ତାଳଚେର ରେଳ ଷ୍ଟେସନ ଠାରେ ରେଲ୍ ୟୁଜର୍ସ କମିଟିର ଶାନ୍ତିପୂର୍ଣ୍ଣ ଗଣଧାରଣା

ତାଳଚେର ରେଳ ଷ୍ଟେସନ ଠାରେ ରେଲ୍ ୟୁଜର୍ସ କମିଟିର ଶାନ୍ତିପୂର୍ଣ୍ଣ ଗଣଧାରଣା

ତାଳଚେର(ବିଜୟ କୁମାର ଦେବତା): ତାଳଚେର ରେଳ ଷ୍ଟେସନକୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଆସିବା ଯଥାଶୀଘ୍ର ତାଳଚେର-ଅନୁଗୋଳ ୱାଇ ଲାଇନ୍ କାର୍ଯ୍ୟକାରୀ କରିବା, ତାଳଚେର ମଧ୍ୟରେ ଥିବା ସମସ୍ତ ରେଲୱେ ଓଭରବ୍ରିଜ୍ ଗୁଡିକ ନିର୍ମାଣ କରିବା, ତାଳଚେର ରୋଡ୍ ଷ୍ଟେସନ୍ କୁ ଯାତାୟତର ସୁବିଧା ପାଇଁ ରାସ୍ତାଘାଟ ତିଆରି କରିବା, ଉଭୟ ଷ୍ଟେସନ୍ ର ଉନ୍ନତି କରଣ ଓ ଯାତ୍ରୀ ମାନଙ୍କର ସୁରକ୍ଷା ଦାବୀରେ ରେଲ୍ ୟୁଜର୍ସ କମିଟି ପକ୍ଷରୁ ତାଳଚେର ଷ୍ଟେସନ୍ ସମ୍ମୁଖରେ ୪୮ ଘଂଟିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇ ବିଭିନ୍ନ ଦାବୀ ଉପସ୍ଥାପନ କରାଯାଇଥିଲା । ଅପରାହ୍ନରେ ଏରିଆ ରେଲୱେ ମ୍ୟାନେଜର ପବନ କୁମାର ବିଶ୍ୱକର୍ମା ଧାରଣାରତ କମିଟିର କର୍ମକର୍ତା ଓ ସଦସ୍ୟମାନଙ୍କୁ ଡାକି ଆଲୋଚନା କରିଥିଲେ । ପୁରୀ-ଅନୁଗୋଳ ମେମୁ ଟ୍ରେନ୍ ତାଳଚେର ଠାରେ ରାତ୍ର ୮.୨୦ ରେ ପହଂଚିବାର ସମୟ ଥିବାବେଳେ ପ୍ରତ୍ୟେକ ଦିନ ରାତ୍ର ୧୦ ଘଟିକା ପରେ ଓ ପୁରୀ-ତାଳଚେର ପାସେଞ୍ଜର ଟ୍ରେନ୍ ପହଂଚିବାର ସମୟ ରାତ୍ର ଘ.୯.୨୦ମି. ଥିବାବେଳେ ରାତ୍ର ୧୨ଟା ରେ ପହଂଚୁଛି ।

ଉଭୟ ଟ୍ରେନ୍ ସଠିକ୍ ସମୟରେ ତାଳଚେର ଠାରେ ପହଂଚିବା ପାଇଁ କର୍ତୃପକ୍ଷ ପ୍ରତିଶୃତି ଦେବା ସହ ଉଭୟ ଷ୍ଟେସନ୍ ର ଉନ୍ନତି କରଣ ଓ ଯାତ୍ରୀ ମାନଙ୍କର ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା ଏବଂ ୱାଇ ଲାଇନ୍ ର କାର୍ଯ୍ୟକାରିତା, ଓଭରବ୍ରିଜ୍ ଗୁଡିକ ନିର୍ମାଣ ପାଇଁ ଖୁବ୍ ଶୀଘ୍ର ଖୋର୍ଦ୍ଧା ଡିଆରଏମ୍ ଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯିବା ପାଇଁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ । ଏହାପରେ ଏହି ଗଣଧାରଣା ସ୍ଥଗିତ ରଖାଗଲା ।

ଏହି ଆନ୍ଦୋଳନରେ ଉପସଭାପତି ଚିନ୍ତାମଣି ମହାପାତ୍ର, ସାଧାରଣ ସଂପାଦକ ଅଭୟ ପାଣି, ଜାତୀୟ ମାନବାଧିକାର ରାଜ୍ୟ ସଭାପତି ଦେବେନ୍ଦ୍ର ସିଂ, କେଶବ ଭୂତିଆ, ପ୍ରଫୁଲ ନାଏକ, ଗଗନ ଦାସ, ମନୋଜ ଶତପଥି, ଚୈତନ୍ୟ ପ୍ରଧାନ, ଶୋଭାଗିନୀ ଦେବୀ, ମାନସୀ ମହାପାତ୍ର, ସୁକାନ୍ତ ଦାସ, ବିନୋଦ ଲାଲ୍‌, ଅରେନ୍ ପାଣି, ଜିତେନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories