ନିଶାମୁକ୍ତ ଭାରତ ଅଭିଯାନ ନୀରବ ନାୟକ ପଲ୍ଲବ, ଚାଲି ଚାଲି ବୁଲିଲେଣି ପାଞ୍ଚ ରାଜ୍ୟ, ବୁଲିବେ ସାରା ଭାରତ

ନିଶାମୁକ୍ତ ଭାରତ ଅଭିଯାନ ନୀରବ ନାୟକ ପଲ୍ଲବ, ଚାଲି ଚାଲି ବୁଲିଲେଣି ପାଞ୍ଚ ରାଜ୍ୟ, ବୁଲିବେ ସାରା ଭାରତ

ସୈନିକ ଦିନ ଦିନରାତି ଏକ କରି ସୀମାରେ ଜଗି ଶତ୍ରୁ ଆକ୍ରମଣରୁ ରକ୍ଷା କରନ୍ତି। କିନ୍ତୁ ଏମିତି ବି ନୀରବ ନାୟକ ଅଛନ୍ତି ଯିଏ ଦିନରାତି ନିଜକୁ କଷ୍ଟ ଦେଇ ମାନବ ସମାଜ କଲ୍ୟାଣରେ ଚାଲିଥାନ୍ତି। ଏମିତି ଜଣେ ନୀରବ ନାୟକ ହେଉଛନ୍ତି ପଲ୍ଲବ। ନିଶାମୁକ୍ତ ଭାରତ ଗଠନର ନୀରବ ନାୟକ ହେଉଛନ୍ତି ଆସାମ ର ପଲ୍ଲବ ଦେବ। ନିଶ ମୁକ୍ତ ଭାରତ ଗଠନ ପାଇଁ ପ୍ରୟାସ ଚଳାଇଛନ୍ତି ପଲ୍ଲବ। ଆସାମର ଶ୍ରୀଭୂମି ଜିଲ୍ଲା ନିବାସୀ ପଲ୍ଲବ ଭାରତ ପଦଯାତ୍ରାରେ ବାହାରିଛନ୍ତି। ଗତ ଆଠ ମାସ ହେଲା ଚାଲିଛନ୍ତି ପଲ୍ଲବ। ଉଦ୍ଦେଶ୍ୟ ପାଦରେ ଚାଲିଚାଲି ଭାରତ ବୁଲିବେ। ନିଶାମୁକ୍ତ ଭାରତ ବାର୍ତ୍ତା ବାଣ୍ଟି ଲୋକଙ୍କୁ ସଚେତନ କରିବେ। ଏଥିପାଇଁ ଗତ ଆଠ ମାସରେ ୩ହଜାର ୫ଶହ କିଲୋମିଟର ପଦ୍ ଯାତ୍ରା କରି ସାରିଲେନି। ୬ଟି ରାଜ୍ୟ ଅତିକ୍ରମ କରି ସାରିଲେଣି।

ପଲ୍ଲବଙ୍କୁ ମାତ୍ର ୨୫ ବର୍ଷ। ନିଶା ମୁକ୍ତ ହେବ ଭାରତ। ଏହି ବାର୍ତ୍ତାରେ ସେ ଭାରତ ପଦଯାତ୍ରା କରୁଛନ୍ତି। ଆସାମର ଶ୍ରୀଭୂମି ଜିଲ୍ଲାରୁ ଗତ ମେ ମାସ ପ୍ରଥମ ସପ୍ତାହରେ ପଦଯାତ୍ରା ଆରମ୍ଭ କରିଥିଲେ। ଆସାମ ,ପଶ୍ଚିମବଙ୍ଗ, ବିହାର, ମେଘାଳୟ, ଝାଡ଼ଖଣ୍ଡ ଆଦି ପାଞ୍ଚଟି ରାଜ୍ୟ ପଦଯାତ୍ରା ସାରି ଏବେ ଓଡ଼ିଶାରେ ପଲ୍ଲବ। ସମଗ୍ର ଭାରତ ବୁଲିବାକୁ ତାଙ୍କୁ ଆହୁରି ପାଞ୍ଚ ରୁ ଛଅ ବର୍ଷ ଲାଗିପାରେ ବୋଲି ସେ କହିଛନ୍ତି। କିନ୍ତୁ ଲକ୍ଷ୍ୟରେ ଅଟଳ ଯେ ପର୍ଯ୍ୟନ୍ତ ଭାରତ ପଦଯାତ୍ରା ନ ସରିଛି ସେ ଥକିବେ ନାହିଁ।। କି ଲକ୍ଷ୍ୟରୁ ବିଚ୍ୟୁତ ହେବେ ନାହିଁ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ପଲ୍ଲବ ପଦଯାତ୍ରା କରୁଥିବା ବେଳେ ବିଭିନ୍ନ ରାଜ୍ୟରେ ତାଙ୍କୁ ଆକ୍ରମଣର ଶିକାର ବି ହେବାକୁ ପଡ଼ିଛି। ଯାଜପୁର ନିକଟରେ କିଛି ଅସାଧୁ ଲୋକ ଆକ୍ରମଣ ଉଦ୍ୟମ କରିଥିଲେ। ହେଲ ଓଡ଼ିଶା ପୋଲିସ ସହଯୋଗ କରିବା ସହ ପଦଯାତ୍ରା ପାଇଁ ସାହାସ ଦେଉଥିବାରୁ ଓଡିଶା ପୋଲିସ କୁ ପ୍ରଶଂସା କରିଛନ୍ତି ପଲ୍ଲବ। ପଲ୍ଲବଙ୍କ ଲକ୍ଷ୍ୟ ଥିଲା ସୈନିକ ହୋଇ ଦେଶ ସେବା କରିବାକୁ। କୌଣସି କାରଣରୁ ସୁନା ସେନାରେ ସାମିଲ ହୋଇ ପାରିଲେନି ହେଲେ ଦେଶ ସେବାର ମନୋବୃତ୍ତି ତାଙ୍କୁ ଭିନ୍ନ କିଛି କରିବାକୁ ବାଟ ଦେଖାଇଛି। ବାହ୍ୟ ଶତ୍ରୁ ନୁହେଁ ନିଶା ରୂପକ ଶତ୍ରୁ କବଳରୁ ଦେଶକୁ ମୁକ୍ତ କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ। ପଲ୍ଲବଙ୍କ ଏହି ପ୍ରୟାସ ପାଇଁ ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories