, ଏଥର ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ଦିଆଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ଏବଂ ଗଣିବ କଶିବାରେ ଅଧିକ ସମୟ ଯାଉଥୁବାରୁ ବୋର୍ଡ ଏପରି ନିଷ୍ପତ୍ତି ନେଇଛି । ଫେବ୍ରୁଆରୀ ୧୯ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୨ ଯାଏଁ ପରୀକ୍ଷା ଚାଲିବ ।
ପ୍ରଥମ ଦିନ ଗୁରୁବାର ମାତୃଭାଷାରୁ ପରୀକ୍ଷା ଆରମ୍ଭ ହେବ । ଦ୍ୱିତୀୟ ଦିନ ଅର୍ଥାତ୍ ଫେବ୍ରୁଆରୀ ୨୧ରେ ଇଂରାଜୀ ପରୀକ୍ଷା ଥିବାବେଳେ ୨୩ରେ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ୨୫ରେ ବିଜ୍ଞାନ ଏବଂ ୨୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ଦୁଇ ଦିନ ଛୁଟି ପରେ ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ହେବ । ଏହି ଦିନ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯିବ । ଶେଷ ଦିନ ପରୀକ୍ଷା ସକାଳ ୯ଟାରୁ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ ।
କେଉଁଦିନ ହେବ କି ପରୀକ୍ଷା
- ଫେବୃଆରୀ-୧୯- ମାତୃଭାଷା
ଫେବୃଆରୀ -୨୧- ଇଂରାଜୀ
ଫେବୃଆରୀ -୨୩- ସଂସ୍କୃତ, ହିନ୍ଦୀ
ଫେବୃଆରୀ -୨୫- ବିଜ୍ଞାନ
ଫେବୃଆରୀ -୨୭- ସାମାଜିକ ବିଜ୍ଞାନ - ମାର୍ଚ୍ଚ- ୨ – ବିଜ୍ଞାନ
ସେପଟେ, ଯୁକ୍ତ ଦୁଇ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ସରିଛି । ଗତକାଲି ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା ହୋଇ ଥିବାବେଳେ ଆଜି ମାଟ୍ରିକ୍ ପରୀକ୍ଷା ସୂଚୀ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଚାଲିବ ।
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ନିୟମ ଅନୁସାରେ, ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ ୫0 ମାର୍କର ସବଜେକଟିଭି ପ୍ରଶ୍ନ ଓ ୫0 ମାର୍କର ଅବଜେକଟିଭ ପ୍ରଶ୍ନର ଉତ୍ତର ଦେବେ। ଗଣିତ, ସାଧାରଣ ବିଜ୍ଞାନ, ବିଜ୍ଞାନ ଏବଂ ଇଂରାଜୀ ବିଷୟରେ ୩୫ ମାର୍କର ସବଜେକଟିଭ ପ୍ରଶ୍ନ ଏବଂ ୪୦ ମାର୍କର ଅବଜେକଟିଭ ପ୍ରଶ୍ନ ରହିବ । ଅବଜେକଟିଭ ପ୍ରଶ୍ନର ଉତ୍ତର ଓଏମଆର ସିଟରେ ଏବଂ ସବଜେକଟିଭ ପ୍ରଶ୍ନର ଉତ୍ତର ପ୍ରଶ୍ନ ସଂଲଗ୍ନ ଉତ୍ତର ଖାତାରେ ଦେବେ ପରୀକ୍ଷାର୍ଥୀ ।








