ଭଦ୍ରକ: ରାଜ୍ୟ ରାଜନୀତିରେ ଏବେ ଭଦ୍ରକକୁ ନେଇ ଚର୍ଚ୍ଚା। ଏମିତି ବଦଳୁଛି ରାଜନୀତିର ଦୃଶ୍ୟପଟ୍ଟ ଯାହା ଗତ ଦୁଇ ଦଶନ୍ଧି ଭିତରେ ରାଜନୀତିରେ ଏମିତି କେହି ଦେଖି ନଥିଲେ। ଶନିବାର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଓ ପ୍ରଣୀତ କାନ୍ତି ସାମଲ ବିଜେପିରେ ମିଶିଲା ପରେ ପରିସ୍ଥିତି ଏମିତି ହୋଇଛି ଯେ ବାପା ପୁଅ ମୁହାଁମୁହିଁ ସ୍ଥିତି ଉପୁଜିଛି। ସମ୍ପର୍କର ସୀମାରେଖା ଦେଇଁଛନ୍ତି ପିତା ପୁତ୍ର। ବାପା ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ସିଧା ସଳଖ ଯୁଦ୍ଧମ୍ ଦେହି ଡାକରା ଦେଇଛନ୍ତି ପୁଅ ପ୍ରୟାସକାନ୍ତି। ବାପାଙ୍କ ବିରୋଧୀ ମଞ୍ଚରୁ ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରଫୁଲ୍ଲ ନନ୍ଦନ। ବିଧିବଦ୍ଧ ଭାବେ ପଦ୍ମ କ୍ୟାମ୍ପରେ ମିଶିଲା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରୟାସ କାନ୍ତି। ନିଜର କ୍ଷୋଭ ପ୍ରକାଶ କରିବାକୁ ଯାଇ ପ୍ରୟାସ କାନ୍ତି କହିଛନ୍ତି ଆଗାମୀ ଦିନରେ ଭଦ୍ରକରେ ବାପାଙ୍କ ସହ ଲଢେ଼ଇ ହେବ।
ରାଜନୀତି ମଇଦାନରେ ବାପା ତାଙ୍କ ଶକ୍ତି ଲଗାଇବେ, ଆମେ ବି ଆମର ଶକ୍ତି ଲଗାଇବୁ। ଆଗକୁ ବାପାଙ୍କ ସହ ଭଦ୍ରକରେ ରାଜନୈତିକ ଲଢେ଼ଇ ହୋଇପାରେ ବୋଲି ସେ କହିଛନ୍ତି। ଲଢେ଼ଇ ନିଶ୍ଚୟ ହେବ। ରାଜନୀତିରେ ବିସ୍ଫୋରଣ କରିବାକୁ ଯାଇ ପ୍ରୟାସ କାନ୍ତି କହିଛନ୍ତି ପୁଅ ହିସାବରେ ବାପା ମୋତେ ସମର୍ଥନ କରୁଛନ୍ତି କିନ୍ତିବ ରାଜନୀତି କଣ କରିବେ ସେ କଥା ଜଣା ନାହିଁ। ଭଦ୍ରକରେ ବିଜେଡିକୁ ସଜାଡ଼ିବାକୁ ନବୀନ ବାପାଙ୍କୁ ଯେଉଁ ଦାୟିତ୍ଵ ଦେଇଛନ୍ତି ସେଥିପାଇଁ ସେ ଚେଷ୍ଟା କରିବେ। ଯେହେତୁ ଆମେ ବିଜେପି ର ବିଜେପି କେମିତି ମଜଭୁତ ହେବ ସେଥି ପାଇଁ ସମସ୍ତ ଚେଷ୍ଟା କରିବି। ବାପା ଯଦି ବିଜେଡ଼ି ପାଇଁ ଆଗକୁ ଆସିବେ ମୁଁ ବିଜେପିରୁ ଫ୍ରଣ୍ଟ କୁ ଆସିବା ବୋଲି ଦୃଢ଼ତା ର ସହ କହିଛନ୍ତି ପ୍ରୟାସ କାନ୍ତି। ପ୍ରାୟ ତିନି ଦଶନ୍ଧି ର ରାଜନୀତିର ଅଭିଜ୍ଞ ନିରଙ୍କୁଶ କ୍ଷମତାରେ ଥିବା ପ୍ରଫୁଲ୍ଲ ଙ୍କୁ ବିରୋଧୀ ନୁହେଁ ନିଜ ରକ୍ତ ଖୋଲା ଚ୍ୟାଲେଞ୍ଜ ଦେବା ଘଟଣା ବିରୋଧୀଙ୍କ ଠାରୁ ଆରମ୍ଭ କରି ରାଜନୀତି ସମୀକ୍ଷକଙ୍କ ଆଲୋଚନା, ସମାଲୋଚନା ପାଇଁ ଖୋରାକ ଯୋଗାଇଛି।
ପ୍ରୟାସ ଙ୍କୁ କଡା ଜବାବ ଦେଇଛନ୍ତି ପ୍ରଫୁଲ୍ଲ। ଭୁବନେଶ୍ବରରୁ ପ୍ରୟାସଙ୍କ ମହା ମିଶ୍ରଣ ପର୍ବ ଓ ପ୍ରତିକ୍ରିୟା ଦେଖିଲା ପରେ ପ୍ରଫୁଲ୍ଲ କହିଛନ୍ତି। ଭୁଲି ଯିବି ବାପା ପୁଅ ସମ୍ପର୍କ। ରାଜନୀତିରେ ନାହିଁ ବାପା ପୁଅ ସମ୍ପର୍କ। ଦଳ ଯେଉଁ ଦାୟିତ୍ଵ ଦେଇଛି ଯଥା ସମ୍ଭବ ଦଳକୁ ମଜଭୁତ କରିବାକୁ କାମ କରିବି। ତେବେ ନିଜ ପୁଅକୁ ସଜଡ଼ିବପାରୁ ନ ଥିବା ପ୍ରଫୁଲ୍ଲ ଦଳ ସଜାଡ଼ିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।







