ସୁସ୍ଥ ହୋଇ ଫେରିଲେ ଶ୍ରୀନିବାସ ମାନ୍ଧାନା, ସ୍ମୃତି-ପଲାଶଙ୍କ ହାତଗଣ୍ଠି ପଡ଼ିବ?

ସୁସ୍ଥ ହୋଇ ଫେରିଲେ ଶ୍ରୀନିବାସ ମାନ୍ଧାନା

ତିନି ଦିନ ପରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି କ୍ରିକେଟର ସ୍ମୃତି ମନ୍ଧାନାଙ୍କ ବାପା । ରବିବାର ସ୍ମୃତି-ପଲାଶଙ୍କ ବାହାଘର ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ, ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ମାତ୍ର ଏବେ ବି ସ୍ମୃତି-ପଲାଶଙ୍କ ବାହାଘର ଅନିଶ୍ଚିତତା ଘେରରେ ।

ରବିବାର (ନଭେମ୍ବର 22) ସ୍ମୃତି-ପଲାଶଙ୍କ ଗ୍ରାଣ୍ଡ୍ ୱେଡ୍ଡିଂର ଆୟୋଜନ ହୋଇଥିଲା । ବହୁ ନାମିଦାମୀ ବଲିଉଡ ଷ୍ଟାର୍ ଓ କ୍ରିକେଟର ଯୋଗ ଦେଇଥିଲେ ଏହି ଗ୍ରାଣ୍ଡ୍ ସେରିମନିରେ । ମାତ୍ର ଅଚାନକ ସ୍ମୃତିଙ୍କ ବାହାଘର ବନ୍ଦ ହୋଇ ଯାଇଥିଲା । ପରେ ସ୍ମୃତିଙ୍କ ମ୍ୟାନେଜର ଶ୍ରୀନିବାସ ମନ୍ଧାନା (ସ୍ମୃତିଙ୍କ ବାପା)ଙ୍କୁ ହୃଦଘାତ ଆସିଥିବା କହିଥିଲେ । ବାପା ସୁସ୍ଥ ନ ହେବା ପର୍ଯ୍ୟନ୍ତ ସ୍ମୃତି ବିବାହ କରିବାକୁ ଚାହୁଁ ନାହାନ୍ତି । ତେଣୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏ ବିବାହ ଘୁଞ୍ଚାଇ ଦିଆ ଯାଇଥିବା କହିଥିଲେ ମ୍ୟାନେଜର ।

ଏତିକିରେ ସରିନଥିଲା କାହାଣୀ, ଏଇଠୁ ଆରମ୍ଭ ହୋଇଛି କ୍ଲାଇମାକ୍ସ । ବାହାଘର ଘୁଞ୍ଚିବା ପରେ ସ୍ମୃତି ସୋଶାଲ  ମିଡିଆ ପ୍ଲାଟଫର୍ମରୁ ପଲାଶଙ୍କ ସହ ନିର୍ବନ୍ଧ, ହଳଦୀ ଓ ପ୍ରି-ୱେଡ୍ଡିଂର ସମସ୍ତ ଫଟୋ ଡିଲିଟ୍ କରି ଦେଇଛନ୍ତି । ଏହାପରେ ସାଥୀ ଖେଳାଳି ଜେମିମା ରୋଡ୍ରିଗସ, ଶ୍ରେୟଙ୍କା ପାାଟିଲ ଓ ରାଧା ଯାଦାବ ମଧ୍ୟ ଭିଡିଓ ଓ ପୋଷ୍ଟ୍ ଡିଲିଟ୍ କରିଛନ୍ତି । ସେପଟେ ପଲାଶ ମଧ୍ୟ ସାମାନ୍ୟ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ଥିବା ଖବର ଚର୍ଚ୍ଚା ହୋଇଥିଲା ।

ଏହାପରେ ଫ୍ୟାନ୍, ଫୋଲର୍ସଙ୍କ ମୁହଁରେ ନାନା ଚର୍ଚ୍ଚା । କାହିଁକି ଫଟୋ ଡିଲିଟ୍ କଲେ ସ୍ମୃତି, ପଲାଶ ତାଙ୍କୁ ଠକି ଦେଇଛନ୍ତି, ଉଭୟଙ୍କ ସମ୍ପର୍କରେ ନଜର ଲାଗିଗଲା… ଇତ୍ୟାଦି ଇତ୍ୟାଦି । ଏବେ ସ୍ମୃତିଙ୍କ ବାପା ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସ୍ମୃତିଙ୍କ ବାହାଘର ହେବା ନେଇ ଆଶାବାଦୀ ଅଛନ୍ତି ଫ୍ୟାନ୍ସ । ମାତ୍ର ଏପର୍ଯ୍ୟନ୍ତ ପରିବାରବର୍ଗଙ୍କ ପକ୍ଷରୁ କୌଣସି ବିବାହ ତାରିଖ ଘୋଷଣା କରାଯାଇ ନାହିଁ । କେବେ ବାହାଘର ହେଉଛି, ତା ଉପରେ ନଜର…

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories