Puja Tips: ପୂଜା ବେଳେ ପ୍ରଭୁଙ୍କୁ କଣ ମାଗିବେ, ପୂରଣ ହେବ ମନସ୍କାମନା

ପୂଜା ବେଳେ ପ୍ରଭୁଙ୍କୁ କଣ ମାଗିବେ

ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର। ଭକ୍ତି, ବିଶ୍ବାସ ଏକାଠି ହେଲେ ଭଗବାନଙ୍କ ଆଶୀର୍ବାଦ ମିଳେ। ଅଦୃଶ୍ୟ, ଐଶ୍ୱରିକ ଶକ୍ତି ଭଗବାନଙ୍କ ସତ୍ତାକୁ ସମସ୍ତେ ବିଶ୍ବାସ କରନ୍ତି। ଦୁଃଖ ହେଉ ସୁଖ, ନୀତିଦିନ କାମ ଆରମ୍ଭ ହୁଏ ଭଗବାନଙ୍କ ନାମରୁ, ମନ୍ତ୍ର ଆଉ ପୂଜା ପାଠରୁ। ଭଗବାନଙ୍କୁ ପୂଜା କଲେ ବେଳେ କେମିତି କରିବେ ଆରାଧନା କେମିତି ଜଣାଇବେ ମନସ୍କାମନା। ଏ ସବୁ ରୀତିନୀତି ନିହାତି ଜାଣିବା ସମସ୍ତଙ୍କ ପକ୍ଷେ ନିତାନ୍ତ ଆବଶ୍ୟକ। କଣ କହି ପୂଜାର୍ଚ୍ଚନା କରିବେ, କେଉଁ ଠାକୁରଙ୍କ ପାଇଁ କେଉଁ ମନ୍ତ୍ର ପୂଜା ବିଧି କଣ ସେ ସମ୍ପର୍କରେ ସମ୍ୟକ ଧାରଣା ରହିବା ଆବଶ୍ୟକ। ପୂଜା ବେଳେ ଭଗବାନଙ୍କୁ ଏହି ସବୁ କଥା କହିଲେ। ମନସ୍କାମନା ପୂର୍ଣ୍ଣ ହେବ।

ଶୁଦ୍ଧ ଚିତ୍ତରେ ଭଗବାନଙ୍କୁ ଆରାଧନା କରି ଉଚିତ୍ ମାର୍ଗରେ ନେବାକୁ ପ୍ରାର୍ଥନା କରିବେ। ହେ ଈଶ୍ୱର ମୋତେ ଠିକ୍ ମାର୍ଗ ଦେଖାଅ। ଖରାପ ବାଟରୁ ଦୂରେଇ ରଖନ୍ତୁ। ଭ୍ରାନ୍ତି ହେବାକୁ ଦିଅ ନାହିଁ। ହେ ବିଶ୍ଵ ନିୟନ୍ତା ମୋ ଘରେ ଓ ପରିବାରରେ ସୁଖ ଶାନ୍ତି ବଜାୟ ରଖନ୍ତୁ। ମୋତେ କାହା ନିକଟରେ ହାତ ପତେଇବାକୁ ଦିଅନ୍ତୁ ନାହିଁ। ଗରିବ, ଅସହାୟ, ଦୁଃଖୀ, ଅଭାବିଙ୍କ ସାହାଯ୍ୟ କରିବାକୁ ଶକ୍ତି ଓ ମନୋବଳ ଦିଅନ୍ତୁ।

ମୋର ପ୍ରତିଟି କାମକୁ ସଫଳତାର ସହ ସମ୍ପୂର୍ଣ୍ଣ କରେ। କୌଣସି କାରଣବଶତ ଯଦି ଭୁଲ ହୁଏ, ଭୁଲ କୁ ଗ୍ରହଣ କରିବାର ସାମର୍ଥ୍ୟ ଦିଅନ୍ତୁ। ହେ ଭଗବାନ ମୋତେ ଧର୍ଯ୍ୟ ଦିଅନ୍ତୁ। ଖରାପ ନୁହେଁ ଭଲ ଜିନିଷ ଗ୍ରହଣ କରି ଲୋକଙ୍କ ସେବାରେ ବ୍ରତୀ ହେବାର ବାଟ ଦେଖାନ୍ତୁ। ବେଇମାନି, ବିଶ୍ବାସଘାତକ ଠାରୁ ଦୂରେଇ ରଖ ହେ ଈଶ୍ୱର। ଲୋଭ ଠାରୁ ଦୂରରେ ରଖିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ସୁସ୍ଥ ରହି ସମାଜ ଦାଣ୍ଡରେ ସଂସାର ରଥକୁ ଚଳାଇବାକୁ ସହାୟ ହୁଅନ୍ତୁ।

ଘୃଣା କୁ ଭୂଳନ୍ନ୍ତୁ। ଅହଙ୍କାର ଠୁ ମୋତେ ଦୂରେଇ ରଖି ନମ୍ର, ସହନଶୀଳତାକୁ ମୋର ସର୍ବନିମ୍ନ ଆବଶ୍ୟକତା ହେଉ। ଆତ୍ମ ଚିନ୍ତନ ସହ ଠିକ୍ କାର୍ଯ୍ୟ କରିବାର ନିଷ୍ପତ୍ତି ଦକ୍ଷତା ପାଇଁ ଆଶୀର୍ବାଦ କରନ୍ତୁ। ସମାନ ଭୁଲ କୁ ଦୋହରାଇ କାହା ନିକଟରୁ ନିନ୍ଦିତ ହେବାଠାରୁ ଦୂରକୁ ନେଇ ଯାଆନ୍ତୁ। ନିଜ କାମର ପରିଣାମ ଯେମିତି ଅନ୍ୟ କାହାକୁ ଭୋଗିବାକୁ ନ ପଡ଼େ ଏମିତି କହି ଭଗବାନଙ୍କୁ ପ୍ରାର୍ଥନା କଲେ ଅପାର ଆଶୀର୍ବାଦ ମିଳେ ବୋଲି ବିଶ୍ଵାସ ଓ ଶାସ୍ତ୍ରରେ ଉଲ୍ଲେଖ ରହିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories