ବଡ଼ ଘର ବଡ଼ ଗୁମର କଥ! ସ୍ମୃତିଙ୍କୁ ଠକିଦେଲେ ପଲାଶ?

ବଡ଼ ଘର ବଡ଼ ଗୁମର କଥ! ସ୍ମୃତିଙ୍କୁ ଠକିଦେଲେ ପଲାଶ?

ଡିୱାଇ ପାଟିଲ ଷ୍ଟାଡିୟମରେ ଗ୍ରାଣ୍ଡ୍ ଏନଗେଜମେଣ୍ଟ, ପରେ ହାଇଫାଇ ୱେଡ୍ଡିଂ ସେରିମନି, ଆଉ ଠିକ୍ ବାହାଘର ରାତିରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘୁଞ୍ଚିଗଲା ବିବାହ । ଫିଲ୍ମ ଷ୍ଟାଇଲରେ ଏପରି ବିବାହ ପୋଷ୍ଟପୋନକୁ ନେଇ ସବୁଠି ଚର୍ଚ୍ଚା । ଏ ବିବାହ ସମାରୋହ ଚାଲିଥିଲା କ୍ରିକେଟର୍ ସ୍ମୃତି ମାନ୍ଧାନା ଓ ମ୍ୟୁଜିକ୍ କମ୍ପୋଜର ପଲାଶ ମୁଚ୍ଛଲଙ୍କର । କିନ୍ତୁ ହଠାତ୍ ବିବାହ ଘୁଞ୍ଚିଯିବାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ସୋଶାଲ ମିଡିଆରେ ସ୍ମୃତି ମାନ୍ଧାନା ଓ ପଲାଶ ମୁଚ୍ଛଲ ଟ୍ରେଣ୍ଡ୍ କରୁଛି । ପଲାଶ ସ୍ମୃତିଙ୍କୁ ଧୋକା ଦେଇଥିବା ଚର୍ଚ୍ଚା କରୁଛନ୍ତି ନେଟିଜେନ୍ସ । ଜଣେ ସୋଶାଲ ମିଡିଆ ୟୁଜର୍ କହିଛନ୍ତି, ପ୍ରଥମେ ବାପାଙ୍କୁ ହୃଦଘାତ ଆସିବା, ପରେ ପଲାଶ ମୁଚ୍ଛଲ ଅସୁସ୍ଥ ଥିବା ଚର୍ଚ୍ଚା ଆଉ ପରେ ସ୍ମୃତି ମାନ୍ଧାନା ନିର୍ବନ୍ଧ, ହଳଦୀ ଓ ମେହେନ୍ଦିର ସବୁ ପୋଷ୍ଟ୍ ଡିଲିଟ୍ କରିଦେବା ସନ୍ଦେହ ସୃଷ୍ଟି କରୁଛି । ପୂରା ସିନ୍ ପଛରେ କିଛି ସତ ଲୁଚିଥିବା ସନ୍ଦେହ କରୁଛନ୍ତି ନେଟିଜେନ୍ସ ।

ପ୍ରକାଶ ଥାଉ କି, ପଲାଶ ଓ ସ୍ମୃତି ଦୀର୍ଘ ଦିନ ଧରି ଡେଟିଂ କରିଥିଲେ । ଉଭୟଙ୍କ ରିଲେସନସିପ୍ ଲାଇମଲାଇଟରେ ଥିଲା । ନିକଟରେ ଭାରତୀୟ ମହିଳା ଟିମ୍ ବିଶ୍ୱକପ୍ ଜିତିବା ପରେ ପଲାଶ ସ୍ମୃତିଙ୍କୁ ପ୍ରପୋଜ୍ କରିଥିଲେ । ସ୍ମୃତି ଫାଇନାଲ୍ ଖେଳିଥିବା ଡିୱାଇ ଷ୍ଟାଡିୟମରେ ହିଁ ପ୍ରୋପଜ୍ କରିଥିଲେ ପଲାଶ, ଏହିଠାରେ ହିଁ ଉଭୟଙ୍କର ରିଙ୍ଗ୍ ସେରିମନି ହୋଇଥିଲା । ଫିଲ୍ମ ଷ୍ଟାଇଲରେ ପଲାଶ ସ୍ମୃତିଙ୍କ ଆଖିରେ ପଟି ବାନ୍ଧି ଷ୍ଟାଡିୟମକୁ ଆଣିଥିଲେ, ଆଉ ସେଠାରେ ଆଣ୍ଠୁମାଡ଼ି ତାଙ୍କୁ ବିବାହ ପାଇଁ ମଞ୍ଜୁରୀ ମାଗିଥିଲେ । ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।

ଏହାର ଦୁଇ ଦିନ ପରେ ଆରମ୍ଭ ହୋଇଥିଲା ଗ୍ରାଣ୍ଡ୍ ୱେଡ୍ଡିଂ ସେରିମନି । ବହୁ ନାମିଦାମୀ ବଲିଉଡ ଷ୍ଟାର୍ ଓ କ୍ରିକେଟର ଯୋଗ ଦେଇଥିଲେ । ହଳଦୀଠୁ ସଙ୍ଗୀତ, ମେହେନ୍ଦି ସବୁ ସେରିମନି ହୋଇଥିଲା । ଖୁସି ମୁହୂର୍ତ୍ତର ଏକାଧିକ ଫଟୋ ପୋଷ୍ଟ କରିଥିଲେ ସ୍ମୃତି । ମାତ୍ର ଠିକ୍ ବାହାଘର ଦିନ ଶୁଭ ମୁହୂରତର କିଛି ଘଣ୍ଟା ପୂର୍ବରୁ ବିବାହ ଘୁଞ୍ଚାଇ ଦିଆ ଯାଇଥିଲା । ସ୍ମୃତିଙ୍କ ମ୍ୟାନେଜରଙ୍କ କହିବା ଅନୁସାରେ, ତାଙ୍କ ବାପା ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ବର୍ତ୍ତମାନ ସ୍ମୃତି ବିବାହ କରିବେ ନାହିଁ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିବାହ ଘୁଞ୍ଚାଇ ଦିଆଯାଇଛି ।

ତେବେ ସୋଶାଲ ମିଡିଆରେ ଚାଲିଥିବା ଚର୍ଚ୍ଚାକୁ ନେଇ ପଲାଶ କି ସ୍ମୃତି ମୁହଁ ଖୋଲି ନାହାନ୍ତି । ସ୍ମୃତିଙ୍କ ମ୍ୟାନେଜର କିମ୍ବା ପରିବାରବର୍ଗ ଏନେଇ କୌଣସି ସ୍ମପଷ୍ଟୀକରଣ ଦେଇନାହାନ୍ତି । ସେପଟରେ ପଲାଶ ଇନଷ୍ଟାଗ୍ରାମରେ ମଧ୍ୟ ନିର୍ବନ୍ଧର ଭିିଡିଓ ଅଛି । ସେ ସ୍ମୃତିଙ୍କ ସହ କୌଣସି ଫଟୋ ଡିଲିଟ୍ କରିନାହାନ୍ତିି । ତେବେ ଅଚାନକ ବିବାହ ଘୁଞ୍ଚିବାର କାରଣ କଣ ହୋଇପାରେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଆଗକୁ ଏହି ଫେମସ୍ ଯୋଡ଼ିଙ୍କ ବିବାହ କେବେ ହେଉଛି ଦେଖିବାକୁ ବାକି ରହିଲା ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories