New Labour Code 2025: 4 ନୂଆ ଲେବର୍ କୋଡ୍ କ’ଣ? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

 New Labour Code 2025

ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, ଆର୍ଥିକ ସୁବିଧା ଓ ଛୁଟି ମଞ୍ଜୁରୀ ଆଦି ବିଭିନ୍ନ ଦିଗ ଉପରେ ଧ୍ୟାନ ଦେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଭାରତ ସରକାର ଲେବର୍ ଲ’ରେ କିଛି ପରିବର୍ତ୍ତନ ଆଣିଛନ୍ତି, ଯାହା ପ୍ରତିଟି ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିକର ବିଷୟ । ପୂର୍ବରୁ ଭାରତରେ ପ୍ରଚଳିତ ହେଉଥିବା 29ଟି ଲେବର୍ ଲକୁ ସୀମିତ କରି ବର୍ତ୍ତମାନ ତାକୁ ମାତ୍ର 4ଟି ଲେବର୍ କୋର୍ଡକୁ ପରିବର୍ତ୍ତିତ କରିଛନ୍ତି ସରକାର । ଏଥିସହ ପ୍ରଚଳିତ ଥିବା 1436 ରୁଲ୍ସକୁ 351 କରିଛନ୍ତି । ତେବେ ପରିବର୍ତ୍ତିତ 4 ଲେବର୍ କୋଡ୍ କଣ, ଜାଣନ୍ତୁ…

4 ଲେବର୍ କୋଡ୍:

କର୍ମଚାରୀଙ୍କ ଦରମା ବା ବେତନ, ସାମାଜିକ ନିରାପତ୍ତା, ସ୍ୱାସ୍ଥ୍ୟ ଓ ସୁରକ୍ଷା, କାର୍ଯ୍ୟସ୍ଥଳର ସ୍ଥିତି ଓ ପରିସ୍ଥିତି ଏବଂ କର୍ମସଂସ୍ଥାନରେ ଶ୍ରମିକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ 4ଟି କୋଡ୍ ଗଠନ କରିଛନ୍ତି ସରକାର । ଏହି 4 ବିଭାଗରେ ଗୋଟିଏ ଗୋଟିଏ କୋଡ୍ ରଖାଯାଇଛି ।

କର୍ମଚାରୀ ପରିଚୟ (ଏମ୍ପ୍ଲଇ ଆଇଡିନଟିଟି):

ପୂର୍ବରୁ କର୍ମଚାରୀଙ୍କର କୌଣସି ପରିଚୟ ପତ୍ର ରହୁନଥିଲା । ଯଦିଓ କିଛି ଲୋକଙ୍କୁ ଏହି ସୁବିଧା ମିଳୁଥିଲା କିନ୍ତୁ ଅନେକ କର୍ମଚାରୀ ଏଥିରୁ ବଞ୍ଚିତ ହେଉଥିଲେ । ଏଥିପାଇଁ ସରକାର ନିଯୁକ୍ତି ଲେଟରକୁ ବାଧ୍ୟତାମୂଳକ କରି ଦେଇଛନ୍ତି । ଫଳରେ ପ୍ରତିଟି କର୍ମଚାରୀଙ୍କୁ ସଂସ୍ଥାନ ପକ୍ଷରୁ ଏହି ଲେଟର୍ ମିଳିବ ।

ସ୍ୱାସ୍ଥ୍ୟ ନିରାପତ୍ତା – କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ନୂଆ କୋଡରେ କିଛି ଜରୁରୀ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁସାରେ ଏଣିକି ପ୍ରତ୍ୟେକ କର୍ମ ସଂସ୍ଥାନରେ 40 ବର୍ଷରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ମାଗଣା ଚେକ୍ ଅପ୍ କରାଯିବ । ଏଥିସହ ଏମ୍ପ୍ଲୋଇ ଷ୍ଟେଟ୍ ଇନ୍ସୁରାନ୍ସ (ଇଏସଆଇ) ବାଧ୍ୟତାମୂଳକ କରାଯିବ ।

ମହିଳା କର୍ମଚାରୀଙ୍କ ଭାଗିଦାରୀ – ପୁରୁଷଙ୍କ ଭଳି କର୍ମ ସଂସ୍ଥାନରେ ମହିଳାଙ୍କ ଭାଗିଦାରୀକୁ ପ୍ରାଧାନ୍ୟ ଦେଇଛନ୍ତି ସରକାର । ଏଣିକି ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ କାମ, ସମାନ ଦରମା, ସମାନ ଇନକ୍ରିମେଣ୍ଟ ଲାଗୁ କରାଯିବ । ରାତିରେ ମହିଳାଙ୍କୁ କାମ କରିବାର ସୁଯୋଗ ଏବଂ ସେମାନଙ୍କ ସୁରକ୍ଷା ପ୍ରତି କମ୍ପାନୀ ଦାୟିତ୍ୱବାନ ହେବ ।

ଫିକ୍ସଡ ଟର୍ମ ଏମ୍ପ୍ଲଇ – ଫିକ୍ସଡ ଟର୍ମ ଏମ୍ପ୍ଲଇଙ୍କ ପାଇଁ ଏହା ଅଧିକ ଲାଭପ୍ରଦ ହେବ । ଏମାନେ ପରମାନେଣ୍ଟ ବା ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ପାଇବାରେ ହକଦାର । ଦରମା, ଛୁଟି ଓ ଡାକ୍ତରୀ ସୁବିଧା ମିଳିବ । ଏଥିସହ ଫିକ୍ସଡ ଟର୍ମ ଏମ୍ପ୍ଲଇ ମଧ୍ୟ ଗ୍ରାଚୁଇଟି ଟଙ୍କା ପାଇବା ସହ ପ୍ରମୋସନ୍ ମଧ୍ୟ ନେଇପାରିବେ ।

ସ୍ୱାସ୍ଥ୍ୟ, ବେତନ ଓ ସାମାଜିକ ନିରାପତ୍ତା ପରେ ସରକାର ଗ୍ରାଚୁଇଟି ଟଙ୍କା ପାଇବାରେ ନିୟମ ବଦଳାଇଛନ୍ତି । ପୂର୍ବରୁ ଜଣେ କର୍ମଚାରୀ ଗୋଟିଏ ସଂସ୍ଥାରେ 5 ବର୍ଷ ରହିବା ପରେ ଗ୍ରାଚୁଇଟି ଟଙ୍କା ପାଉଥିଲେ । ମାତ୍ର ନୂଆ ନିୟମ ଅନୁସାରେ ଏଣିକି ଗୋଟିଏ ବର୍ଷ ପରେ ଗ୍ରାଚୁଇଟି ଟଙ୍କା ମିଳିବ ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories