ଥରୁଛି ଓଡ଼ିଶା, ଦାରିଙ୍ଗିବାଡ଼ି 6.5 C; ଆହୁରି ୨ ଦିନ ଶୀତ ଲହରୀ ଜାରି

ଥରୁଛି ଓଡ଼ିଶା, ଦାରିଙ୍ଗିବାଡ଼ି 6.5 C; ଆହୁରି ୨ ଦିନ ଶୀତ ଲହରୀ ଜାରି

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ରିପୋର୍ଟ ଅନୁଯାୟୀ, ଗତକାଲି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି, ଯାହା ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି ।

ସୂଚନାନୁସାରେ, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି, ଯେଉଁଠାରେ ସର୍ବନିମ୍ନ ତାପମାତ୍ରା 3.1ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କୋରାପୁଟର ସେମିଳିଗୁଡ଼ା ତାପମାତ୍ରା 3.6ଡିଗ୍ରୀ ଏବଂ ଫୁଲବାଣୀ ଓ ଦାରିଙ୍ଗିବାଡ଼ି ରେ ତାପମାତ୍ରା ଯଥାକ୍ରମେ 5.5 ଡିଗ୍ରୀ ଓ 6.5ଡିଗ୍ରୀ ରେ ରହିଛି । ଅନ୍ୟ ଜିଲ୍ଲାଗୁଡ଼ିକ ଯଥା ଝାରସୁଗୁଡ଼ା, ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର ଏବଂ କେନ୍ଦୁଝରରେ ମଧ୍ୟ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି ।

ରାଜଧାନୀ ଭୁବନେଶ୍ୱର ଏବଂ କଟକ ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ଶୀତର ପ୍ରକୋପ ଅନୁଭୂତ ହେଉଛି । ଭୁବନେଶ୍ୱରରେ ରାତିର ତାପମାତ୍ରା 12.6 ଡିଗ୍ରୀ ଏବଂ କଟକରେ 11.8 ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡ଼ିଆ ଅଞ୍ଚଳ ତୁଳନାରେ ଏଠାରେ ତାପମାତ୍ରା ଅଧିକ ଥିଲେ ମଧ୍ୟ ସକାଳ ଓ ବିଳମ୍ବିତ ସନ୍ଧ୍ୟାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

ପାଣିପାଗ ବିଭାଗ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଅନୁଗୁଳ, ଝାରସୁଗୁଡ଼ା ଏବଂ କଳାହାଣ୍ଡି ଭଳି ଜିଲ୍ଲାର କିଛି ଅଞ୍ଚଳରେ ଶୀତ ଲହରୀ ଜାରି ରହିବାର ସମ୍ଭାବନା ଥିବାରୁ ହଳଦିଆ ସତର୍କ ସୂଚନା (Yellow Warning) ଜାରି କରିଛି । ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏଥିସହ ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି । ଲୋକମାନଙ୍କୁ ଥଣ୍ଡାରୁ ରକ୍ଷା ପାଇଁ ଉଷୁମ ପୋଷାକ ପିନ୍ଧିବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories