ଭାରତୀୟ ମହିଳା କ୍ରିକେଟ ଟିମର ଉପଅଧିନାୟକ ତଥା ଷ୍ଟାର୍ ବ୍ୟାଟର୍ ସ୍ମୃତି ମନ୍ଧାନା ଓ ମ୍ୟୁଜିକ୍ କମ୍ପୋଜର ପଲାଶ ମୁଚ୍ଛଲଙ୍କ ବିବାହକୁ ନେଇ ଥମୁନି ଚର୍ଚ୍ଚା । ସ୍ମୃତିଙ୍କୁ ପଲାଶ ଧୋକା ଦେଇଥିବା ନେଇ ଚର୍ଚ୍ଚା କରୁଛନ୍ତି ନେଟିଜେନ୍ସ । କିଏ କହୁଛି ବାହାଘର ବେଦିରୁ ପଲାଶ ଫେରାର୍ ହୋଇ ଯାଇଛନ୍ତି ତ ଆଉ କିଏ କହୁଛି – ପଲାଶ ଆଉ କେଉଁ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ ।
ତେବେ ଏସବୁ ମଧ୍ୟରେ ସୋଶାଲ ମିଡିଆରେ ପଲାଶଙ୍କର କିଛି ପୁରୁଣା ଫଟୋ ଭାଇରାଲ୍ ହେଉଛି । ଯେଉଁଥିରେ ସେ ଜଣେ ଯୁବତୀଙ୍କୁ ପ୍ରପୋଜ୍ କରୁଛନ୍ତି, ଠିକ୍ ଯେମିତି ସ୍ମୃତି ମନ୍ଧାନାଙ୍କ ସହ କରିଥିଲେ । ଭାଇରାଲ୍ ଫଟୋ ଅନୁସାରେ, ପଲାଶ ଏକ ଗ୍ରାଣ୍ଡ ପ୍ରୋଗ୍ରାମରେ ଜଣେ ଯୁବତୀଙ୍କ ସାମ୍ନାରେ ଆଣ୍ଠୁମାଡି ମୁଦି ପିନ୍ଧାଉଛନ୍ତି । ଉକ୍ତ ଯୁବତୀଙ୍କ ସହ ପଲାଶଙ୍କର ଅନ୍ୟ କିଛି ଫଟୋ ମଧ୍ୟ ଭାଇରାଲ୍ ହେଉଛି ।
ସେପଟେ ପଲାଶ ସ୍ମୃତିଙ୍କ ସହ ମଧ୍ୟ ଅବିକଳ ଏହିପରି ପ୍ରୋପଜ୍ କରିବାର ଷ୍ଟାଇଲ୍ ଭାଇରାଲ୍ ହେଉଛି । ସ୍ମୃତିଙ୍କୁ ମଧ୍ୟ ପଲାଶ ଡିୱାଇ ଷ୍ଟାଡିୟମରେ ସରପ୍ରାଇଜ୍ ପ୍ରୋପଜ୍ କରିଥିଲେ । ମାତ୍ର ବାହାଘର ଦିନ ହିଁ ବିବାହ ଘୁଞ୍ଚିବା ପରେ ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ନେଇ ନାନା ଚର୍ଚ୍ଚା ।
ପଲାଶଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ୍ କିଏ?
ରିପୋର୍ଟ ଅନୁସାରେ, ଭାଇରାଲ ଫଟୋରେ ପଲାଶଙ୍କ ସହ ଥିବା ଯୁବତୀ ଜଣକ ହେଉଛନ୍ତି ଜଣେ ଡକ୍ଟର । ତାଙ୍କ ନାଁ ବିର୍ଭା ଶାହ । ପଲାଶ ମୁଚ୍ଛଲ ତାଙ୍କ ସହ ନିର୍ବନ୍ଧ କରିଥିବା ଚର୍ଚ୍ଚା ହେଉଛି । ଆହୁରି ମଧ୍ୟ ସୋଶାଲ ମିଡିଆ ପୋଷ୍ଟରେ କୁହାଯାଉଛି ଯେ, ବିର୍ଭା ମଧ୍ୟ ପଲାଶଙ୍କ ସହ ନିର୍ବନ୍ଧ ଭାଙ୍ଗି ଦେଇଥିଲେ । ପଲାଶ ଅନ୍ୟ କେଉଁ ଝିଅ (ସ୍ମୃତି ମନ୍ଧାନା ନୁହଁନ୍ତି)ଙ୍କ ସହ ସମ୍ପର୍କରେ ଅଛନ୍ତି ଏବଂ ତାଙ୍କୁ ଧୋକା ଦେଉଛନ୍ତି ଜାଣିଥିଲେ, ସେତେବେଳେ ନିର୍ବନ୍ଧ ଭାଙ୍ଗି ଥିଲେ ବିର୍ଭା ।
ପ୍ରକାଶ ଥାଉକି, ରବିବାର (ନଭେମ୍ବର 23)ରେ ସ୍ମୃତି ଓ ପଲାଶଙ୍କ ବାହାଘର ଥିଲା । ମାତ୍ର ସ୍ମୃତିଙ୍କ ବାପାଙ୍କୁ ହଠାତ୍ ହାର୍ଟଆଟାକ୍ ଆସିଥିବା ଦର୍ଶାଇ ଉଭୟଙ୍କ ବିବାହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପରେ ସ୍ମୃତି ସୋଶାଲ ମିଡିଆରୁ ନିର୍ବନ୍ଧ, ହଳଦୀ ଓ ପ୍ରି-ୱେଡ୍ଡିଂର ସମସ୍ତ ଫଟୋ ଡିଲିଟ୍ କରିଦେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏନେଇ ପଲାଶ ଓ ସ୍ମୃତି କିମ୍ବା ଉଭୟଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।








