ଆମେରିକାରେ ଭୟଙ୍କର ବରଫ ଝଡ଼, ୨୨ ମୃତ, ଅନ୍ଧାରରେ ଲକ୍ଷାଧିକ

ଆମେରିକାରେ ଭୟଙ୍କର ବରଫ ଝଡ଼, ୨୨ ମୃତ, ଅନ୍ଧାରରେ ଲକ୍ଷାଧିକ

ଆମେରିକା: ଯୁକ୍ତରାଷ୍ଟ୍ର ଆମେରିକାରେ ଭୟଙ୍କର ବରଫ ଝଡ଼ ଯୋଗୁଁ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୭ ଲକ୍ଷରୁ ଅଧିକ ଘର ଓ ବ୍ୟବସାୟ ପ୍ରତିଷ୍ଠାନକୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି । ବିଦ୍ୟୁତ୍‌ ସେବା ଆରମ୍ଭ ପାଇଁ କିଛି ଦିନି ଲାଗିପାରେ । ୧୯ଟି ରାଜ୍ୟରେ ପ୍ରାୟ ଏକ ଫୁଟରୁ ଅଧିକଉଚ୍ଚର ବରଫ ପଡ଼ି ରହିଛି । ଏଥିଯୋଗୁଁ ଯାତାୟାତ ସମସ୍ୟା ହୋଇଛି । ଅନେକ ସହର ବରଫର ଚାଦରରେ ଘୋଡେଇ ହୋଇ ରହିଛି । ଉତ୍ତର-ପୂର୍ବ ଆମେରିକାର ବହୁ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୨୦ ଇଞ୍ଚରୁ ଅଧିକ ବରଫ ପଡ଼ିଥିବା ନେଇ ସୂଚନା ଦେଇଛି ଜାତୀୟ ପାଣିପାଗ ସେବା (NWS) । କାନାଡାର ଦକ୍ଷିଣ ଅଂଶରେ ପ୍ରବଳ ତୁଷାରପାତ ହୋଇଛି, ପରିସ୍ଥିତିକୁ ଦେଖି ପାଣିପାଗ ବିଶେଷଜ୍ଞ ଆଗାମୀ ବରଫ ଝଡ଼ ନେଇ ଆକଳନ କରିଛନ୍ତି ।

ଆମେରିକାରେ ଭୟଙ୍କର ବରଫ ଝଡ଼, ୨୨ ମୃତ, ଅନ୍ଧାରରେ ଲକ୍ଷାଧିକ

ସୋମବାର ସୁଦ୍ଧା ଟେନେସୀରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକେ ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ନାସଭିଲ୍‌ ସହରରେ ପ୍ରବଳ ବରଫ ଝଡ଼ ଯୋଗଁ ଲୋକେ ଅନ୍ଧାରରେ ରହିଛନ୍ତି । ବରଫ ଝଡ଼ ଯୋଗୁଁ ନ୍ୟୁୟର୍କ ସିଟିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ସେଣ୍ଟ୍ରାଲ୍‌ ପାର୍କ ଅଞ୍ଚଳରେ ପ୍ରାୟ ଏକଫୁଟର ବରଫ ଚାଦର ଢାଙ୍କି ରହିଛି । ବରଫ ଝଡ଼ ଯୋଗୁଁ ଟେକ୍ସାସ୍‌ରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଉତ୍ତର କାରୋଲାଇନା ଓ ଲୁଇସିଆନାରେ ବରଫ ଝଡ଼ କାରଣରୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବରଫଝଡ଼ କାରଣରୁ ଯାତାୟାତ ଠପ ହୋଇପଡ଼ିଛି । ପ୍ରମୁଖ ସହରକୁ ଯାତାୟାତ ବନ୍ଦ ରହିଛି । କେବଳ ସଡ଼କପଥ ନୁହେଁ ଆକାଶ ପଥ ମଧ୍ୟ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ସୋମାବାର ପ୍ରାୟ ୧୯ହଜାର ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବାବେଳେ ବିଭିନ୍ନ ଅଞ୍ଚଳକୁ ପ୍ରାୟ ୫ହଜାର ୯ଶହ ବିମାନ ସେବା ବାତିଲ ହୋଇଛି । ଆସନ୍ତା ଦୁଇ, ତିନି ଦିନ ମଧ୍ୟରେ ଆଉ ଏକ ବରଫ ଝଡ଼ ନେଇ ପୂର୍ବାନୁମାନ କରିଛି NWS । ଏଥିପାଇଁ ବିଭିନ୍ନ ସ୍ଥାନରେ ଆଲର୍ଟ ଜାରି କରାଯାଇଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories