ନୂତନ ଜଳସେଚନ ଡିଭିଜନ ତିଆରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ନୂତନ ଜଳସେଚନ ଡିଭିଜନ ତିଆରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ରେ ଏକ ନୂତନ ଜଳସେଚନ ଡିଭିଜନ ତିଆରି କରିଵା ପାଇଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଙ୍କୁ ଗତ ଡିସେମ୍ବର ୬ ତାରିଖ ଚିଠି ଲେଖିଛନ୍ତି |ବିଧାୟକ ତ୍ରିପାଠୀ ତାଙ୍କ ଚିଠି ସଂଖ୍ୟା ୬୨୦/୨୦୨୫ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଛନ୍ତି ଯେ ଝାରସୁଗୁଡା ଜିଲ୍ଲା ରେ ବର୍ତମାନ ପର୍ଯ୍ୟନ୍ତ ଏକ ଜଳସେଚନ ଡିଭିଜନ ତିଆରି ହୋଇନାହିଁ |ଜିଲ୍ଲା ରେ ବର୍ତମାନ ବହୁ ଲୋକ ଧାନ, ପନିପରିବା ତଥା କୃଷି ଉପରେ ନିର୍ଭର କରି ଚଳୁଛନ୍ତି |କିନ୍ତୁ ଜିଲ୍ଲା ରେ ଜଳସେଚନ ର ଅଭାବ ଥିବାରୁ ଚାଷୀ ମାନେ ଠିକ ସମୟ ରେ ପାଣି ର ଅଭାବ ଯୋଗୁଁ ବହୁ କ୍ଷତି ରେ ପଡୁଛନ୍ତି | ତେଣୁ ଜିଲ୍ଲା ରେ ଏକ ଜଳସେଚନ ଡିଭିଜନ ତିଆରି ହେଲେ ଝାରସୁଗୁଡା ଜିଲ୍ଲା ରେ ଚାଷୀ ମାନଙ୍କ ଆର୍ଥିକ ପରିସ୍ଥିତି ମଜଭୁତ ହୋଇ ପାରିବେ |ଜଳସେଚନ ଡିଭିଜନ ତିଆରି ହେଲେ ଯୁବ ପିଢ଼ି ମଧ୍ୟ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ |ତେଣୁ ଜଳସେଚନ ଡିଭିଜନ ତିଆରି ପାଇଁ ଆବଶ୍ୟକ ପଦକ୍ଷେପ ସହିତ ଯୋଜନା ତିଆରି କରି ଜିଲ୍ଲା ରେ ଚାଷୀ ମାନଙ୍କୁ ଉପଯୁକ୍ତ ଜଳସେଚନ ସୁବିଧା ଶୀଘ୍ର ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ବିନମ୍ର ଅନୁରୋଧ କରିଛନ୍ତି |

ଏହା ସହିତ ଝାରସୁଗୁଡା ବାସୀ ଙ୍କ ଆଶା ଆକାଂକ୍ଷା ଙ୍କୁ ମୁଖ୍ୟମନ୍ତ୍ରୀ ମାଝୀ ନିଶ୍ଚିତ ଭାବ ରେ ପୂରଣ କରିବେ ବୋଲି ବିଧାୟକ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି |ଗତ ୨୪ବର୍ଷ ଧରି ସରକାର ରେ ଥିବା ବିଜୁ ଜନତା ଦଳ ସମୟ ରେ ଝାରସୁଗୁଡା ଜିଲ୍ଲା ର ଚାଷୀ ମାନଙ୍କ ପାଇଁ ଅନୁକୂଳ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ଆର୍ଥିକ ପରିସ୍ଥିତି ସମ୍ମୁଖୀନ ହେବା ସହିତ ଘୋର ଅସୁବିଧା ର ସମ୍ମୁଖୀନ ହୋଇଥିଲେ କିନ୍ତୁ ରାଜ୍ୟ ଓ କେନ୍ଦ୍ର ରେ ଥିବା ଭାଜପା ସରକାର ଚାଷୀ ମାନଙ୍କ ସରକାର ଓ ସବୁବେଳେ ଚାଷୀ ଙ୍କ ସ୍ୱାର୍ଥପାଇଁ କାମ କରୁଛି ତେଣୁ ଅତିଶୀଘ୍ର ଜଳସେଚନ ଡିଭିଜନ ଜିଲ୍ଲା ରେ ତିଆରି ହୋଇ ଚାଷୀ ମାନଙ୍କ ଉନ୍ନତି ରେ ସହାୟକ ହେବ ବୋଲି ଝାରସୁଗୁଡା ବିଧାୟକ ତ୍ରିପାଠୀ ପ୍ରକାଶ କରିଛନ୍ତି |

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories