Odisha 2025: ଓଡ଼ିଶାର ପରିବର୍ତ୍ତନର ବର୍ଷ, “ରଥଯାତ୍ରାରୁ AI ଷ୍ଟାର୍ଟଅପ୍, ସୋଲାର ପାର୍କ “

Odisha 2025: ଓଡ଼ିଶାର ପରିବର୍ତ୍ତନର ବର୍ଷ, "ରଥଯାତ୍ରାରୁ AI ଷ୍ଟାର୍ଟଅପ୍, ସୋଲାର ପାର୍କ "

2025ରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ନୂଆ ପରିଚୟ ଗଢ଼ିବାରେ ଲାଗିଛି । ପରିବେଶ, ଗବେଷଣା, ସାଂସ୍କୃତିକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର ପ୍ରୟାସ ଏହାକୁ ଦେଶ ଓ ଆନ୍ତର୍ଜାତୀୟ ମାନଚିତ୍ରରେ ଓଡ଼ିଶାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରୁଛି ।

ପରିବେଶଗତ ପଦକ୍ଷେପ: ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବିବିଧ ପ୍ରଜାତିର ପକ୍ଷୀ ପାଇଁ ପରିଚିତ । ପ୍ରତିବର୍ଷ ଶୀତଋତୁରେ 100ରୁ ଅଧିକ ପକ୍ଷୀ ପ୍ରଜାତି ଏଠାରେ ଆସିଥାନ୍ତି । ସାଇବେରିଆ, ମଧ୍ୟ ଏସିଆ ଓ ହିମାଳୟ ଅଞ୍ଚଳରୁ ଆସୁଥିବା ବିଦେଶୀ ବିହଙ୍ଗ ଓଡ଼ିଶାକୁ ପର୍ଯଟନ କ୍ଷେତ୍ରରେ ଆଉ ପାଦକୁ ଆଗକୁ ବଢ଼ାଇଛି । ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ପକ୍ଷୀଗଣନା ହୋଇଥାଏ ।  ଚିଲିକା ହ୍ରଦରେ ଚଳିତ ବର୍ଷ ଅର୍ଥାତ୍ 2025ରେ 10ଟି ନୂଆ ପକ୍ଷୀ ପ୍ରଜାତି ଚିହ୍ନଟ ହୋଇଛି । ଯାହା ଓଡ଼ିଶାକୁ ବାର୍ଡ ଓ୍ବାଚିଂ ଟ୍ୟୁରିଜମ କ୍ଷେତ୍ରରେ ନୂଆ ସୁଯୋଗ ଦେଇଛି । କେନ୍ଦ୍ରପଡ଼ା ଓ ଭଦ୍ରକରେ ମେନଗ୍ରୋଭ ସୁରକ୍ଷା ପ୍ରକଳ୍ପ ଜଳବାୟୁ ପ୍ରତିରୋଧୀ ଇକୋସିଷ୍ଟମ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ।

ଗବେଷଣା ଓ ଶିକ୍ଷା:  ଓଡ଼ିଶା ରିସର୍ଚ୍ଚ କନକ୍ଲେଭ2025ରେ 650ରୁ ଅଧିକ ଗବେଷକ ବିକଶିତ ଓଡ଼ିଶା@2036 ଲକ୍ଷ୍ୟକୁ ଧ୍ୟାନରେ ରଖି ବହୁବିଧ ଗବେଷଣା ଉପରେ ଗୁରୁତ୍ବାରୋପ କରିଥିଲେ । ମହିଳା କମିଶନ ମହିଳା ବିରୋଧୀ ସାଇବର ଅପରାଧ ଏବଂ ଜଳବାୟୁ ପରିବର୍ତ୍ତନର ଲିଙ୍ଗଗତ ପ୍ରଭାବ ଉପରେ ନୂତନ ପ୍ରକଳ୍ପ ଘୋଷଣା କରିଛନ୍ତି।

ସଂସ୍କୃତି ଓ ପର୍ଯ୍ୟଟନ: UNESCO ପର୍ଯ୍ୟଟନସ୍ଥଳ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଡିଡିଟାଲ ଲାଇଟ ସାଉଣ୍ଡ ସୋ ଆରମ୍ଭ ହୋଇଛି । ଯାହା ଓଡ଼ିଶା ପର୍ଯ୍ୟଟନରେ ନୂଆ ଆକର୍ଷଣ ସୃଷ୍ଟି କରିଛି । ପୁରୀରେ ଚଳିତ ବର୍ଷର ରଥଯାତ୍ରା 2025ରେ 15 ଲକ୍ଷରୁ ଅଧିକ ଭକ୍ତଙ୍କ ଯୋଗଦାନ ଦେଇଥିଲେ । ପ୍ରଥମଥର ଭିଡ଼ ପରିଚାଳନା ପାଇଁ AI-ଭିତ୍ତିକ ମନିଟରିଂ ସିଷ୍ଟମ ବ୍ୟବହାର କରାଯାଇଥିଲା। ଏହା ଏକ ପ୍ରକାର ଚାଲେଞ୍ଜ ହୋଇଥିଲେ ହେଁ ଏଆଇ କ୍ୟାମେରା ଭିଡ ପରିଚାଳନାରେ ସହାୟକ ହୋଇପାରିଥିଲା ।

ପ୍ରଯୁକ୍ତି ଓ ଶିଳ୍ପ: ବର୍ତ୍ତମାନ ସମୟରେ ଏନେକ ଷ୍ଟାଟଅପ କମ୍ପାନୀ ଭୁବନେଶ୍ବର ଆସୁଛନ୍ତି । ଭୁବନେଶ୍ୱରର ଇନଫୋସିଟି‑IIରେ 50ରୁ ଅଧିକ ଷ୍ଟାଟଅପ AI,ବ୍ଲକଚେନ ଓ ଗ୍ରୀନଟେକରେ କାମ କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଏକ 200 ମେଗାୱାଟ୍ ସୌର ପାର୍କ କାର୍ଯ୍ୟକ୍ଷମ ହୋଇଛି, ଯାହା ଓଡ଼ିଶାକୁ ସ୍ୱଚ୍ଛ ଶକ୍ତିରେ ସ୍ୱାବଲମ୍ବୀ ହେବା ଦିଗରେ ଆଗେଇ ନେଇଛି।

2025 ମସିହାରେ, ଓଡ଼ିଶା ପରିବେଶ ସୁରକ୍ଷା, ଗବେଷଣା, ସାଂସ୍କୃତିକ ପରିଚୟ ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଏହି ପ୍ରୟାସଗୁଡ଼ିକ ରାଜ୍ୟକୁ ଜ୍ଞାନ, ପର୍ଯ୍ୟଟନ ଏବଂ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଗତି କରୁଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories