ଅସହ୍ୟ ଶୀତରେ କମ୍ପିଲା ଓଡ଼ିଶା: ରାଜ୍ୟର ୧୦ ଡିଗ୍ରୀ ତଳେ ରହିଛି ୧୦ଟି ସହରର ତାପମାତ୍ରା

ରାଜ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତ: ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ, ୩ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ 'ୟେଲୋ ଓ୍ୱାର୍ନିଂ'

ଓଡ଼ିଶାରେ ପୁଣି ଥରେ ଶୀତର ପ୍ରକୋପ ବଢ଼ିଛି। ଉପକୂଳ ଠାରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ପ୍ରବଳ ଥଣ୍ଡାରେ କମ୍ପିତ ହେଉଛି। ଜାଡ଼ର ଚାପରେ ରାତିରେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଭୟଭୀତ ହେଉଛନ୍ତି। ଥଣ୍ଡା ପାଇଁ ଜନଜୀବନ ପ୍ରଭାବିତ ହେବା ଆରମ୍ଭ ହୋଇଛି।

ଚଳିତ ଋତୁରେ ପ୍ରଥମ ଥର ପାଇଁ ତାପମାତ୍ରା ୪°ସେଲସିୟସ ନିକଟକୁ ଖସି ଆସିଛି। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ଗତ ରାତିରେ ସର୍ବନିମ୍ନ ୪.୪°ସେଲସିୟସ ରେକର୍ଡ ହୋଇଛି, ଯାହା ଏହି ଋତୁର ପ୍ରଥମ ସବୁଠାରୁ କମ୍ ତାପମାତ୍ରା। ଏହା ବ୍ୟତୀତ, ରାଜ୍ୟର ମୋଟ ୧୦ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦°ସେଲସିୟସ ସ୍ତର ତଳକୁ ଖସି ପଡ଼ିଛି।

ତାପମାତ୍ରାରେ ଏହି ହ୍ରାସ ମୁଖ୍ୟତଃ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ପରିଲକ୍ଷିତ ହୋଇଛି। ଏହି ଅଞ୍ଚଳର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାଧାରଣଠାରୁ ୫ରୁ ୬°ସେଲସିୟସ ହ୍ରାସ ପାଇଛି। ଦକ୍ଷିଣ ଉପକୂଳ ଅଞ୍ଚଳରେ ମଧ୍ୟ ତାପମାତ୍ରା ସାମାନ୍ୟଠାରୁ ପ୍ରାୟ ୪°ସେଲସିୟସ କମ୍ ରହିଛି, ଯାହା ଉପକୂଳ ଅଞ୍ଚଳ ପାଇଁ ଅସାଧାରଣ ଥଣ୍ଡା ଅଟେ।

ଏହି ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଜି ୪ଟି ଜିଲ୍ଲା—ଅନୁଗୁଳ, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଜଗତସିଂହପୁର ପାଇଁ ‘ଶୀତଲହରୀ’ ଚେତାବନୀ (Cold Wave Warning) ଜାରି କରିଛି। ଆଗାମୀ ୩ରୁ ୪ଦିନ ମଧ୍ୟରେ ପାଗରେ ବଡ଼ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପ୍ରବଳ ଥଣ୍ଡା ସହିତ କେତେକ ସ୍ଥାନରେ ଶୀତଲହରୀ ଅବ୍ୟାହତ ରହିବ ବୋଲି ସୂଚନା ମିଳିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories