ସମନ୍ଥାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ, ରାଜ୍ ନିଦିମୋରୁଙ୍କ ସହ ପଡ଼ିଲା ହାତଗଣ୍ଠି

ସମନ୍ଥାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ, ରାଜ୍ ନିଦିମୋରୁଙ୍କ ସହ ପଡ଼ିଲା ହାତଗଣ୍ଠି

ବିବାହ ବିଚ୍ଛେଦର 3 ବର୍ଷ ପରେ ତେଲୁଗୁ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ । ଡେଟିଂ କରୁଥିବା ନିର୍ଦ୍ଦେଶକ ରାଜ୍ ନିଦିମୋରୁଙ୍କୁ ବିବାହ କରିଛନ୍ତି ସମନ୍ଥା । ଆଜି ସକାଳେ ଏହି ହାଇ ପ୍ରୋଫାଇଲ୍ ଯୋଡିଙ୍କ ବିବାହ ସମ୍ପନ୍ନ ହୋଇଛି । ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଈଶା ଫାଉଣ୍ଡେସନର ଲିଙ୍ଗା ଭୈରବୀ ମନ୍ଦିର ରାଜଙ୍କ ହାତ ଧରିଛନ୍ତି ସମନ୍ଥା ।

ସମନ୍ଥା, ନିର୍ଦ୍ଦେଶକ ନିଦିମୋରୁଙ୍କୁ ଡେଟିଂ କରୁଥିବା ନେଇ 2024ରୁ ଚର୍ଚ୍ଚା ହେଉଥିଲା । ୱାର୍ଲ୍ଡ ପିକଲବଲ୍ ଲିଗ୍ ଚାଲିଥିବା ସମୟରେ ସମନ୍ଥା ତାଙ୍କ ଟିମ୍ ଚେନ୍ନାଇ ସୁପର୍ ଚାମ୍ପସକୁ ଚିଅର୍-ଅପ୍ କରିବା ପାଇଁ ସେଠାରେ ପହଞ୍ଚି ଥିଲେ । ଏହି ସମୟରେ ନିଦିମୋରୁ ମଧ୍ୟ ତାଙ୍କ ସହ ଥିଲେ । ଉଭୟଙ୍କର ଏକାଧିକ ଫଟୋ ସୋଶାଲ୍ ମିଡିଆରେ ଶେଆର୍ କରିଥିଲେ ସମନ୍ଥା । ଏହାପରେ ସେମାନେ ଡେଟିଂ କରୁଥିବା ଚର୍ଚ୍ଚା କରିଥିଲେ ଫ୍ୟାନ୍ସ । ମାତ୍ର ଏନେଇ ସାମନ୍ଥା ମୁହଁ ଖୋଲିନଥିଲେ । ଶେଷରେ ତାଙ୍କ ସହ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ପ୍ରଥମ ସ୍ୱାମୀ ନାଗା ଚୈତନ୍ୟଙ୍କୁ ଛାଡ଼ପତ୍ର ଦେବା ପରେ ଏହା ସମନ୍ଥାଙ୍କ ଦ୍ୱିତୀୟ ବିବାହ । ନାଗା ଚୈତନ୍ୟଙ୍କ ଏକାଧିକ ଫିଲ୍ମରେ କୋ-ଷ୍ଟାର୍ ଥିରେ ସମନ୍ଥା । ଉଭୟଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । 2017ରେ ଉଭୟଙ୍କ ବିବାହ ହୋଇଥିଲା । ମାତ୍ର 4 ବର୍ଷର ବୈବାହିକ ସମ୍ପର୍କରେ ଫାଟ ଓ ମନମାଳୀନ ଦେଖା ଦେଇଥିଲା । ଶେଷରେ 2021ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା ।

ସେପଟେ ନିଦିମୋରୁଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ । ସେ 2015ରେ ଶ୍ୟାମଳି ଡିଙ୍କୁ ବିବାହ କରିଥିଲେ ଏବଂ 2022ରେ ଛାଡ଼ପତ୍ର ଦେଇଥିଲେ । କିଛି ଦିନ ଏକୁଟିଆ ରହିବା ପରେ ସମନ୍ଥାଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି । ସେପଟେ ନାଗାଚୈତନ୍ୟ ମଧ୍ୟ ଦ୍ୱିତୀୟ ବିବାହ କରି ସାରିଛନ୍ତି । 2024ରେ ଅଭିନେତ୍ରୀ ସୋଭିତା ଧୁଲିପାଲଙ୍କୁ ବିବାହ କରିଛନ୍ତି ନାଗା ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories