ଭୁବନେଶ୍ବର: ଦଳବଦଳ, ମିଶ୍ରଣ ପର୍ବକୁ ନେଇ ରାଜ୍ୟ ରାଜନୀତି ସରଗରମ। ନେତାଙ୍କ ଆକ୍ରୋଶମୂଳକ ପ୍ରତିକ୍ରିୟା ଦଳକୁ ଅଡ଼ୁଆରେ ପକାଉଛି। ଦଳର ଭିତିରି କଥାକୁ ପଦାରେ ପକାଉଛି। ବିଜେଡ଼ିର ଦୁଇ ବିଧାୟକଙ୍କ ନିଲମ୍ବନ ଓ କିଛି ନେତା ଦଳ ଛାଡୁଥିବା ବେଳେ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟ ରାଜ୍ୟବ୍ୟାପୀ ଚର୍ଚ୍ଚା । ଦଳ ଛାଡୁଥିବା ନେତାଙ୍କୁ ଯେଉଁ ଭାଷାରେ ଆକ୍ଷେପ କରୁଛନ୍ତି ତାହା ସାଧାରଣରେ ଆଦୌ ଗ୍ରହଣୀୟ ନୁହେଁ ।
ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ନିଲମ୍ବନ କରାଯିବାର କିଛି ଘଣ୍ଟା ପରେ ଯାଜପୁର ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ନିଜଆଡୁ ବିଜେଡିରୁ ଇସ୍ତଫା ଦେଇଦେଲେ । ଯାଜପୁରର ପୂର୍ବତନ ଲୋକସଭା ସାଂସଦ ରୀତା ତରାଇ ବି ଅପ୍ରତ୍ୟାଶିତ ଭାବେ ଦଳ ଛାଡ଼ିଲେ । ରୋଚକ ହେଉଛି ସମସ୍ତେ ଭୁବନେଶ୍ବର ଆସି ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ବରିଷ୍ଠ ନେତ୍ରୀ ତଥା ଯାହାଙ୍କ ପାଇଁ ଅତୀତରେ ବହୁ ଚର୍ଚିତ ଡାଲି ଦୁର୍ନୀତି ପାଇଁ ଦଳ ବଦନାମ ଥିଲା ଅର୍ଥାତ ପ୍ରମିଳା ମଲ୍ଲିକ ଖବର ଶୁଣି ଏକପ୍ରକାର ନିଆଁ ବାଣ ହୋଇଯାଇଥିଲେ ।
ସୌଜନ୍ୟତା ଭୁଲିଯାଇଥିଲେ ପ୍ରମିଳା । ଦଳ ଛାଡ଼ିଥିବା ନେତାଙ୍କୁ ମନଇଚ୍ଛା ସମାଲୋଚନା କରିଥିଲେ । ଏମିତି କି ପ୍ରମିଳା ଅଳିଆ, ଅଦରକାରୀ ବୋଲି ନେତାଙ୍କୁ କହିଥିଲେ ଏମିତି କେତେ ଅଳିଆ ଆସିବେ, ଅଳିଆ ଯିବେ ବୋଲି ପ୍ରମିଳା କହିଥିଲେ ପୂର୍ବରୁ ଦଳ ଛାଡି଼ଥିବା ବହୁ ନେତାଙ୍କୁ ପ୍ରମିଳା ପୋକା ବାଇଗଣ ବୋଲି କହିଛନ୍ତି । ଯଦି ଏମାନେ ସତରେ ଅଳିଆ,ପୋକା ବାଇଗଣ ତାହେଲେ ବିଜେଡି ଏମାନଙ୍କୁ ନେଇ ଓଡ଼ିଶାବାସୀଙ୍କୁ ଦୀର୍ଘ ଦିନ ଧରି ଭୁଆଁ ବୁଲାଇ ଚାଲିଥିଲା । ଅଳିଆ ନେତାଙ୍କ ନେତତ୍ବ ନେଉଥିଲେ ନବୀନ । ସିଧାସିଧା ସିନା ଦଳଛଡ଼ା ନେତାଙ୍କୁ ଟାର୍ଗେଟ କରିଛନ୍ତି ପ୍ରମିଳା । ପରୋକ୍ଷରେ ଅଳିଆ ନେତାଙ୍କ ଦଳ ବିଜେଡି ବୋଲି କହିବାକୁ ଭୁଲି ନାହାନ୍ତି ବୋଲି ଯାଜପୁର ଜିଲ୍ଲାର ବରିଷ୍ଠ ରାଜନୀତି ସମୀକ୍ଷକ ଓ ରାଜ୍ୟ ରାଜନୀତିକୁ ସମୀକ୍ଷା କରୁଥିଲା ବିଷାରଦଙ୍କ ମତ । ଅନ୍ୟ କେତେକଙ୍କ ମତରେ କ୍ଷମତାରୁ ଗଲା ପରେ ପ୍ରମିଳା ବାଚଳାମି ପ୍ରତିକ୍ରିୟା ଦଳ ଓ ଦଳର ସୁପ୍ରିମୋଙ୍କୁ ଅଡୁଆରେ ପକାଇବା ସହ ବିରୋଧୀଙ୍କୁ ସମାଲୋଚନାର ଖୋରାକ ଯୋଗାଇବ ବୋଲି ରାଜନୀତି ସମୀକ୍ଷକଙ୍କ ମତ ବିଜେଡିରେ ଥିବାବେଳେ ଭଲ ଥିଲେ ଛାଡ଼ିଲା ବେଳେ ନିଜର ସ୍ଵାଧୀନ ମତବ୍ୟକ୍ତ କଲାବେଳେ ସେହି ସମାନ ନେତା ଅଳିଆ, ଅଦରକାରୀ, ପୋକା ବାଇଗଣ କେମିତି ହେଲେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।







