ମାଲକାନଗିରି: ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବ ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଥାନା MV-୨୬ରେ ଭଙ୍ଗାରୁଜା, ପୋଡ଼ାଜଳା । ହଜାର ହଜାର ଆଦିବାସୀ ଲୋକେ ହାତରେ ଖଣ୍ଡା କାତି ନେଇ ପୋଲିସର ବ୍ୟାରିକେଡ ଭାଙ୍ଗି ଏମଭି -୨୬ ଗାଁରେ ପଶି ବହୁ ବଙ୍ଗାଳି ଘରକୁ ନିଆଁ ଲଗେଇ ପୋଡି ଦେଇଛନ୍ତି। ଗାଁ ରେ BNS 163 ଲାଗୁ ହୋଇଛି । ଘର ଭିତରେ ନିଆଁ ଘର ବାହାରେ ନିଆଁ। ରାସ୍ତା ଉପରେ ଜଳୁଛି ଯାନବାହନ। ଜମି ବିବାଦ ରୁ ଆରମ୍ଭ ହୋଇଥିବା ଏକ କଳହ ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ଥିଲା। MV26 ଗାଁ ର ସୁକ ରଞ୍ଜନ ମଣ୍ଡଳ ନାମକ ଜଣେ ବ୍ୟକ୍ତି ରାଖାଲଗୁଡା ଗାଁ ର ଜଣେ ଆଦିବାସୀ ମହିଳା କୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡ ଆଉ ଗଣ୍ଡିକୁ ଅଲଗା କରି ପୋଟେରୁ ନଦୀରେ ଫିଙ୍ଗୀ ଦେଇଥିବା ଅଭିଯୋଗ ହୋଇଛି। ଘଟଣାର ଚାରି ଦିନ ପରେ ପୋଲିସ ମୁଣ୍ଡ ବିହୀନ ଶବ ଉଦ୍ଧାର କରିଛି । ଦମକଳ ବାହିନୀ, ଓଡ୍ରାଫ ଟିମ ପୋଟରୁ ନଦୀରେ କଟାମୁଣ୍ଡ ଖୋଜୁଛନ୍ତି । ତେବେ ମୁଣ୍ଡ ନ ମିଳିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିବେ ନାହିଁ ବୋଲି ଲୋକେ ଧମକ ଦେଇଛନ୍ତି । ରବିବାର ଆଦିବାସୀ ଲୋକେ MV-26 ଗାଁରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ।
ସୋମବାର ଲଙ୍କାକଣ୍ଡ ଘଟାଇଛନ୍ତି । ଆସବାବପତ୍ର ମଟର ସାଇକେଲ ଏବଂ ଯାନବାହନ ରାସ୍ତା କୁ ଆଣି ନିଆଁ ଲଗେଇ ଦେଇଛନ୍ତି । ନଡ଼ିଆ ଗଛ ସହ ଅନ୍ୟାନ୍ୟ ଗଛକୁ ଉତ୍ତ୍ୟକ୍ତ ଲୋକେ ସବୁ କାଟି ପକାଇଥିଲେ। ବଙ୍ଗୀୟ ଲୋକଙ୍କ ଘରୁ ଜିନିଷ ପତ୍ର ମଧ୍ୟ ବାହାର କୁ କାଢି ଭାଙ୍ଗି ଦେଇଛନ୍ତି । ଜନଶୂନ୍ୟ ଏମଭି -୨୬ ଗାଁ । ଗାଁ ରେ ମୃତୟନ ହୋଇଛନ୍ତି BSF, OSAP, IRB, DVF ଏବଂ ପୋଲିସ । ପୋଲିସ କୁ ଠେଲାପେଲା କରିଥିଲେ ଉତ୍ୟକ୍ତ ଲୋକେ। ମାଲକାନଗିରି SP ଙ୍କ ସହ ପୋଲିସ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଂଚିଛନ୍ତି। ଗାଁରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଚାଲିଥିବା ବେଳେ ଶାନ୍ତି ରକ୍ଷା କରିବା ପାଇଁ ଅପିଲ କରିଛନ୍ତି ମାଲକାନଗିରି ଆରକ୍ଷୀ ଅଧିକ୍ଷକ ।
ଅନ୍ୟପଟେ ଆଦିବାସୀ ଲୋକଙ୍କ ଆକ୍ରମଣ କୁ ବିରୋଧ କରି ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ୍ବ ବଙ୍ଗୀୟ ଲୋକ। MV-୩ ଛକ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରିଛନ୍ତି । ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରି ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଗିରଫ ପାଇଁ ଦାବିପତ୍ର କରିଛନ୍ତି ।







