ଭଦ୍ରକରେ ପ୍ରଫୁଲ୍ଲଙ୍କ ପ୍ରୟାସ ରାଜନୀତି, ଶଙ୍ଖ/ପଦ୍ମ ପାଇଁ ପ୍ରୟାସ

ଭଦ୍ରକରେ ପ୍ରଫୁଲ୍ଲଙ୍କ ପ୍ରୟାସ ରାଜନୀତି, ଶଙ୍ଖ ପଦ୍ମ ପାଇଁ ପ୍ରୟାସ

ଭଦ୍ରକ: ଭଦ୍ରକ ରାଜନୀତିକୁ ନେଇ ରାଜ୍ୟ ରାଜନୀତିରେ ରୋଚକ ସ୍ଥିତି । ଉପକୂଳରୁ ଉପାନ୍ତ ସବୁଠି ଆଲୋଚନା । ଭଦ୍ରକ ରାଜନୀତିର ପଶାପାଲିରେ ଗୋଟି ଚଳାଉଛନ୍ତି ବାପ-ପୁଅ । ଗତ ୨୪ବର୍ଷ ଧରି କ୍ଷମତାରେ ଥ‌ିବା ବିଜେଡିର ବରିଷ୍ଠ ନେତା ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସ କାନ୍ତି ସାମଲଙ୍କ ଭୂମିକାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗଳିକନ୍ଦି ସବୁଆଡେ ଚର୍ଚା ଚାଲିଛି । ସବୁଠୁ ରୋଚକ ମୋଡ ହେଉଛି ଏବେ ଯେଉଁମାନଙ୍କୁ ଭରସା କରି ଦଳ ଏଠାରେ ପତିଆରା ଜାହିର କରିବା ସହ ନିରଙ୍କୁଶ କ୍ଷମତା ହାସଲ କରୁଥୁଲା ଏବେ ସେମାନେ ଶଙ୍ଖ କ୍ୟାମ୍ପ ଛାଡ଼ି ପଦ୍ମ ମୁହାଁ ହେଲେଣି । ଗତ ସପ୍ତାହରେ ଅପ୍ରତ୍ୟାଶିତ ଭାବେ ଭଦ୍ରକ ଜିଲ୍ଲାର ଚାରି ବ୍ଲକ ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ପ୍ରଥମେ ବନ୍ତ ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇଙ୍କ ଇସ୍ତଫାର କେଇ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଭଣ୍ଡାରିପୋଖରୀ ଓ ବାସୁଦେବପୁର ବ୍ଳକର ଦୁଇ ଅଧ୍ୟକ୍ଷ । ବିଭିନ୍ନ କାରଣ ଦର୍ଶାଇ ବିଜେଡି ଜିଲ୍ଲା ସଭାପତିଙ୍କ ନିକଟକୁ ଇସ୍ତଫାପତ୍ର ଦେଇଥିଲେ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକ ଅଧ୍ଯକ୍ଷ ।

ବାସୁଦେବପୁର ବ୍ଲକ ଅଧକ୍ଷ ନଗେନ୍ଦ୍ର ବିଶ୍ଵାଳ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ଜିଲ୍ଲା ସଭାପତି ଜଗନ୍ନାଥ ସ୍ଲାଇଙ୍କୁ ପଠାଇଛନ୍ତି । ଜିଲ୍ଲାର ୩ ବିଦାୟୀ ୩ ବ୍ଳକ ଅଧକ୍ଷଙ୍କ ଭଳି ଶ୍ରୀ ବିଶ୍ଵାଳ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେହିଁପରି ଭଣ୍ଡାରିପୋଖରୀ ବ୍ଲକର ସୁମତି ସେଠୀ, ଭଦ୍ରକର ଭର୍ମଳା ନାୟକ ବିଭିନ୍ନ କାରଣ ଦର୍ଶାଇ ନିଜ ନିଜ ପଦରୁ ଇସ୍ତଫା ଦେବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏ ସବୁ ପଛରେ ଗତ ଦଶନ୍ଧି ଧରି ଜିଲ୍ଲା ରାଜନୀତିର ମଙ୍ଗ ଧରି ଆସିଥିବା ବିଜେଡ଼ିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କୁ ନେଇ ଚର୍ଚ୍ଚା ହେଉଛି। ପଦ ଛାଡ଼ିବା ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପଛରେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସ କାନ୍ତି ସାମଲଙ୍କ ଅଦୃଶ୍ୟ ଗୋଟି ଚାଳନା କାମ କରୁଛି ବୋଲି ନାଁ ଲୁଚେଇ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଓ ରାଜନୀତି ବିଶାରଦ କହିଛନ୍ତି ।

ଏସବୁ ପ୍ରମାଣିତ ହୋଇଛି ଗତ କିଛି ତଳେ ପ୍ରୟାସକାନ୍ତି ରାଜ୍ୟ ବିଜେପି ଅଫିସକୁ ଆସିବା ଓ ବିଜେପି ନେତାଙ୍କ ସହ ଆଲୋଚନା କରିବା ବେଳର ଫଟୋ, ଭିଡିଓ ଗଣମାଧ୍ୟମରେ ଆସିବା ଓ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ସନ୍ଦେହକୁ ଘନୀଭୂତ କରିଥିଲା । ଏବେ ହଠାତ୍ ଚାରି ବ୍ଲକ୍ ଅଧ୍ୟକ୍ଷ ପଦ ଛାଡ଼ିବା ଘଟଣା ସଂଦେହର ଘନୀଭୂତ ଲଘୁଚାପକୁ ବାତ୍ୟା ରୂପ ଦେଇଛି। ଏମିତି କି ଯେଉଁ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନେ ପଦ ଛାଡିଛନ୍ତି ସେମାନଙ୍କୁ ନେଇ ପ୍ରଫୁଲ୍ଲ ସାମଲଙ୍କ ଘରେ ଏକ ବୈଠକ ହୋଇଥିଲା। ସେଥିରେ ମଧ୍ୟ ନିଜେ ପ୍ରୟାସ କାନ୍ତି ଉପସ୍ଥିତ ଥିଲେ । ବୈଠକର ଫଟୋ ଭାଇରାଲ ହୋଇଛି । ଘଟଣା ପରେ ବିଜେଡ଼ି ସୁପ୍ରିମୋ ତଥା ରାଜ୍ୟ ପଦାଧିକାରୀ ଚିହିଁକି ଉଠିଛନ୍ତି ।

ଏଥିପାଇଁ ଭଦ୍ରକ ଜିଲ୍ଲାର ବିଧାୟକ ଓ ଫ୍ରଣ୍ଟ ଲାଇନ୍ ନେତାଙ୍କୁ ନବୀନ ନିବାସ ଡକା ଯାଇଥିଲା । ଆସିଥିଲେ ପ୍ରଫୁଲ୍ଲ ସାମଲ। ବିଜେଡି ସଭାପତି ନବୀନ ପଟନାୟକ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଓ ବିଧାୟକ ମାନଙ୍କ ସହ ଆଲୋଚନା କରିଛନ୍ତି। ନବୀନ ନିବାସ ଆଲୋଚନା ପରେ ପ୍ରଫୁଲ୍ଲ କହିଛନ୍ତି ଯେଉଁମାନେ ବିଜେଡ଼ି ଛାଡୁଛନ୍ତି ସେମାନେ ଦଳ ପାଇଁ ମୂଲ୍ୟହୀନ। ସେମାନଙ୍କୁ ଚାପ ପକାଇ ନିଆଯାଉଛି । ଜିଲ୍ଲାରେ ସଂଗଠନ ମଜଭୁତ ରହିବା ନେଇ ଆଲୋଚନା ହୋଇଥିବା କହିଛନ୍ତି । ଏପଟେ ପୁଅ ବିଜେପି ଅଫିସ ଆସିବା ପରେ ତୃଣମୂଳ ସ୍ତରର ନେତା ଦଳ ଛାଡ଼ିବା ସେପଟେ ନେତାଙ୍କୁ ମନାଇ ଦଳରେ ରଖିବାକୁ ବାପାଙ୍କୁ ଦାୟିତ୍ଵ ଦେବା ଘଟଣା ଭଦ୍ରକ ରାଜନୀତିକୁ ଗୋଳିଆ କରୁଥିବା ସବୁ ମହଲରେ ଚର୍ଚ୍ଚ। ରାଜନୀତିର ପଶାପାଲିର ପ୍ରଫୁଲ୍ଲ ଓ ପ୍ରୟାସଙ୍କ ଗୋଟି ଚାଳନାରେ କିଏ ଜିତୁଚ୍ଛି କିଏ ହାରୁଛି ତା ଉପରେ ସମସ୍ତଙ୍କ ନଜର ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories