ଭାଗ୍ୟ ବଦଳାଇ ଦେବ ରୁଦ୍ରାକ୍ଷ

ଭାଗ୍ୟ ବଦଳାଇ ଦେବ ରୁଦ୍ରାକ୍ଷ

ହିନ୍ଦୁ ଶାସ୍ତ୍ରରେ ରୁଦ୍ରାକ୍ଷର ସ୍ଥାନ ଗୁରୁତ୍ଵ ବହନ କରେ। ଗ୍ରହ ଦୋଷ ଖଣ୍ଡନ କରେ ରୁଦ୍ରାକ୍ଷ। ଏଥିଆଇଁ ଦୈନନ୍ଦିନ ଜୀବନରେ ରୁଦ୍ରାକ୍ଷର ଦିବ୍ୟଶକ୍ତି ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। ରୁଦ୍ରାକ୍ଷ ପିନ୍ଧିଲେ କେଉଁ ଗ୍ରହ ଦୋଷରୁ ଆପଣ କେମିତି ମୁକ୍ତି ପାଇବେ ଓ ଜୀବନର ଆର୍ଥିକ, ପାରିବାରିକ ସମସ୍ୟା ଦୂର ହେବ। ଜାଣନ୍ତୁ ରୁଦ୍ରାକ୍ଷ ର ଗୁରୁତ୍ଵ ଓ ଦିବ୍ୟଶକ୍ତି। ଏକ ମୁଖି ରୁଦ୍ରାକ୍ଷଠୁ ଏକଶହ ଆଠ ମୁଖି ଯାଏ ରୁଦ୍ରାକ୍ଷ ଅଛି । ଶିବ ପୁରାଣ ଅନୁସାରେ ସବୁ ରୁଦ୍ରାକ୍ଷର ମହତ୍ତ୍ୱ ଭିନ୍ନ ଭିନ୍ନ। ହେଲେ ଏକମୁଖି, ଦ୍ୱିମୁଖି, ଚତୁର୍ମୁଖୀ ରୁଦ୍ରାକ୍ଷ ବିଷୟରେ ଅଧିକଂଶକୁ ଜଣ ଥାଏ। କିନ୍ତୁ ଦଶ ମୁଖିରୁ ଚଉଦ ମୁଖି ରୁଦ୍ରାକ୍ଷ ବିଷୟରେ ସାଧାରଣତଃ ଆଲୋଚନା ହୋଇ ନ ଥାଏ। ଏହାର କାରଣ ଏ ସବୁ ବିରଳ ରୁଦ୍ରାକ୍ଷ। ଯଦି ଆପଣଙ୍କ ଭାଗ୍ୟର ଉଦୟ ହୋଇଥାଏ ତେବେ ଏ ରୁଦ୍ରାକ୍ଷ ଆପଣ ପରିଧାନ କରିପାରିବେ।

ଏହି ବିରଳ ରୁଦ୍ରାକ୍ଷ ପିନ୍ଧିଲେ କଣ ହେବ ଜାଣି ରଖନ୍ତୁ। ଶିବ ପୁରାଣରେ ଦଶମୁଖି ରୁଦ୍ରାକ୍ଷର ସ୍ଥାନ ଗୁରୁତ୍ଵ। ସୁଖ, ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ଦଶ ମୁଖି ରୁଦ୍ରକ୍ଷ। ଏହାର୍ ଅଧିପତି ନବଗ୍ରହ । ଏହି ରୁଦ୍ରାକ୍ଷ ପିନ୍ଧିଲେ ଭୂତ-ପ୍ରେତ ଦୂର ହେବା ସହ ଶାନ୍ତି ପ୍ରାପ୍ତ ହେବାର ବର୍ଣ୍ଣନା ରହିଛି । ମାନସିକ କଷ୍ଟ ଓ ଶାରୀରିକ ଦୁର୍ବଳତା ମଧ୍ୟ ଦୂର ହେବା ନେଇ ଶାସ୍ତ୍ର ବିଶାରଦଙ୍କ ମତ। ସଂକଟମୋଚନ ରୁଦ୍ରାକ୍ଷ ହେଉଛି ଏଗାରମୁଖି ରୁଦ୍ରାକ୍ଷ ସାମାଜିକ ପ୍ରତିଷ୍ଠା, ଜୀବନ ସାଥୀଙ୍କ ସୁରକ୍ଷା, ଉନ୍ନତି ଓ ଦୀର୍ଘାୟୁ ପାଇଁ ପିନ୍ଧନ୍ତୁ ଏଗାରମୁଖି ରୁଦ୍ରାକ୍ଷ। ସନ୍ତାନଯୋଗ ମଧ୍ୟ ଫିଟିଥାଏ ବୋଲି ବିଶ୍ୱାସ ରହିଛି।

ଦ୍ବାଦଶ ଜ୍ୟୋିର୍ଲିଙ୍ଗ ଓ ସୂର୍ଯ୍ୟଙ୍କ ପ୍ରତୀକ ହେଉଛି ବାରମୁଖି ରୁଦ୍ରାକ୍ଷ। ଏହାକୁ ପିନ୍ଧିଲେ ପ୍ରଶାସନିକ ସେବା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥାନ୍ତି। ସମାଜରେ ଉଚ୍ଚ ଆସନ ମିଳିଥାଏ। ମନୋସ୍କାମନା ପୂରଣ ପାଇଁ, ଜ୍ଞାନ, ତର୍କ, ଶକ୍ତି, ଆଧ୍ୟାତ୍ମିକତା ପ୍ରାପ୍ତି ପାଇଁ ତେରମୁଖି ରୁଦ୍ରାକ୍ଷ ଧାରଣ କରାଯାଏ । ଏହି ରୁଦ୍ରାକ୍ଷ ପିନ୍ଧିଲେ କୌଣସି ବଶୀକରଣ କାର୍ଯ୍ୟ କରେନାହିଁ ବୋଲି ଶିବ ପୁରାଣରେ ଲେଖା ଅଛି।

ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଲା ଚଉଦମୁଖି ରୁଦ୍ରାକ୍ଷ। ଏହାକୁ ପିନ୍ଧିଲେ ଶରୀର ସୁସ୍ଥ ରହେ, ଭୟ ଦୂର ହୁଏ, ଆତ୍ମ ବିଶ୍ବାସ ବଢିଯାଏ। ପୁରାଣ ଅନୁସାରେ ଚଉଦମୁଖି ରୁଦ୍ରାକ୍ଷ ମହାବୀର ହନୁମାନଙ୍କ ଶକ୍ତି ରହିଛି । ଭଗବାନ ଶିବ ଚଉଦମୁଖି ରୁଦ୍ରାକ୍ଷ ଧାରଣ କରିଛନ୍ତି । ଶାସ୍ତ୍ର ବିଶାରଦ, ମୁନି ଋଷିଙ୍କ ଅନୁସାରେ ଚଉଦମୁଖି ରୁଦ୍ରାକ୍ଷର ୧୦୮ ମାଳା ଜପ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ଓ ଧନର ଅଭାବ ରହେ ନାହିଁ।

Mamata Debta
Author: Mamata Debta

Latest Stories