ଡିସେମ୍ବର ୪ରୁ ବ୍ୟାନ୍ ହୋଇଯିବ ଇନଷ୍ଟାଗ୍ରାମ ଫେସବୁକ୍!

ସବୁଠି ସୋଶାଲ ମିଡ଼ିଆର କ୍ରେଜ୍। ପିଲାଠୁ ବୟସ୍କ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଆଉ ସୋସିଆଲ ମିଡିଆ ଆକାଉଣ୍ଟ। ରାତି ପାହିଲେ ରିଲ୍ସ ଓ ମେସେଜିଂରୁ ଆରମ୍ଭ ହେଉଛି ଦିନ। ଯାହାକୁ ନେଇ ଛୋଟ ପିଲାମାନଙ୍କ ପାଠପଢା, ସ୍ବାସ୍ଥ୍ୟ ଓ ଭବିଷ୍ୟତ ଚିନ୍ତାରେ। ଏହାରି ମଧ୍ୟରେ ମେଟା ନେବାକୁ ଯାଉଛି ଯୁଗାନ୍ତକାରୀ ପଦକ୍ଷେପ। ଏଣିକି ୧୬ ବର୍ଷରୁ କମ ବୟସର ପିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ ଚଲେଇ ପାରିବେନି। ଏସବୁ ଆକାଉଣ୍ଟକୁ ବ୍ୟାନ କରିବ କମ୍ପାନୀ।

ଆସନ୍ତା ଡିସେମ୍ବର ୪ରୁ ଅଷ୍ଟ୍ରେଲିଆ ସରକାର ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ଡିସେମ୍ବର ୧୦ ସୁଦ୍ଧା ସମସ୍ତ ଆକାଉଣ୍ଟ ହଟାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିରେ TikTok, YouTube, Snapchat, Threads, Reddit, Twitch ଏବଂ X ମଧ୍ୟ ସାମିଲ ରହିଛି। ୧୬ ବର୍ଷରୁ କମ୍ ପିଲା ଏସବୁ ଆକାଉଣ୍ଟ ୟୁଜ୍ କରିପାରିବେ ନାହିଁ।

ପ୍ରକାଶ ଥାଉକି ନିକଟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନ୍ଥୋନି ଆଲବନିଜ ପିଲାମାନଙ୍କ ସୋଶାଲ ମିଡ଼ିଆ ବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ପଦକ୍ଷେପ ସ୍ଵରୂପ ସରକାର ଦେଶରେ ଏପରି ନିୟମ ଲାଗୁ କରିବାକୁ ଯାଉଛନ୍ତି। ଯଦି ନିୟମ ଉଲ୍ଲଘଂନ ହୁଏ, ତେବେ ସୋଶାଲ ମିଡ଼ିଆ କମ୍ପାନୀକୁ ୫୦ ମିଲିୟନ ଡଲାର ଅର୍ଥାତ୍ ପାଖାପାଖି ୨୮୩ କୋଟି ଟଙ୍କା ଜୋରିମାନା ଗଣିବାକୁ ପଡ଼ିବ।

ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆରେ ୧୩-୧୫ ବର୍ଷ ବୟସର ୩ ଲକ୍ଷ ୫୦ ହଜାର Instagram ୟୁଜର୍ସ ଅଛନ୍ତି। ସେହିପରି, ୧ ଲକ୍ଷ ୫୦ ହଜାର ଫେସବୁକ୍ ବ୍ୟବହାର କରୁଛନ୍ତି। ଏସବୁ ଆକାଉଣ୍ଟକୁ ବର୍ତ୍ତମାନ ବନ୍ଦ କରାଯିବ। ଯଦି କୌଣସି କିଶୋର ୧୬ ବର୍ଷ ହେବା ପରେ ଆକାଉଣ୍ଟ ବ୍ୟବହାର କରିବା ପାଇଁ ଚାହିଁବେ ସେମାନେ ଏଜ୍ ସ୍କାନରେ ବ୍ୟବହାର ହେବାକୁ ଥିବା ଭିଡ଼ିଓ ସେଲଫି ଜରିଆରେ ରିଷ୍ଟାର୍ଟ କରିପାରିବେ।

କେବଳ ଅଷ୍ଟ୍ରେଲିଆ ନୁହେଁ, ନ୍ୟୁଜିଲାଣ୍ଡ ଏବଂ ନେଦରଲ୍ୟାଣ୍ଡ ମଧ୍ୟ ଏହି ପଦକ୍ଷେପ ଆପଣେଇବାକୁ ଯାଉଛି। ଭାରତ ଆଗକୁ ଏନେଇ କି ଆଭିମୁଖ୍ୟ ରଖୁଛି ତା’ ଉପରେ ନଜର।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories