ଭୁବନେଶ୍ବର: ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ନେଇ ବିଧାନସଭାରେ ସଂଶୋଧିତ ବିଲ ପାରିତ। ମଙ୍ଗଳବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥାପନ କରିଥିଲେ। ସଂଶୋଧିତ ବିଲ ଅନୁସାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ଦରମାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମାକୁ ବୃଦ୍ଧି କରି ୧ ଲକ୍ଷ ଟଙ୍କା କରାଯାଇଛି। ସେହିପରି ଭତ୍ତା ୧ ଲକ୍ଷ ୮୩ ହଜାର ଟଙ୍କା କରାଯାଇଛି । ଉପମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ଏବେ ୯୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଭତ୍ତା ୧ ଲକ୍ଷ ୮୧ ହଜାର ଟଙ୍କା ବୃଦ୍ଧି ହୋଇଛି। ମନ୍ତ୍ରୀଙ୍କ ବର୍ଦ୍ଧିତ ଦରମା ୯୬ ହଜାର ଟଙ୍କା ହେବ । ୧ ଲକ୍ଷ ୭୯ ହଜାର ଟଙ୍କାର ଭତ୍ତା ମିଳିବ ।
ବାଚସ୍ପତିଙ୍କ ଦରମା ଥିଲା ୪୦ ହଜାର ୫୦୦ ଟଙ୍କା । ବର୍ଦ୍ଧିତ ଦରମା ଅନୁସାରେ ୯୮ ହଜାର କୁ ବୃଦ୍ଧି।ବୈଠକ ଭତ୍ତା ୮୦୦ ଟଙ୍କା ୨୦୦୦ ଟଙ୍କା କୁ ବୃଦ୍ଧି। ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳ ରେ ଦୈନିକ ୨୦୦୦ ଟଙ୍କା ପାଇବେ।ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ। ମାସିକ କାର ଭତ୍ତା ୧୭ ହଜାର ବଦଳରେ ୮୯ ହଜାର ପାଇବେ।ଉପ ବାଚସ୍ପତି ମାସିକ ଦରମା ୩୮ ହଜାର ବଦଳରେ ୯୪ ହଜାର ପାଇବେ।ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ।ଉପ ବାଚସ୍ପତି ବୈଠକ ଭତ୍ତା ୮୦ଡ଼ ବଦଳରେ ୨୦୦୦ ପାଇବେ।ବାସଗୃହ ଭତ୍ତା ବାବଦ କୁ ପୂର୍ବରୁ କିଛି ଟଙ୍କା ମିଳୁ ନଥିବା ବେଳେ ଏଣିକି ଦୈନିକ ୨୦୦୦ ଟଙ୍କା ପାଇବେ।କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ। ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା। ୪୦ ହଜାର ଟଙ୍କା ବଦଳରେ ମିଳିବ ୯୬ ହଜାର ଟଙ୍କା।ସେହିଭଳି ୩୬ ହଜାର ଟଙ୍କା ବଦଳରେ ମିଳିବ ୯୨ ହଜାର ଟଙ୍କା।ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ମିଳିବ।
ମାସିକ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦୦୦୦ ଟଙ୍କା।ମାସିକ ଯାନ ବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦,୦୦୦ ଟଙ୍କା।କମିଟି ବୈଠକ ଭତ୍ତା୧୫୦୦ ଟଙ୍କା ବଦଳରେ ୩୦୦୦ ମିଳିବ।ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦୦୦୦ ଟଙ୍କା ମିଳିବ। ରାଜ୍ୟ ଭିତରେ କାର ଯାତ୍ର ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା। ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦୦୦୦ ଟଙ୍କା ମିଳିବ।ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫୦୦୦ ମିଳିବ। ଘର ମିଳି ନଥିବା ବିଧାୟକ ଙ୍କ କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା ମିଳିବ।ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ମିଳିବ ପୂର୍ବତନ ବିଧାୟକ ଯେଉଁମାନେ ଥରଟିଏ ବିଧାୟକ ହୋଇଥିବେ ସେମାନଙ୍କୁ ପେନସନ ବାବଦକୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ ଏବେ ୮୦ ହଜାର ଟଙ୍କା ମିଳିବ।ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ। ଗସ୍ତ ଖର୍ଚ୍ଚ ବାବଦ କୁ ୧୨ ହଜାର ଟଙ୍କା ମିଳିବ। ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାର ବଦଳରେ ମିଳିବ ୨୫୦୦୦ ଟଙ୍କା। କୌଣସି ବିଧାୟକ ଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର କୁ ୨୫ ଲକ୍ଷ ଟଙ୍କା ର ସହାୟତା ରାଶି ଯୋଗାଇ ଦିଆଯିବ।
ପ୍ରତି ପାଞ୍ଚ ବର୍ଷ କୁ ଥରେ ବଢିବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ। ତେବେ ଦରମା ବୃଦ୍ଧି ଦାବିରେ ବହୁ ସରକାରୀ କର୍ମଚାରୀ ଓ ସଂଘ ରାଜଧାନୀ ରାଜରାସ୍ତା ଜାମ କରିବା ସହ ଦିନରାତି ଆନ୍ଦୋଳନ କରୁଛନ୍ତି। ଏବେ ଶିକ୍ଷକ ସଂଘ, ପାଚିକା ସଂଘ ଆଦି ଆନ୍ଦୋଳନ ଚଳାଇଛନ୍ତି। ତେବେ ସରକାର ସେମାନଙ୍କ ସହ ଆଲୋଚନା ନ କରିବା କିମ୍ବା ଦରମା ବୃଦ୍ଧି ନେଇ କୌଣସି ପଦକ୍ଷେପ ନେଇ ନ ଥିବାବେଳେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ଆଲୋଚନା ର ପ୍ରସଙ୍ଗ ପାଲଟିଛି।







