ଭୁବନେଶ୍ବର: ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ କଥା କଟାକଟି ହେଉଥିବାବେଳେ ଗୁରୁବାର ବିରୋଧୀଙ୍କୁ କଡା କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଡା କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାରରେ ଦିଆଯାଇଥିବା ରାଜନୀତିକ ସୁରକ୍ଷା ଲାଇସେନ୍ସ ବାତିଲ ହୋଇସାଇଛି । ତେଣୁ ସେମାନେ ସତର୍କ ହୋଇଯାଆନ୍ତୁ । କାରଣ ପୋଲିସ ପ୍ରଶାସନକୁ ସରକାର ନିର୍ଦ୍ଦେଶ ଦେଇ ସାରିଛନ୍ତି କି ଆଉ ଲାଇସେନ୍ସ ରିନ୍ୟୁ ହୋଇପାରିବ ନାହିଁ । ଆମ ସରକାର ରାଜନୀତିକ ସୁରକ୍ଷା ଦେବା ଶିଖିନାହାନ୍ତି । ମହିଳାଙ୍କ ବିରୋଧୀ ଅପରାଧୀଙ୍କୁ କଡା ଶାସ୍ତି ଦିଆଯିବ। ଚନ୍ଦକା ର ଏକ ପୋକ୍ସ ମାମଲାରେ ୩୭ ଦିନ ଭିତରେ ମାମଲାର ଫଇସଲା କରାଯାଇ ଅପରାଧୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ପଦକ୍ଷେପ ନେଉଛନ୍ତି । ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଲୁଣି କହେ ଛୁଞ୍ଚି କୁ…..କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ନିଜକୁ । ୨୪ ବର୍ଷରେ ପୂର୍ବ ସରକାର ସମୟରେ ଆଇନଶୃଙ୍ଖଳା ସ୍ଥିତି କୁ ନେଇ ଏଭଳି ଢଙ୍ଗରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାରରେ ଅପହରଣ,ମହିଳା ନିର୍ଯାତନା କ୍ଷେତ୍ରରେ ଅନେକ ଘଟଣା ଘଟୁଥିଲା ହେଲେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିଲେ ସରକାର। ଆଉ ଏହାର ଫଳ ପୂର୍ବ ସରକାରଙ୍କୁ ଭୋଗିବାକୁ ପଡ଼ିଲା । ସେହିପରି ବିରୋଧୀଙ୍କୁ ଆକ୍ଷେପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଥାନା ନିର୍ଦ୍ଧିଷ୍ଟ ରାଜନୀତିକ ଦଳର ପାର୍ଟି ଅଫିସ ଥିଲା । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ପ୍ରଭାବଶାଳୀ ବ୍ୟକ୍ତି କିମ୍ବା ମନ୍ତ୍ରୀ କେହି ବି ସୁରକ୍ଷିତ ନଥିଲେ । ଆଇନ ତା ବାଟରେ ଯି, ଯିଏ ହୁଅନ୍ତୁ ନାଁ କାହିଁକି କହାରିକୁ ଛଡାଯିବ ନାହିଁ। ଜନସାଧାରଣ ଏହା ଅନୁଭବ କଲେଣି । ଏହାର ଉଦାହରଣ ହେଉଛି ନୂଆପଡ଼ା ଉପନିର୍ବାଚନ। ଭିଜିଲାନ୍ସ ଆକ୍ତିଭ ହୋଇ କାମ କରୁଛି ।
ପ୍ରତିକୂଳ ପରିସ୍ଥିତିରେ କାମ କରୁଛନ୍ତି ପୋଲିସ । ୧୭ ମାସରେ କୌଣସି ରଜନୀତିକ ଚାପରେ ବଶବର୍ତ୍ତୀ ନହୋଇ କାମ କରିବା ପୋଲିସ ପାଇଁ ବଡ ସଫଳତା । ରାଜ୍ୟର ଆଇଶୃଙ୍ଖଳା ଭଲ ଅଛି ସେଥି ପାଇଁ ଓଡ଼ିଶାକୁ ନିବେଶକ ଆସିଛନ୍ତି। ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଅନେକ ଭଲ ପ୍ରସ୍ତାବ ଆସୁଛି। କାର୍ଯକାରୀ ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ୨୦୨୩ରେ ଦଣ୍ଡନୀୟ ଅପରାଧ ୨୦୨୨ ତୁଳନାରେ ୧୨ ପ୍ରତିଶତ ବଢିଥିଲା। ନାରୀ ନିର୍ଯାତନା ଓଡ଼ିଶାର ସ୍ଥାନ ପ୍ରଥମ ଥିଲା । ୧୮ ମାସରେ ଓଡ଼ିଶାରେ ଅନେକ ଜାତୀୟ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛି । ପ୍ରଧାନମନ୍ତ୍ରୀ ୭ ଥର ଆସିଛନ୍ତି । ଭିଜିଲାନ୍ସ ଆକ୍ଟିଭ ହୋଇ କାମ କରୁଛି । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇବାକୁ ବିରୋଧୀଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ କଡା କାଉଣ୍ଟର ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି ।







