ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ UGC NET ଡିସେମ୍ବର ୨୦୨୫ ସେସନର ପରୀକ୍ଷା ଫଳ ଆଜି ଅର୍ଥାତ୍ ୪ ଫେବୃଆରୀ, ୨୦୨୬ ରେ ପ୍ରକାଶ ପାଇବାକୁ ଯାଉଛି। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ମାଧ୍ୟମରେ ନିଜର ସ୍କୋରକାର୍ଡ ଏବଂ କଟ୍-ଅଫ୍ ମାର୍କ ଯାଞ୍ଚ କରିପାରିବେ।
ସୂଚନାଯୋଗ୍ୟ ଯେ, UGC NET ଡିସେମ୍ବର ସେସନ ପରୀକ୍ଷା ଗତ ଡିସେମ୍ବର ୩୧, ୨୦୨୫ ରୁ ଜାନୁଆରୀ ୭, ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ କମ୍ପ୍ୟୁଟର ଭିତ୍ତିକ (CBT) ମୋଡ୍ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଜାନୁଆରୀ ୧୪ ରେ ପ୍ରାଥମିକ ଉତ୍ତର ସୂଚୀ (Provisional Answer Key) ଜାରି କରାଯାଇଥିଲା। ଆଜି ଫଳାଫଳ ସହିତ ଚୂଡ଼ାନ୍ତ ଉତ୍ତର ସୂଚୀ (Final Answer Key) ମଧ୍ୟ ପ୍ରକାଶ ପାଇବାର ସମ୍ଭାବନା ରହିଛି।
କିଭଳି ଦେଖିବେ ନିଜର ରେଜଲ୍ଟ?
ପରୀକ୍ଷାର୍ଥୀମାନେ ନିମ୍ନଲିଖିତ ସୋପାନ ଅନୁସରଣ କରି ନିଜର ପରୀକ୍ଷା ଫଳ ଦେଖିପାରିବେ:
୧. ପ୍ରଥମେ ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in କୁ ଯାଆନ୍ତୁ।
୨. ହୋମପେଜ୍ରେ ଥିବା ‘UGC NET December 2025 Result’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
୩. ଏକ ନୂଆ ଲଗଇନ୍ ପେଜ୍ ଖୋଲିବ, ସେଠାରେ ନିଜର Application Number ଏବଂ Date of Birth ଦିଅନ୍ତୁ।
୪. ସିକ୍ୟୁରିଟି କୋଡ୍ ଦେଇ ସବମିଟ୍ (Submit) ବଟନ୍ ଉପରେ କ୍ଲିକ୍ କରନ୍ତୁ।
୫. ଆପଣଙ୍କ ସ୍କୋରକାର୍ଡ ସ୍କ୍ରିନ୍ରେ ଦେଖାଯିବ, ଏହାକୁ ଡାଉନଲୋଡ୍ କରି ପ୍ରିଣ୍ଟଆଉଟ୍ ରଖିଦିଅନ୍ତୁ।
କଟ୍-ଅଫ୍ ମାର୍କ (Cut-off Marks):
ଚଳିତ ବର୍ଷର କଟ୍-ଅଫ୍ ମାର୍କ ପରୀକ୍ଷାର କଠିନତା, ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏବଂ ବିଷୟ ଅନୁସାରେ ଭିନ୍ନ ଭିନ୍ନ ରହିବ। ସାଧାରଣ ବର୍ଗ (General) ପାଇଁ ସର୍ବନିମ୍ନ ୪୦% ଏବଂ ସଂରକ୍ଷିତ ବର୍ଗ (SC/ST/OBC/PwD) ପାଇଁ ୩୫% ମାର୍କ ରଖିବା ଜରୁରୀ। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଜୁନିୟର ରିସର୍ଚ୍ଚ ଫେଲୋସିପ୍ (JRF) ପାଇଁ ଯୋଗ୍ୟ ବିବେଚିତ ହେବେ।








