ଛାଡ଼ିଲେ ପଦବୀ, ଝାଡିଲେ ଅସନ୍ତୋଷ

ଛାଡ଼ିଲେ ପଦବୀ, ଝାଡିଲେ ଅସନ୍ତୋଷ

ଭୁବନେଶ୍ଵର: ବେଙ୍ଗ କହେ ବେଙ୍ଗୁଲିଲୋ ପୃଥିବୀ କ୍ଷଣ କ୍ଷଣକେ ଆନ। ବହୁ ପୁରୁଣା ଲୋକକଥା ଯାହା ପରିବର୍ତ୍ତନ ର ସୂଚନା ଦିଏ । ଏବେ କିନ୍ତୁ ସୋସିଆଲ ମିଡ଼ିଆ ଯୁଗରେ ଅପ୍ରତ୍ୟାଶିତ ପରିବର୍ତ୍ତନକୁ ନେଇ ଆଲୋଚନା । ରଙ୍ଗ କହେ ରାଜନୀତିକୁ ନେଇ ଚର୍ଚ୍ଚା ଜୋର। ଏମିତି ଏକ ରୋଚକ ସ୍ଥିତି ଦୃଶ୍ୟମାନ ହୋଇଛି ରାଜ୍ୟ ରାଜନୀତିରେ । ବିଜେଡି ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଅପ୍ରତ୍ୟାଶିତ ଭାବେ ଦଳର ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ।

ବିଜେଡି ବରିଷ୍ଠ ନାଗରିକ ସେଲର ଉପସଭାପତି ଦାୟିତ୍ବରେ ଥିଲେ ଦେବାଶିଷ । ତେବେ ହଠାତ ଦେବାଶିଷଙ୍କ ଇସ୍ତଫାକୁ ହଜମ କରିପାରୁନାହାନ୍ତି ରାଜନୀତି ବିଶାରଦ ଓ ସାଧାରଣ ଲୋକେ । ଦେବାଶିଷ ଯେ କେବଳ ଦଳର ଉପସଭାପତି ପଦ ଛାଡ଼ି ନାହାନ୍ତି ବରଂ ଏମିତି କିଛି ଅସନ୍ତୋଷ ଝାଡ଼ିଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟ ପାଲିଟିଛି । ଦେବାଶିଷ ନବୀନଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ସ୍ପଷ୍ଟ ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳ ପକ୍ଷରୁ ଦିଆଯାଇଥିବା ବରିଷ୍ଠ ନାଗରିକ ସେଲର ଉପସଭାପତି ପଦବୀକୁ ନେଇ ଅସନ୍ତୋଷ ଜାହିର କରିବା ସହ ଏହା କେଉଁ ରେଙ୍କର ପଦବୀ ସେ ବୁଝିବାକୁ ଅକ୍ଷମ ବୋଲି ଲେଖିଛନ୍ତି ।

ବିଜୁ ଲିଗାସିରେ ଦୀର୍ଘଦିନ ଧରି ଆପଣଙ୍କ ପଛରେ କାମ କରିଆସୁଥିବା ଦଳରେ କର୍ମୀଙ୍କ ପାଇଁ ସ୍ଥାନ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଦେବାଶିଷ । ଅସନ୍ତୋଷର ସ୍ବରକୁ ଆହୁରି ତୀବ୍ର କରିବାକୁ ସେ ଲେଖିଛନ୍ତି ଯେ, ବିଜୁ ଆଦର୍ଶରୁ ବିଚ୍ୟୁତ ହୋଇ ଦଳ ଏବେ ନୂଆ ନୀତି ଏବଂ ଆଦର୍ଶ ରେ ଚାଲିଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ବିଜେଡିର ଉପସଭାପତି ପଦ ଛାଡିବା ପରେ ସାଂସଦ ଦେବାଶିଷ ସାମନ୍ତରାୟ ଗଣ ମାଧ୍ୟମରେ ଅସନ୍ତୋଷ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନବୀନଙ୍କୁ ଦେଖା କରିପାରୁନଥିଲେ। କିଏ ବିଜେଦିକୁ ଚଳାଇଛି ବୋଲି ପ୍ରଶ୍ନ କରିଛନ୍ତି। ମୋତେ ତାତ୍ସଲ୍ୟ କରିବାକୁ ଯାଇ ବରିଷ୍ଠ ନାଗରିକ ସେଲର ଉପସଭାପତି ପଦବୀ ଦିଆଯାଇଥିଲା।

ଦଳ ରେ ସିନିଅରଙ୍କୁ ଅଣଦେଖା କରାଯାଇଛି। ବ୍ୟୁରକ୍ରାଟିକ ଦଳ ହୋଇଯାଇଛି ବିଜେଡି। ଆଉ ବିଜୁ କି ନବୀନଙ୍କ ଆଦର୍ଶରେ ଦଳ ନାହିଁ। ଯେତେ ଯାଏଁ ନବୀନ ଦଳକୁ ପରିଚାଳନା କରୁଥିବେ ସେ ପର୍ଯ୍ୟନ୍ତ ସେ ବିଜେଡି ରେ ରହିବେ। ନୂଆପଡା ଫଳାଫଳ ପରେ ଦଳରେ ପୁନର୍ଗଠନ ଜରୁରୀ । ନୂଆପଡ଼ା ପାଇଁ ପ୍ରାର୍ଥୀ ଚୟନ ଠିକ ନଥିଲା । ନବୀନ ପ୍ରାର୍ଥୀ ଚୟନ କରିଛନ୍ତି କି ନାହିଁ ସନ୍ଦେହ ପ୍ରକଟ କରିଛନ୍ତି ଦେବାଶିଷ । ତେବେ ଗଣମାଧ୍ୟମକୁ ସମ୍ବୋଧନ କଲାବେଳେ ଦେବାଶିଷ ଙ୍କ ବେଶ ପୋଷାକ ପୁରା ଅଲଗା ଥିଲା। ଦୀର୍ଘ ଦିନ ଧରି ବିଜେଡ଼ି ବ୍ୟାନର ଓ ରଙ୍ଗରେ ନିଜକୁ ରଙ୍ଗୀନ କରିଥିବା ଦେବାଶିଷଙ୍କୁ ପୋଷାକ ଓ ଉତ୍ତରୀୟ ରାଜନୀତିର ନୂଆ ଅଧ୍ୟାୟ ବୋଲି ଚର୍ଚ୍ଚା ହେଉଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories