ଅମର- ଶେଜଲ ପ୍ରେମରେ ନୂଆ ଟୁଇଷ୍ଟ, ସେଜଲ୍କୁ ଟଙ୍କା ମାଗୁଥିଲେ ଅମର। ଖୋଳତାଡ କରୁଛି ପୋଲିସ

ଅମର- ଶେଜଲ ପ୍ରେମରେ ନୂଆ ଟୁଇଷ୍ଟ

ଭୁବନେଶ୍ବର: ଅମର ଓ ଆମେରିକା ଫେରନ୍ତା ସେଜଲଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏବେ ଉଭୟଙ୍କ ପ୍ରେମରେ ଆସିଛି ନୂଆ ମୋଡ଼। ନିଜେ ବିଛାଇଥିବା ଫାଶରେ ଅମର ଫସିବା ନେଇ ଚର୍ଚ୍ଚା ଜୋର। ଅମରକୁ ପୋଲିସ ଉଠାଇ ନେବା ପରେ ସନ୍ଦେହ ଅଧିକ ଘନଉଛି। ଅମର ଓ ସେଜଲ ଙ୍କ ପ୍ରେମ ଭଲ ପାଇବାରେ ନୁହେଁ ତିକ୍ତତା ଆଡକୁ ଗତି କରିଛି। ବିଭିନ୍ନ ସମୟରେ ଅମର ସେଜଲଙ୍କୁ ନିଯ୍ୟାତନା ଦେବା ସହିତ ଲକ୍ଷାଧିକ ଟଙ୍କା ଦାବି କରୁଥିଲେ। ଅମରଙ୍କୁ ନାରିସଂଘ ରେ କାଉନସେଲିଂ ବେଳେ ଏ କଥା ପଦାକୁ ଆସିଛି। ଅମରକୁ ପୋଲିସ ଏ ସମ୍ପର୍କରେ ଅଧିକ ପଚରା ଉଚରା ଚଳାଇଛି। ସହଦେବଖୁଣ୍ଟା ଥାନାରେ ଅମରକୁ ପଚରାଉଚରା କରୁଛି ପୋଲିସ। ସେଜଲ ଫେରିବା ପଛରେ ଅମରଙ୍କ ଭୂମିକା କଣ, ଟଙ୍କା ପାଇଁ ସେଜଲକୁ ବ୍ଲାକମେଲିଂ କରୁଥିଲେ କି ଅମର, ଏମିତି ଅନେକ ପ୍ରଶ୍ନକୁ ନେଇ ଜେରା କରୁଛି ପୋଲିସ।

ଆମେରିକାରୁ ଫେରିଲା ପରେ ବିମାନ ବନ୍ଦରରେ ସେଜଲ ଅମରଙ୍କୁ ଭଲ ପାଆନ୍ତି ଓ ଅମରଙ୍କ ସହ ରହିବେ ବୋଲି କହିଥିଲେ। ଏହାପରେ ଅମର ନିଜ ଆଡୁ ଦୋଷ ଖସାଇଥିଲେ, ସେ ଜାଣି ନଥିଲେ ସେଜଲ ତାଙ୍କୁ ଭଲ ପାଉଛି ବୋଲି। ଜଣେ ସାଙ୍ଗ ଓ ବନ୍ଧୁ ହିସାବରେ ସେ ତାଙ୍କୁ ସାହାଯ୍ୟ କରିଥିଲେ ହେଲେ ସେ ଆମେରିକାରୁ ପଳାଇ ଆସିବେ ବୋଲି ଜାଣି ନ ଥିଲେ। ଯଦି ସେମିତି କିଛି ଭୁଲ କରିଥାଏ ସେଥିପାଇଁ କ୍ଷମା ବି ମାଗିଥିଲେ ଅମର। ରେମୁଣା ସାହୁପଡାରେ ଅଜା, ଆଇଙ୍କ ପାଖରେ ରୁହନ୍ତି। ପାଠଶାଠ ଦଶମ ଯାଏଁ ପଢ଼ିଛି ଅମର। କାମଧନ୍ଦା କହିଲେ ସ୍ଥାୟୀ ବୋଲି ସେମିତିକିଛି ରୋଜଗାର ନାହିଁ। କେତେବେଳେ କିଏ ଡାକିଲେ କ୍ୟାମେରା ସୁଟିଂ କାମରେ ସହାୟକ ଭାବେ ଯାଏ ଅମର।

ତେବେ ଆମେରିକାରେ ନୂଆ ଜୀବନ ପାଇଥିବା ସେଜଲ ଓଡ଼ିଶା ଫେରିଲା ପରେ ଅମର ଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଥିଲା। ଏବେ ପୋଲିସର ପଚରା ଉଚରା ପରେ ସଂଦେହ ଘନଉଛି। ଏସବୁ ଭିତରେ ରୋଚକ ମୋଡ ନେଇଛି ପ୍ରେମ ଆଳରେ ଟଙ୍କା ମାଗିବା। ଏମିତିକି ଅମର ସେଜଲକୁ ଆକାଉଣ୍ଟ ନମ୍ବର ପଠାଇଥିବା ସୂତ୍ରରୁ ସୂଚନା ମିଳିଛି। ପୋଲିସ ଏ ନେଇ ଅଧିକ ଖୋଳତାଡ କରୁଛି। ସହଦେବଖୁଣ୍ଟା ପୋଲିସ ଅମରଙ୍କୁ ପଚରାଉଚରା ପରେ ଛାଡି ଦେଇଛି। ହେଲେ ଆବଶ୍ୟକ ପଡ଼ିଲେ ପୁଣି ଡକାଯିବ ବୋଲି ଅମରକୁ କୁହାଯାଇଛି।

ପୋଲିସକୁ ସହଯୋଗ କରି ହାଜର ହେବାକୁ ଅମରକୁ ପୋଲିସ କହିଛି। ନିର୍ଦ୍ଦିଷ୍ଠଭାବେ ଅମର ସେଜଲକୁ କେତେ ଟଙ୍କା ମାଗିଥିଲା, ଲକ୍ଷାଧିକ ଟଙ୍କା ନା ଆଉ ଅଧିକ — ସେନେଇ ତଦନ୍ତ ଚଳାଇଛି ପୋଲିସ। ଅନ୍ୟପଟେ ସେଜଲଙ୍କୁ ବୁଝାସୁଝା ଚାଲିଛି। ସେ ଏବେ ଭଲ ଅଛନ୍ତି। ଆମେରିକାରେ ନିର୍ଯାତନା ନେଇ ଆମେରିକାରୁ ଭିଡିଓ ଭାଇରାଲ ପରେ କ୍ଷମା ଆଉ ଏବେ ଟଙ୍କା ଘଟଣାକୁ ଚର୍ଚ୍ଚା ଜୋର ଧରିଛି। ଅମର-ସେଜଲଙ୍କୁ ନେଇ ପ୍ରଶାସନର ପଦକ୍ଷେପ ଉପରେ ନଜର।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories