ନୂଆ ନେପାଳ, ବିକାଶର ସୂର୍ଯ୍ୟୋଦୟ ଦେଖିଲା ପାହାଡି ଗାଁ

ନୂଆ ନେପାଳ, ବିକାଶର ସୂର୍ଯ୍ୟୋଦୟ ଦେଖିଲା ପାହାଡି ଗାଁ

ନୟାଗଡ଼: ଦେଶ ନାଁ ନେପାଳ ଶୁଣିଥିବେ ହେଲେ ଏମିତି ଏକ ଗାଁ ନାଁ ହେଉଛି ନେପାଳ । ଓଡ଼ିଶାର ଏହି ଗାଁ ନାଁ ନେପାଳ ଏବେ ଚାରିଆଡେ ଚହଳ ପକାଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପାହାଡି ଓ ଅପହଞ୍ଚି ଗାଁ ନେପାଳକୁ ଆସିଲା ଲାଇନ। ବିଜୁଳି ଆଲୋକରେ ଆଲୋକିତ ହେଲା ଗାଁ । ଲୋକଙ୍କ ଖୁସି କହିଲେ ନସରେ । ଦିନକ ପୂର୍ବରୁ ଯେଉଁଠି ସୂର୍ଯ୍ୟ ଅସ୍ତ ହେଲେ ଗାଁରେ ପଡ଼େ ତାଟି କବାଟ । ସେଠି ବିଜୁଜି ଆଲୁଅ ଦେଖି ଲୋକଙ୍କ ଖୁସିର ସୀମା ନାହିଁ । ବିକାଶ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ନେପାଳ ।

ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ସାଂସଦ ସମ୍ବିତ ପାତ୍ର,ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସମେତ ବରିଷ୍ଠ ପ୍ରାଶାସନିକ ଅଧିକାରୀ ନେପାଳରେ ପହଞ୍ଚି ଉନ୍ନୟନ ମୂଳକ କାମ ଉଦଘାଟନ କରିଥିଲେ। ନେପାଳର ପ୍ରତି ଘରକୁ 24 ଘଣ୍ଟିଆ ପିଇବା ପାଣି ସଂଯୋଗ ହୋଇଛି । ପ୍ରତି ଘରକୁ ବି ସୋଲାର ଆଲୁଆ ଯୋଗାଇ ଦିଆଯାଇଛି। ଏହାସହ ଗାଁ ରାସ୍ତାରେ ସୋଲାର ଲାଇଟ ଲାଗିଛି । ଗାଁରେ ଅଙ୍ଗନୱାଡି କେନ୍ଦ୍ର ସହ ସୋଲାର ଲାଇଟକୁ ସାଂସଦ ସମ୍ବିତ ପାତ୍ର,ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଉଦଘାଟନ କରିଥିଲେ।

ଲୋକଙ୍କ ପାଇଁ ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ରୋଜଗାର ସ୍ଵପ୍ନ ଥିଲା । ଏହାର କାରଣ ଗାଁଟି ପାହାଡ଼ ଉପରେ , ଅପହଞ୍ଚ ଇଲାକାରେ । ସରକାରୀ ଯୋଜନା ଯୋଜନ, ଯୋଜନ ଦୂରରେ ରହିଥିଲେ । ବିକାଶ ଗାଁ ଲୋକଙ୍କ ପାଇଁ ସାତ ସପନ ଥିଲା । ଏବେ ଗାଁଲୋକେ ଦେଖୁଛନ୍ତି ବିକାଶର ଚିତ୍ର । ପୂର୍ବ ରୁ ଏହି ଗାଁ ବିଜୁଳି ନଥିଲା କିମ୍ବା ପିଇବା ପାଣି ସୁବିଧା ନଥିଲା। ଆଲୁଅ କହିଲେ ଡିବି ଆଲୁଅ, ପାଣି କହିଲେ ଝରଣା ଲୋକଙ୍କ ସାହାରା ଥିଲା। ଗାଁକୁ ନଥିଲା ରାସ୍ତା । ଅଙ୍ଗନୱାଡି ,ସ୍କୁଲ ନଥିବାରୁ ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହେଉଥିଲା । ୨୦୨୫ ନଭେମ୍ବର ମାସରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ନେପାଳ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବିକାଶ ପାଇଁ ସ୍ଥାନୀୟ ଲୋକଙ୍କ ସହ ମିଟିଂ କରିଥିଲେ ଆଉ ବିକାଶ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଜିଲ୍ଲାପାଳ ନେପାଳରୁ ଫେରିବା ପରେ ବିକାଶମୂଳକ କାମ ଆରମ୍ଭ ହୋଇଥିଲା। ସୋଲାର ଲାଇଟ ସାଙ୍ଗକୁ BSNL ଟେଲିଫୋନ ସେବା ଏବଂ ଗାଁର ପ୍ରତି ପରିବାରକୁ ପିଇବା ପାଣି ସଂଯୋଗ ହୋଇଛି । ବିଜୁଳି ଆଲୁଆରେ ଆଲୋକିତ ହୋଇଛି ପୁରା ଗାଁ, ରାସ୍ତାଘାଟ । ନେପାଳରେ ବିକାଶର ଉଦୟ ହୋଇଛି । ଜିଲ୍ଲାପାଳ କଥା ଦେଇ କଥା ରଖି ଥିବାରୁ ଲୋକଙ୍କ ମୁହଁରେ ହସ ଫୁଟିଛି ।ଜିଲ୍ଲାପାଳଙ୍କ ଉଦ୍ୟମ ପାଇଁ ଅନ୍ଧାରରେ ଥିବା ନେପାଳ ଗାଁ ଆଜି ଆଲୋକିତ ହୋଇପାରିଛି, ବିଜୁଳି ଆଲୁଅ ସାଙ୍ଗକୁ ପ୍ରତି ଘରକୁ ମିଳିଛି 24 ଘଣ୍ଟିଆ ପିଇବା ପାଣି ମିଳିପାରିଛି । ଜିଲ୍ଲାପାଳଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଜନ୍ମରୁ ଲାଇନ ଓ ପାଇପ ପାଣି ଆମେ ଦେଖି ନଥିଲୁ । ସୂର୍ଯ୍ୟ ଅସ୍ତ ହେଲେ ଡର ଲାଗେ । ଜିଲ୍ଲାପାଳ, ପ୍ରାଶାସନିକ ଅଧିକାରୀଙ୍କୁ କେବେଳ ଧନ୍ୟବାଦ ଦେଲେ କମ ହେବ । ଏ ଖୁସିକୁ ବର୍ଣ୍ଣନା କରିବାକୁ ଶଦ୍ଦ ନାହିଁ ବୋଲି ନେପାଳ ବାସିନ୍ଦା ରମାକାନ୍ତ କହିଛନ୍ତି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories