ରେଳୱେ ୱାଗନରେ ପାଲଭିଡ଼ାକୁ ନେଇ ରେଳରୋକ ଆନ୍ଦୋଳନ

 ରେଳୱେ ୱାଗନରେ ପାଲଭିଡ଼ାକୁ ନେଇ ରେଳରୋକ ଆନ୍ଦୋଳନ

ତାଳଚେର(ବିଜୟ କୁମାର ଦେବତା): ତାଳଚେର ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ପକ୍ଷରୁ ପୂର୍ବତନ ଜିଲ୍ଳାପାରିଷଦ ସଭ୍ୟ ରାଜକିଶୋର ସାହୁ ବାରମ୍ବାର ୱାଗନ ଏବଂ ଟ୍ରକ ଗୁଡ଼ିକରେ ପାଲଭିଡ଼ାକୁ ନେଇ ଦାବି କରି ଆସୁଥିଲେ । ଏହାକୁ କାର୍ଯ୍ୟକାରୀ କରିବାକୁ ସେ ସ୍ଥାନୀୟ ପ୍ରଶାସନ ଜିଲ୍ଳା ପ୍ରଶାସନ ଏବଂ କୋଇଲା ଖଣି କର୍ତୁପକ୍ଷ ଓ ରେଲୱେ କର୍ତୁପକ୍ଷଙ୍କୁ ପାଲଭିଡ଼ୁନଥିବାରୁ ପ୍ରଦ୍ୟୁଷଣରେ ଅଂଚଳବାସୀ ଜର୍ଜରିତ ହେଉଥିବା ଯୋଗୁଁ ସଂଘର୍ଷ ଜାରି ରଖିଥିଲେ । ବାରମ୍ବାର ଏସମ୍ପର୍କରେ ଦାବିକରି ଆସୁଥିଲେ କେହି ହେଲେ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଆଜି ବାଧ୍ୟହୋଇ ୫ଶହରୁ ଉର୍ଦ୍ଧ୍ୱ ଲୋକ ଘଂଟପଡ଼ା ରେଏୱେ କ୍ରସିଙ୍ଗ ଠାରେ ରେଳରୋକ ଆନ୍ଦୋଳନ କରିଥିଲେ । ଏହାଫଳରେ କୌଣସି କୋଇଲା ବୋଝଇ ଟ୍ରେନ ଚଳାଚଳ କରି ପାରିନଥିଲେ । ଏହାପରେ ଏସଡ଼ିପିଓ ଭରତ ଚନ୍ଦ୍ର ସାହୁ ସମସ୍ତଙ୍କୁ ବୁଝାସୁଝା କରିବାପରେ ଆସନ୍ତାକାଲି ଉପଜିଲ୍ଳାପାଳ କାର୍ଯ୍ୟରେ ଏସମ୍ପର୍କରେ ଏକ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ସ୍ଥଗିତ କରାଯାଇଛି ।

ସଭାପତିଙ୍କ ସହ ପୂର୍ବତନ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, ଅଶୋକ କୁମାର ଦାସ, ମନୋଜ ସାହୁ, ପୂର୍ବତନ ନଗରପାଳ କେଶବ ଭୂତିଆ, ସବିତାରାଣୀ ଧିର, ପ୍ରଭାତ ରଥ, ଜିନେଶ ସାହୁ, ସତ୍ୟବ୍ରତ ମହାନ୍ତି, ଶିବ ସନ୍ତୋଷ ସାହୁ, ସହଦେବ ସାହୁ, ସୁନିଲ ପାଣି, ବିଭୂତି ସାହୁ, ବୀରବର ସାହୁ, ଟିକନ ନାଏକ, ଦୀପକ ଚାନ୍ଦ, ବିକାଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories