ଭାରତୀୟ ବଜାରରେ ଲଞ୍ଚ ହୋଇଛି ବହୁ ପ୍ରତିକ୍ଷିତ ଟାଟା ମୋଟର୍ସର ପ୍ରତିଷ୍ଠିତ Tata Sierra। ନୂତନ ଡିଜାଇନ୍, ମଡର୍ନ ଟେକ୍ନଲୋଜି ଏବଂ ହାଇ ସେଫ୍ଟି ଫିଚର୍ସ ସହ ଲଞ୍ଚ ହୋଇଛି ଏହି ମଡେଲ୍ । ଏହି ମଡେଲ୍ ୧୯୯୩ରୁ ୨୦୦୧ ମଧ୍ୟରେ ବିକ୍ରି ହୋଇଥିବା ଟାଟା ସିଏରାର ପୁରୁଣା ମେମୋରି ସହ ଡିଜାଇନ୍ କରାଯାଇଛି । ବର୍ଷ ବର୍ଷ ଧରି ବଜାରରୁ ଦୂରେଇ ରହିବା ପରେ ଏବେ ଗ୍ରାଣ୍ଡ୍ ଏଣ୍ଟ୍ରି କରିଛି ଟାା ସିଏରା । ଲଞ୍ଚ୍ ପରେ ସିଏରା SUV କିଆ ସେଲଟୋସ୍, ହୁଣ୍ଡାଇ କ୍ରେଟା ଏବଂ ମାରୁତି ସୁଜୁକି ଭିକ୍ଟୋରିସ୍ ସହ କଡା ଟକ୍କର ଦେବ ବୋଲି କୁହାଯାଉଛି ।
ଟାଟା ଏହି ମଡେଲକୁ C-ସେଗମେଣ୍ଟରେ ଲଞ୍ଚ କରିଛି । Tata Sierra ର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷ ଟଙ୍କା । ଏଥିରେ ଆଉ କି କି ଫିଚର୍ସ ରହିଛି ଏବଂ କାହିଁକି ମାର୍କେଟରେ Tata Sierra ଡିଜାଇନ ଉପରେ ଚର୍ଚ୍ଚା ହେଉଛି, ନଜର ପକାନ୍ତୁ ।
Tata Sierra ନୂତନ AWD-ପ୍ରସ୍ତୁତ ARGOS ପ୍ଲାଟଫର୍ମରେ ତିଆରି କରାଯାଇଛି । ଏଥିରେ ୨୦୫ mm ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ ୬୨୨ ଲିଟର ବୁଟ୍ ସ୍ପେସ୍ ଅଛି । FWD ଭର୍ସନ ସତ୍ତ୍ୱେ Tata Sierra ଅଫ୍-ରୋଡ୍ ପାଇଁ ଉପଯୁକ୍ତ ।
ଟାଟାର ଏହି ନୂଆ ମଡେଲରେ ପୁରୁଣା ସିଏରାର ଆଲପାଇନ୍ ୱିଣ୍ଡୋ ଷ୍ଟାଇଲକୁ ନୂଆ ରୂପରେ ଡିଜାଇନ୍ କରାଯାଇଛି । SUV ଭଳି ୧୯-ଇଞ୍ଚ ଆଲୟ ଚକ ଦିଆଯାଇଛି । ଏଥିରେ ସବୁଠାରୁ ପତଳା ୧୭ mm ଯୁକ୍ତ LED ହେଡଲାଇଟ୍, LED DRL, LED ଫଗ୍ ଲ୍ୟାମ୍ପ, କନେକ୍ଟେଡ୍ LED ଟେଲ ଲାଇଟ୍, ୧୯-ଇଞ୍ଚ ଆଲୟ ଚକ, ଫ୍ଲସ୍ ଡୋର୍ ହ୍ୟାଣ୍ଡେଲ୍, ମସ୍କୁଲାର ଡିଜାଇନ୍, କର୍ଣ୍ଣରିଂ ଫଗ୍ ଲ୍ୟାମ୍ପ ସହ SUV ଷ୍ଟାନ୍ସ ରହିଛି ।
୧୬ ଡିସେମ୍ବର ୨୦୨୫ରୁ ସିଏରା SUV ପାଇଁ ବୁକିଂ ଆରମ୍ଭ ହେବ ଏବଂ ୧୫ ଜାନୁଆରୀ ୨୦୨୬ରୁ ଡେଲିଭରି ଆରମ୍ଭ ହେବ। ଏଥିରେ ୭ଟି ବିସ୍ତୃତ ଭାରିଆଣ୍ଟ ଅଛି, ଯଥା – ସ୍ମାର୍ଟ ପ୍ଲସ୍, ପିଓର୍, ପିଓର୍ ପ୍ଲସ୍, ଆଡଭେଞ୍ଚର୍, ଆଡଭେଞ୍ଚର୍ ପ୍ଲସ୍, ଏକମ୍ପ୍ଲିଶଡ୍ ଏବଂ ଏକମ୍ପ୍ଲିଶଡ୍ ପ୍ଲସ୍ । ସମସ୍ତ ଭାରିଆଣ୍ଟର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନଥିଲେ ମଧ୍ୟ, ୫-ଡୋର୍ SUVର ପ୍ରାରମ୍ଭିକ ମୂଲ୍ୟ ଏକ୍ସ-ଶୋରୁମରେ ୧୧.୪୯ ଲକ୍ଷ ଟଙ୍କା ରଖାଯାଇଛି।








