ସ୍ମୃତି-ପଲାଶଙ୍କ ପ୍ରୋଫାଇଲ ଅପଡେଟ୍, ଲଗାଇଲେ ନଜର ଟିକା

ସ୍ମୃତି-ପଲାଶଙ୍କ ପ୍ରୋଫାଇଲ ଅପଡେଟ୍, ଲଗାଇଲେ ନଜର ଟିକା

HT ଓଡିଶା ବ୍ଯୁରୋ: କ୍ରିକେଟର ସ୍ମୃତି ମନ୍ଦାନା ଓ ମ୍ୟୁଜିକ କମ୍ପୋଜର ପଲାଶ ମୁଚ୍ଛଲଙ୍କ ବାହାଘର ଘୁଞ୍ଚିବା ଏବଂ ପଲାଶ ସ୍ମୃତିଙ୍କୁ ଧୋକା ଦେଇଥିବା ଚର୍ଚ୍ଚା ମଧ୍ୟରେ ଉଭୟଙ୍କ ସୋଶାଲ ମିଡିଆ ପ୍ରୋଫାଇଲ ହେଲା ଅପଡେଟ୍ । ଉଭୟ ଏକ ଇମୋଜି ସହ ଇଷ୍ଟାଗ୍ରାମ ଆକାଉଣ୍ଟ ଅପଡେଟ୍ କରିଛନ୍ତି, ଯେଉଁଥିରେ ନଜର ଟିକା ଲଗାଇଛନ୍ତି ।

ନଭେମ୍ବର 23ରେ ଉଭୟଙ୍କର ହାତଗଣ୍ଠି ପଡ଼ିବାର ଥିଲା । ମାତ୍ର ହଠାତ୍ ସ୍ମୃତିଙ୍କ ବାପା ଅସୁସ୍ଥ ହୋଇ ପଡ଼ିବାରୁ ବାହାଘରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏହାପରେ ସୋଶାଲ ମିଡିଆରେ ନାନା ଚର୍ଚ୍ଚା ହେଉଛି । ପଲାଶଙ୍କର ଏକ୍ସଗର୍ଲଫ୍ରେଣ୍ଡ ଏବଂ କୋରିଓଗ୍ରାଫର ମ୍ୟାରୀଙ୍କ ସହ ମନ୍ଦ ଉଦ୍ଦେଶ୍ୟରେ ଚାଟିଂ କରିଥିବା ଭାଇରାଲ୍ ହେଉଛି । ଏସବୁକୁ ଦର୍ଶାଇ ନେଟିଜେନ୍ସ ବିବାହ ଘୁଞ୍ଚିବା ପାଇଁ ପଲାଶ ମୁଚ୍ଛଲଙ୍କୁ ଦାୟୀ କରୁଛନ୍ତି । ପଲାଶ ସ୍ମୃତିଙ୍କୁ ଧୋକା ଦେଇଥିବାରୁ ସେ ବାହାଘର ଭାଙ୍ଗି ଦେଇଥିବା ଏବଂ ସୋଶାଲ ମିଡିଆରୁ ହଳଦୀ, ମେହେନ୍ଦୀ ଓ ସଙ୍ଗୀତର ସମସ୍ତ ଫଟୋ ଡିଲିଟ୍ କରି ଦେଇଥିବା ଚର୍ଚ୍ଚା କରୁଛନ୍ତି ।

ଅନ୍ୟ କେହି ମଧ୍ୟ ଉଭୟଙ୍କ ସମ୍ପର୍କରେ ନଜର ଲାଗି ଯାଇଥିବା କହୁଛନ୍ତି । କିଛି ନକାରାତ୍ମକ ଦୃଷ୍ଟି ଥାଏ, ଯାହା ଅନ୍ୟର ଖୁସି ମୁହୂର୍ତ୍ତରେ ନଜର ପକାଇଦିଏ । ଏହା ସତ – ସ୍ମୃତି ତାଙ୍କ ସମ୍ପର୍କକୁ ସୋଶାଲ ମିଡିଆରେ ଡିଣ୍ଡିମ ପିଟିବାରୁ ଏପରି ଅଘଟଣ ଘଟିବା ପ୍ରମାଣ କରୁଛି ବୋଲି କେହି କେହି ସୋଶାଲ ମିଡିଆରେ ଚର୍ଚ୍ଚା କରିଥିଲେ । ସ୍ମୃତି ଓ ପଲାଶ ସୋଶାଲ ମିଡିଆ ପ୍ରୋଫାଇଲରେ ନଜର ଟିକା ଲଗାଇବା ପରେ ସେମାନେ ମଧ୍ୟ ଏସବୁ ଭାବନାକୁ ବିଶ୍ୱାସ କରୁଥିବା କୁହାଯାଉଛି ।

ପ୍ରକାଶ ଥାଉକି, ମ୍ୟୁଜିକ୍ କମ୍ପୋଜର ପଲାଶଙ୍କୁ ଦୀର୍ଘଦିନ ଧରି ଡେଟିଂ କରିଥିଲେ କ୍ରିକେଟର ସ୍ମୃତି ମନ୍ଦାନା । ଶେଷରେ ଡିୱାଇ ପାଟିଲ ଷ୍ଟାଡିୟମରେ ଉଭୟ ସରପ୍ରାଇଜ୍ ଏନଗେଜମେଣ୍ଟ କରିଥିଲେ । ଯେଉଁ ସମୟର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଗ୍ରାଣ୍ଡ୍ ୱେଡ୍ଡିଂ ସେରିମନି । ବହୁ ନାମି ଦାମୀ ବଲିଉଡ ଷ୍ଟାର୍, କ୍ରିକେଟର ଓ ବନ୍ଧୁବର୍ଗଙ୍କୁ ନେଇ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ସେରିମନି ହୋଇଥିଲା । ରବିବାର ହାତଗଣ୍ଠି ପଡ଼ିବାର କିଛି ଘଣ୍ଟା ପୂର୍ବରୁ ଅଚାନକ ଉଭୟଙ୍କ ବାହାଘର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚି ଯାଇଛି । ତେବେ ସୋଶାଲ ମିଡିଆରେ ନାନା ଚର୍ଚ୍ଚା ମଧ୍ୟରେ ସ୍ମୃତି ପଲାଶଙ୍କୁ ବାହା ହେବେ କି ନାହିଁ, ଯଦି ବାହା ହେବେ କେବେ ଏସବୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଯାଏଁ ବାହାଘରକୁ ନେଇ ସ୍ମୃତି ମୁହଁ ଖୋଲିନଥିବା ବେଳେ ଆଗକୁ ୱମେନ୍ସ ପ୍ରିମିୟର ଲିଗ୍ ରହିଛି । ଏନେଇ ସେ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories