ମିଲରଙ୍କ ଲାଭ ଖୋର୍ ମନୋବୃତି, ଦଲାଲଙ୍କୁ ମାଧ୍ୟମ କରି ଆଗୁଆ କିଣୁଛନ୍ତି ଧାନ

ମିଲରଙ୍କ ଲାଭ ଖୋର୍ ମନୋବୃତି, ଦଲାଲଙ୍କୁ ମାଧ୍ୟମ କରି ଆଗୁଆ କିଣୁଛନ୍ତି ଧାନ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପୂର୍ବରୁ ବିବାଦ ଦେଖାଦେଇଛି । ଖୋଲିନି ଧାନ ମଣ୍ଡି ଏହା ପୂର୍ବରୁ ଦେଖା ଦେଇଛି ବିବାଦ। ମୁହାଁମୁହିଁ ହୋଇଛନ୍ତି ଜିଲ୍ଲା ପ୍ରଶାସନ – ମିଲର ସଂଘ । ଜିଲ୍ଲା ପ୍ରଶାସନର ନିଷ୍ପତି ଆସନ୍ତା ୨୯ ତାରିଖରେ ଖୋଲିବ ମଣ୍ଡି । ହେଲେ ମିଲର ସଂଘର ଜିଦି ମଣ୍ଡିରୁ ଉଠାଇବୁ ନାହିଁ ଧାନ। କାରଣ ଗୋଦାମରେ ଗତବର୍ଷର ବଳକା ଚାଉଳ ରହିଛି । ତେଣୁ ଧାନ ରଖିବାକୁ ଜାଗା ନାହିଁ। ଧାନ ମଣ୍ଡି ଖୋଲିବାକୁ ନେଇ ସମସ୍ୟା ଦେଖା ଦେଇଥିବାବେଳେ, ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏହାର ସୁଯୋଗ ନେଇ ଦଲାଲ ମାନେ , ଚାଷୀଙ୍କ ଠାରୁ ୧୭ ଶହରୁ ୨୨ ଶହ ଟଙ୍କାରେ ଧାନ କୁଇଣ୍ଟାଲ କିଣି ଗଚ୍ଛିତ ରଖୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି, ଚାଷୀଙ୍କ ଠାରୁ କାମ ଦାମ୍ ଧାନ କିଣି ଦଲାଲ ମାନେ ମାଲେମଲ୍ ହେଉଥିବା ବେଳେ ଚାଷୀମାନେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହୋଇ ହତାଶ ହେଉଛନ୍ତି , ଚାଷୀଙ୍କୁ ଶୋଷଣ ପାଇଁ ଭିତିରି ବୁଝାବଣା ହୋଉଥିବା ଚାଷୀ ସଂଘ ପକ୍ଷରୁ ଅଭିଯୋଗ ହୋଇଛି, ମିଲର୍ ସଂଘର ଅସହଯୋଗ ପାଇଁ ଚଳିତ ବର୍ଷ ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ବିଳମ୍ବକୁ ଚାଷୀମାନେ ଚିନ୍ତାରେ । ଜିଲ୍ଲା ପ୍ରଶାସନର ନିରବତା ଦଲାଲକୁ ସକ୍ରିୟ ହେବାରେ ଖୋରାକ ଯୋଗାଇଛି ।

ଜିଲ୍ଲାରେ ଏ ବର୍ଷ ଧାନ ବିକ୍ରି ପାଇଁ ୫୭,୯୭୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ସେଥିମଧ୍ୟରୁ ୫୨,୦୯୪ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି | ପ୍ରଥମ ଦଫାରେ ଚାଷୀମାନଙ୍କଠାରୁ ୧୦ ଲକ୍ଷ ୧୬ କ୍ରିଣ୍ଟାଲ ଧାନ କିଣାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।ଚାଷୀମାନଙ୍କ ଟୋକନର ବୈଧତା ୩୦ ଦିନ ପର୍ଯ୍ୟନ୍ତ କାଏମ୍ ରହିବ । ଜିଲ୍ଲାର ୧୫୩ ସେବା ସମବାୟ ସମିତି ମାଧ୍ୟମରେ ୧୬୮ ଧାନ ମଣ୍ଡି ଖୋଲାଯିବ। ମିଲରମାନଙ୍କ ବିଭିନ୍ନ ଅଭିଯୋଗ ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ନିଷ୍ପତି ଅନୁଯାୟୀ ଆସନ୍ତା ୨୯ ତାରିଖରେ ଜିଲ୍ଲାରେ ଧାନ ମଣ୍ଡି ଉଦ୍ଘାଟନ ହେବ। ସେପଟେ ଖଣ୍ଡପଡା ବିଧାୟକ କହିଛନ୍ତି ଚାଷୀ ଏବଂ ମିଲର ସଂଘ ସମସ୍ୟା ନେଇ ଅବଗତ ଅଛନ୍ତି। ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କର କୌଣସି ସମସ୍ୟା ରହିବ ନାହିଁ।

ଯୋଗାଣ ବିଭାଗର ଅବହେଳା ପାଇଁ ଚଳିତ ବର୍ଷ ଜିଲ୍ଲାରେ ବିଳମ୍ବରେ ଧାନ ମଣ୍ଡି ଖୋଲିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହାର ସୁଯୋଗ ନେଇ ଏବେ ଠାରୁ ଦଲାଲ ମାନେ ଚାଷୀଙ୍କ ଠାରୁ କାମ ଦାମରେ ଧାନ କିଣି ନେଇଛନ୍ତି। ଆଗାମୀ ଦିନରେ ମଣ୍ଡି ଖୋଲିଲେ ଅନ୍ୟ ଚାଷୀଙ୍କ ନାଁ ରେ ବିକ୍ରୀ କରି ଦୁଇ ଗୁଣା ଲାଭ ଉଠାଇବେ, ଚାଷୀଙ୍କ ସମସ୍ୟା ଦୂର ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ନେତାଙ୍କ ସମେତ ବିଭିନ୍ନ ମହଲରେ ଦାବି ହୋଇଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories