ସୁନ୍ଦରଗଡ଼: ଜଙ୍ଗଲ ରାଣୀ ସରୋଜିନୀ ମହାନ୍ତ। ମହିଳାଙ୍କ ନାଁରେ ଜଙ୍ଗଲ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେ ହୋଇଛି ଏଭଳି। ତିନି ଏକର ରୁ ଅଧିକ ଜଙ୍ଗଲର ନାଁ ଆଦିବାସୀ ମହିଳା ସରୋଜିନୀଙ୍କ ନାଁରେ ନାମିତ ହୋଇଛି।ନାଁ ହେଉଛି “ସରୋଜିନୀ ବନ”। ପ୍ରାୟ ପାଞ୍ଚ ହେକ୍ଟର ରୁ ଅଧିକ ଜଙ୍ଗଲ ସରୋଜିନୀଙ୍କ ନାଁରେ ନାମିତ ହୋଇଛି।। ତାଙ୍କ ନାମରେ ନାମିତ ହେଲା ସଂରକ୍ଷିତ ଜଙ୍ଗଲ। ।ବଣାଇ ଉପଖଣ୍ଡ ଉଲସୁରେଇ ଗ୍ରାମରେ ରହିଛି ସରୋଜିନୀ ଜଙ୍ଗଲ। ଉଲସୁରେଇ ଗାଁ ର ସରୋଜିନୀ ମହାନ୍ତ ଙ୍କ ନାମରେ ନାମିତ ହୋଇଛି ଏହି ବନ। ପାଞ୍ଚ ହେକ୍ଟର ରୁ ଅଧିକ ସଂରକ୍ଷିତ ଜଙ୍ଗଲ କୁ ସରୋଜିନୀ ଙ୍କ ନାମରେ କରାଯାଇଛି ନାମିତ।
ଛଅ ହଜାର ରୁ ଅଧିକ ଗଛ କୁ ଲଗାଇ ଏହାକୁ ସୁନ୍ଦର ଜଙ୍ଗଲ ରେ କରିଛନ୍ତି ପରିଣତ। ସୁନ୍ଦର ପରିବେଶ ଏବଂ ସୁନ୍ଦର ସବୁଜ ବନାନୀ ଜଙ୍ଗଲ । ଦିନ ଥିଲା ଏହି ଅଞ୍ଚଳରେ ପଡିଆ ଥିଲା। କେହି ଭାବିନଥିଲେ ଯେ ଏଠାରେ ସୁନ୍ଦର ଭାବରେ ଜଙ୍ଗଲ ଉଠି ପାରିବ।କିନ୍ତୁ ସରୋଜିନୀ ତାଙ୍କ ଚେଷ୍ଟାରେ ଏଠାରେ ଜଙ୍ଗଲ ସୃଷ୍ଟି କରିଛନ୍ତି। ଏଠି ଅଛି ଆମ୍ବ, ପଣସ, ଲିଚୁ, ତୁତ, ସହ ପିଜୁଳି ଏବଂ ଶିଶୁ, ଗମ୍ଭାରୀ,ଅଁଳା, ବାହାଡ଼ା,ହରିଡା, ଶାଳ ଭଳି ଗଛ। ପ୍ରତିଦିନ ଜଙ୍ଗଲରେ ଝାଡୁ ମାରି ଗଛରେ ପାଣି ଢାଳି ଗଛକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଏଥିରେ ସଫଳ ମଧ୍ୟ ହୋଇଛନ୍ତି।ଗଛ କୁ ଯତ୍ନ ନେବା ଏବଂ ତାକୁ ସଜାଡି ବଡ଼ କରିବା ସରୋଜିନୀ ଙ୍କ ଜୀବନର ମୂଳ ଲକ୍ଷ୍ୟ ହୋଇଛି।
ସରୋଜିନୀ ଓ ଗ୍ରାମବାସୀ ମିଶି ଏଠାରେ ଗଛ ଲଗାଇ ସଂରକ୍ଷିତ କରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ।ଏହାପରେ ଏଠାରେ GPS ରିଡିଙ୍ଗ କରାଯାଇଥିଲା। ତାପରେ ଆରମ୍ଭ ହୋଇଥିଲା ଗଛ ଲଗାଇବା କାର୍ଯ୍ୟକ୍ରମ। ବଣାଇ କୁଳିପୋଷ ଫରେଷ୍ଟ ରେଞ୍ଜ ଅଧୀନରେ ଏବଂ ଗ୍ରାମବାସୀ ଙ୍କ ସାହାଯ୍ୟ ରେ ଏଠାରେ ୨୦୨୦ରୁ ଲଗାଯାଇଛି ଗଛ। ଏହାପରେ ଯେଉଁ ଅଞ୍ଚଳରେ ପ୍ଲାଣ୍ଟେସନ ହୋଇଥିଲା ପ୍ରାୟ ତିନି ହେକ୍ଟର ରୁ ଉର୍ଦ୍ଧ୍ବ ଜଙ୍ଗଲ ଜମି କୁ ସରୋଜିନୀ ବନ ବୋଲି ନାମିତ କରାଯାଇଛି। ଜଣେ ମହିଳା ନିଜର ଇଛା ବଳରେ ପ୍ରକୃତି କୁ ବଞ୍ଚାଇବା ପାଇଁ ଗଛ କୁ ସାଇତି ରଖୁଛନ୍ତି ଏବଂ ଏହା କିପରି ବଡ଼ ହେବ ତାହା ନେଇ ଯତ୍ନବାନ ହେଉଛନ୍ତି। ସରୋଜିନୀ ପ୍ରକୃତି ସେବା ମନୋବୃତିକୁ ସାଧାରଣରେ ପ୍ରଶଂସା କରାଯାଇଛି।







