ଆଜି, ୩ ଡିସେମ୍ବର ୨୦୨୫, ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ଏକ ଥିମକୁ ନେଇ ଏହି ଦିବସ ପାଳନ କରାଯାଇଥାଏ । ଏହି ବର୍ଷର ଥିମ୍ ରହିଛି ‘Fostering disability‑inclusive societies for advancing social progress’— ଅର୍ଥାତ୍ ସମାଜକୁ ସମାବେଶୀ କରି, ସମାଜିକ ଅଗ୍ରଗତିକୁ ଆଗେଇ ନେବା ।
ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ (International Day of Persons with Disabilities – IDPD) ପ୍ରତିବର୍ଷ ୩ ଡିସେମ୍ବରରେ ପାଳନ କରାଯାଏ। ୧୯୯୨ରେ ସଂଯୁକ୍ତ ରାଷ୍ଟ୍ର ସଂଘ (UN) ଏହାକୁ ଆରମ୍ଭ କରିଥିଲା, ଯାହାର ଲକ୍ଷ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଅଧିକାର, ମର୍ଯ୍ୟାଦା ଓ ସମାଜରେ ସମାନ ସୁଯୋଗ ସୁନିଶ୍ଚିତ କରିବା।
ଯଦି ସାରା ବିଶ୍ବର ସଂଖ୍ୟା ଦେଖିବା ତାହେଲେ ୧.୩ ବିଲିୟନ୍ ଲୋକ (ପୃଥିବୀର ୧/୬ ଅଂଶ) କୌଣସି ନା କୌଣସି ଭିନ୍ନକ୍ଷମତା ସହିତ ବଞ୍ଚୁଛନ୍ତି । ସେମାନେ ସମାଜରେ ଶିକ୍ଷା, ଚାକିରି, ସ୍ୱାସ୍ଥ୍ୟସେବା, ଓ ପ୍ରାଥମିକ ସୁବିଧା ପାଇବାରେ ବାଧାର ସମ୍ମୁଖୀନ ହୋଇଥାନ୍ତି । ୨୦୨୫ରେ, IDPDର ମୁଖ୍ୟ ବାର୍ତ୍ତା ହେଉଛି ସମାଜକୁ ସେମାନଙ୍କୁ କେବଳ ସହିବାକୁ ନୁହେଁ, ବରଂ ସ୍ୱାଗତ କରିବାକୁ ପ୍ରସ୍ତୁତ କରିବା ।
୨୦୨୫ର ଥିମ୍- ‘Fostering disability‑inclusive societies for advancing social progress’
ସମାଜରେ ସମାବେଶୀ ନୀତି ଗଠନ
ସହର ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, ଓ କାର୍ଯ୍ୟସ୍ଥଳରେ ସୁବିଧା
ସମ୍ମାନଜନକ ଭାଷା ବ୍ୟବହାର କରି, ଭିନ୍ନକ୍ଷମଙ୍କୁ ସମାଜରେ ସମାନ ସ୍ଥାନ ଦେବା
ଭାରତ ରେ ପ୍ରାୟ ୨.୨ କୋଟି ଲୋକ (ଜନଗଣନା ୨୦୧୧) ଭିନ୍ନକ୍ଷମତା ସହିତ ବଞ୍ଚୁଛନ୍ତି
RPwD Act 2016 (Rights of Persons with Disabilities Act) ଅନୁସାରେ ୨୧ ପ୍ରକାରର ଭିନ୍ନକ୍ଷମତାକୁ ସ୍ୱୀକୃତି ଦିଆଯାଇଛି
ସରକାରୀ ଯୋଜନା: ସୁଗମ୍ୟ ଭାରତ ଅଭିଯାନ, ଦିବ୍ୟାଙ୍ଗଜନ ସଶକ୍ତିକରଣ ଯୋଜନା
କିନ୍ତୁ, ଚାକିରିରେ ସମାନ ସୁଯୋଗ, ସାଧାରଣ ପରିବହନରେ ସୁବିଧା, ଓ ସମାଜରେ ସ୍ୱୀକୃତି ଏବେବି ଚାଲେଞ୍ଜ୍ ହୋଇଛି
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜରେ ସମାନ ସ୍ଥାନ ଦେବା କେବଳ ନୀତିରେ ନୁହେଁ, ପ୍ରାୟୋଗିକ ଜୀବନରେ ମଧ୍ୟ ପ୍ରତିଫଳିତ ହେବା ଆବଶ୍ୟକ। ସହରରେ ରାସ୍ତା, ପରିବହନ, ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁଗମ ଭିତ୍ତିଭୂମି କରିବା, ସେମାନଙ୍କୁ ସ୍ୱାଧୀନ ଜୀବନ ଦେବାର ପ୍ରଥମ ପଦକ୍ଷେପ । ୨୦୨୫ର IDPD ଆମକୁ ସ୍ମରଣ କରାଏ ଯେ, ଭିନ୍ନକ୍ଷମତା କୌଣସି ଅବରୋଧ ନୁହେଁ, ବରଂ ସମାଜକୁ ଅଧିକ ସହନଶୀଳ, ସୃଜନଶୀଳ ଓ ମାନବିକ କରିବାର ଅବସର ।







