ଅଡ଼ୁଆରେ ପିସିସି ସଭାପତି ଭକ୍ତ ଦାସ, ଶୃଙ୍ଖଳା କମିଟିକୁ ଚିଠି ଲେଖିଲେ ମହମ୍ମଦ ମୋକିମ

ଅଡ଼ୁଆରେ ପିସିସି ସଭାପତି ଭକ୍ତ ଦାସ

ଭୁବନେଶ୍ବର: ନୂଆପଡ଼ା ଫଳାଫଳକୁ ରାଜନୈତିକ ଦଳର ପୋଷ୍ଟମର୍ଟମ ସରି ନଥିବା ବେଳେ ଏବେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି। ଆରୋପ ପ୍ରତ୍ୟାରୋପ କୁ ନେଇ ଦଳ ଭିତର ଅନ୍ତଃକନ୍ଦଳ ଏବେ ପଦାକୁ ଆସିଛି। କଂଗ୍ରେସର ଏଭଳି ଅନ୍ତଃକନ୍ଦଳ କୁ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ଭକ୍ତ ଦାସଙ୍କ ବିଭୀଷଣ ବୟାନ ପରେ ତେଜିଲା ବିବାଦ। ଶୃଙ୍ଖଳା କମିଟି ଅଧ୍ୟକ୍ଷ ଙ୍କୁ ଚିଠି ଲେଖି ଆପତ୍ତି ଜଣାଇଲେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍। ମୋକିମ୍ ଚିଠିରେ ଲେଖିଛନ୍ତି କି ନୂଆପଡା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେପି ଠାରୁ ପରାଜୟ ପରେ, ଦଳର ମୁଖିଆ ହିସାବରେ ଭକ୍ତ ଦାସ ନୈତିକ ଦାୟିତ୍ୱ ନ ନେଇ କିଛି ନେତାଙ୍କୁ ଟାର୍ଗେଟ କରି ବିଭୀଷଣ କହିବା ଠିକ ହେଇ ନାହିଁ। ଏହା ଭକ୍ତ ଦାସଙ୍କ ଦାୟିତ୍ୱହୀନ ବିବୃତ୍ତି। କଂଗ୍ରେସ ଦଳର ଶୃଙ୍ଖଳିତ ସଦସ୍ୟ ଭାବେ ଠିକ୍ ନୁହେଁ। ଏମିତିକି କିଛି ଗଣମାଧ୍ୟମ ରେ ମୋକିମ ନାଁ ନେଇ ଖବର ପ୍ରକାଶ ପାଇଥିଲା କି ମୋକିମ ହେଉଛନ୍ତି ବିଭୀଷଣ ଯାହାକୁ ନେଇ ମୋକିମ ଅଭିଯୋଗ ଆଣିଛନ୍ତି। ଅଭିଯୋଗର ଆଧାର ନାହିଁ, ରାଜନୈତିକ ଉଦେଶ୍ୟ ପ୍ରଣୋଦିତ। କଂଗ୍ରେସ ଇତିହାସରେ ଏଭଳି କେବେ ହେଇନଥିଲା ଯାହା ଘଟିଲା। ମୋକିମ କହିଛନ୍ତି କି ଏଭଳି ମନ୍ତବ୍ୟ ଦେବା ସଭାପତିଙ୍କ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି ଅନୁଭବ ହୁଏ।

ଦଳୀୟ ସମ୍ବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଶୃଙ୍ଖଳା କମିଟି କୁ ଚିଠି ଲେଖି ଜଣାଇଛନ୍ତି। ତେବେ ଏ ନେଇ ଭକ୍ତ ଦାସଙ୍କ ପ୍ରତିକ୍ରିୟା ମିଳି ନ ଥିବାବେଳେ ଭକ୍ତ ଦାସଙ୍କ ବିଭୀଷଣ ବିବୃତି ଓ ମୋକିମଙ୍କ ଚିଠି କୁ ନେଇ କଂଗ୍ରେସ କନ୍ଦଳ ପଦାରେ ପଡ଼ିଛି। ଉପକୂଳ ସମେତ ରାଜ୍ୟ ରାଜନୀତିରେ ପରିଚିତ ମୋକିମ ଙ୍କ ପରି ଜଣେ ନେତା ଦଳର ମୁଖିଆଙ୍କ ବିରୋଧରେ ଲିଖିତ ଅଭିଯୋଗ କଂଗ୍ରେସ ରେ କମ୍ପନ ସୃଷ୍ଟି କରିଛି। ନୂଆପଡ଼ା ଫଳାଫଳ ଓ ଭକ୍ତଙ୍କ ଭୂମିକାକୁ ନେଇ ଅନେକ ନେତା ନିରବତା ଅବଲମ୍ବନ କରୁଥିବା ବେଳେ ମୋକିଁମଙ୍କ ଚିଠି ଦଳର ଅନ୍ୟ ନେତାଙ୍କୁ ମୁହଁ ଖୋଲିବାକୁ ଭକ୍ତ ବିରୋଧୀ ଗୋଷ୍ଠୀଙ୍କୁ ଖୋରାକ ଯୋଗାଇଛି।

ରାଜନୈତିକ ସମୀକ୍ଷକଙ୍କ ମତ ପୂର୍ବରୁ ଥିବା କଥା କଟାକଟି ବିବାଦ ଏବେ ଲିଖିତ ଅଭିଯୋଗରେ ପରିଣତ ହୋଇଛି। ନୂଆପଡ଼ାରେ କଂଗ୍ରେସର ପଲା ଭାରି ଥିବା ବୋଲି ଦମ୍ଭୋକ୍ତି ଦେଖାଉଥିବ ଭକ୍ତ୍ତଙ୍କ ପାଇଁ ନିଜ ବାକ୍ୟ ଭାରି ପଡ଼ିବାକୁ ଯାଉଛି। ବିଶେଷ ଭାବେ ଦଳରେ ପରିବର୍ତ୍ତନ ଆଣି ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବାକୁ ନାରା ଦେଉଥିବା ଭକ୍ତଙ୍କ ପାଇଁ ଏକ ପ୍ରକାର ଅଡୁଆ ସ୍ଥିତି ସୃଷ୍ଟି ହୋଇଛି। ତେବେ ଦଳୀୟ ହାଇ କମାଣ୍ଡ ମୋକିମ୍ମ ଙ୍କ ଚିଠି କୁ କେତେ ଗୁରୁତ୍ୱ ର ସହ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories