ପୁରୀ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ, କେଉଁଠୁ ଆସେ କେତେ କାଠ?

ପୁରୀ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ, କେଉଁଠୁ ଆସେ କେତେ କାଠ?

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ । ମାଆ ସରସ୍ବତୀଙ୍କ ପୂଜା ସହ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ପରମ୍ପରା ଅନୁସାରେ ନୟାଗଡ଼ରୁ ଆସିଛି ରଥକାଠ । ସ୍ବତନ୍ତ୍ର ରୀତିନୀତି ସହ ଶ୍ରୀମନ୍ଦିର ନିକଟରେ ୨୦୨୬ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପର୍ବ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା’ ସରସ୍ବତୀଙ୍କ ପୂଜା ପରେ ଏହି କାଠ ଗୁଡ଼ିକ ପୂଜାର୍ଚ୍ଚନା କରାଯାଥିଲା । ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରିଥଲେ । ଚୁନପାଣିରେ ପବିତ୍ର ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ପରେ ରାଜଗୁରୁ ଓ ପୁରୋହିତ କାଠ ତିନିଟିର ପୂଜାର୍ଚ୍ଚନା କରିଥିଲେ ।

ସ୍ବତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ ସହ ପୂଜାର୍ଚନା କରି କାଠ ଅନୁକୁଳ କରିଛନ୍ତି । ରାଜପୁରିହିତ ଦେବୀ ରାଜଗୁରୁ ଓ ଅନ୍ୟ ପୁରୋହିତଙ୍କ ପୂଜାର୍ଚ୍ଚନା ପରେ କାଠ ଅନୁକୁଳ ପର୍ବ ଆରମ୍ଭ ହୋଇଛି ।ଆସନ୍ତା ରାମନବମୀ ରଥ କାଠ ଚିରଟ ହେବ । ଅକ୍ଷୟ ତୃତୀୟାରେ ରଥ ଖଳାରେ ରଥ ନିର୍ମାଣ କାମ ଆରମ୍ଭ ହେବ । ୨୦୨୬ ରଥଯାତ୍ରା ପାଇଁ ନୟାଗଡ ଦଶପଲ୍ଲାରୁ ଆସିଛି ରଥକାଠ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ନୟାଗଡ଼ ଯାଇଥିଲେ । ପରମ୍ପରା ଅନୁଯାୟୀ ବଡରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ରଥ କାଠ ଚିହ୍ନଟ ହୋଇଥଲା । ଟିମ ସଦସ୍ୟ ଭୋଇ ସର୍ଦ୍ଦାର , ରଥ ଅମିନ, ରଥ ତତ୍ତ୍ଵବଧାରକ ଗଛ ଚିହ୍ନଟ କରିଥଲେ ।

ରଥ ତିଆରି ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ । ଦଶପଲ୍ଲାରୁ ତିନିଟି ଟ୍ରକରେ କଠା ଅଣାଯିବ । ପ୍ରଥମ ପର୍ଯ୍ୟାୟରେ ୮୩ଖଣ୍ଡ ଧଉରା ଓ ଅସନ କାଠ ଅଣାଯାଇଛି । ରଥକାଠ ପହଞ୍ଚିବା ପରେ ରଥ କାମ ନେଇ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଷୟ ତୃତୀୟାରେ ରଥ କାମ ଅନୁକୂଳ ହେବ । ମହାପ୍ରଭୁଙ୍କ କୃପାରୁ ସବୁ କାମ ସୁରୁଖୁରରେ ହେବା ନେଇ ସମସ୍ତେ ପ୍ରାର୍ଥନା କରିଛନ୍ତି । ରଥଯାତ୍ରା ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ରଥ ପବିତ୍ର ରଥକାଠ ଅନୁକୁଳ ପର୍ବରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରିଙ୍କ ସମେତ ବରିଷ୍ଠ ସେବାୟତ ଓ ପ୍ରାଶାସନିକ ଅଧିକାରୀ ସାମିଲ ହୋଇଥିଲେ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories