ନିଆରା ପରମ୍ପରା: ପର୍ବକୁ ଆସିଲେ ଘରକୁ ନେଇକି ଯିବେ ଛେଳି, ମଦ, କୁକୁଡ଼ା

ନିଆରା ପରମ୍ପରା: ପର୍ବକୁ ଆସିଲେ ଘରକୁ ନେଇକି ଯିବେ ଛେଳି, ମଦ, କୁକୁଡ଼ା

କୋରାପୁଟ: ବାର ମାସରେ ତେର ପର୍ବ । ପର୍ବ, ପର୍ବାଣୀକୁ ନେଇ ରହିଛି ବହୁ ଲୋକ କଥା । ବିଶ୍ବାସ, ପରମ୍ପରାର ବାର୍ତ୍ତା ବହନ କରୁଥିବା ପର୍ବ ସମସ୍ତଙ୍କୁ ଏକାଠି କରିବାର ମାଧ୍ୟମ । ସେଥିପାଇଁ ପର୍ବରେ ଦାନକୁ ବିଶେଷ ଭାବେ ଗୁରୁତ୍ଵ ଦିଆଯାଏ । ହେଲେ ଏମିତି ପର୍ବ ଅଛି, ଯେଉଁଠି ପର୍ବ ପର୍ବାଣୀରେ ଲୋକଙ୍କୁ ଉପହାର ମଦ, କୁକୁଡ଼ା ଦିଆଯାଏ । ଲୋକଙ୍କୁ ଆଉ ଏହି ଉପହାର ଦିଅନ୍ତି ଜନପ୍ରତିନିଧି । ଏମିତି ଏକ ନିଆରା ପର୍ବ ପାଳନ ହୁଏ କୋରାପୁଟରେ । ପର୍ବର ନାଁ ହେଉଛି ଦିଆଲ ପର୍ବ । ଏହାକୁ ପାଳନ କରନ୍ତି କୋରାପୁଟ ଜିଲ୍ଲା ଡମ ସମାଜ ପକ୍ଷରୁ ଏହି ପର୍ବ ପାଳନ କରାଯାଏ । ସମସ୍ତଙ୍କୁ ଏକାଠି କରିବାର ଅବସର ହେଉଛି ଦିଆଲ ପର୍ବ । ପିଲାଠୁ ବୁଢା ସମସ୍ତେ ଗୋଟିଏ ଜାଗାରେ ଏକାଠି ହୁଅନ୍ତି । ସ୍ଥାନୀୟ ଲୋ ପ୍ରତିନିଧି ବି ସାମିଲ ହୋଇ ଲୋକଙ୍କୁ ଉତ୍ସାହିତ କରିଥାନ୍ତି  । ତେବେ ଏହି ପର୍ବର ଏକ ନିଆରା ପରମ୍ପରା ହେଉଛି ଲୋକଙ୍କୁ ଉପହାର ଦେବା । ପ୍ରତ୍ୟକ୍ଷ ଠାକୁରାଣୀ ନିଶାଣି ମୁଣ୍ଡାରେ ପୂଜା ଅର୍ଚନା ପରେ ଶୋଭାଯାତ୍ରା ସହର ପରିକ୍ରମା କରେ । ଡକ୍ଟର ବି.ଆର ଆମ୍ବେଦକର ପଡିଆରେ ଆୟୋଜିତ ହୋଇଥିଲା ଦିଆଲ ପର୍ବ । ଏଥିରେ କୋରାପୁଟ ବିଧାୟକ ରଘୁରାମ ମାଛ, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲଙ୍କ ସମେତ ଅନେକ ଜନପ୍ରତିନିଧି ଯୋଗ ଦେଇଥିଲେ ।

ଦିଆଲି ପରବ ହେଉଛି ଡ଼ମ ସମାଜର ଏକ ପ୍ରମୁଖ ପର୍ବ । ନିଜର କଳା ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବାର ମାଧ୍ୟମ ହେଉଛି ଏହି ପର୍ବ । ଡମ ସମାଜର ଗଣପର୍ବ କୁହାଯାଉଥିବା ଦିଆଲ ପର୍ବ ସାମାଜିକ ସଂସ୍କୃତି, ପରମ୍ପରା ଓ ଭାଇଚାରାର ପର୍ବ। ଆଦିବାସୀ ନାଚଗୀତରେ ମଜିଥିଲେ ଲୋକେ ଓ ଜନପ୍ରତିନିଧି । ତେବେ ଏଠାରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା । ପର୍ବରେ ଚାଉଳ, କୁକୁଡ଼ା, ଦେଶୀ ମଦ, ଛେଳି, କଦଳୀ ସାଙ୍ଗକୁ ଆଦିବାସୀଙ୍କ ପିଠା ପଣାର ଆସର ଦେଖିବାକୁ ମିଳିଥିଲା ।ସାଧାରଣ ଲୋକଙ୍କୁ ମଞ୍ଚରେ ଉପହାର ଦେଇଥିଲା ବିଧାୟକ । ମଞ୍ଚ ଉପରେ ଲୋକଙ୍କୁ ଛେଳି, କୁକୁଡ଼ା ଓ ମଦ ଉପହାର ସ୍ବରୂପ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ପୂର୍ବରୁ ଏହାକୁ ଦେଖି ନଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବ । ହେଲେ କଥାଟା ସତ ଏହା ଡମ ସମାଜର ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପ୍ରାୟସ । ଭାଇଚାରା ବଜାୟ ରଖିବାକୁ ଉଦ୍ୟମ । ମନୋମାଳିନ୍ୟ ଭୁଲି ସମସ୍ତେ ଏକାଠି ହୁଅନ୍ତି ଭାଇଚାର ଓ ଏକତାର ବାର୍ତ୍ତା ଦିଅନ୍ତି । ସରଳ ଓ ନୀରିହ ଆଦିବାସୀଙ୍କ ଏହି ପର୍ବ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ହେଲେ ସର୍ବସାଧାରଣରେ ମଞ୍ଚ ଉପରେ ଲୋକଙ୍କୁ ଜନପ୍ରତିନିଧି ମଦ ବାଣ୍ଟିବା ଘଟଣାକୁ ନେଇ ଚର୍ଚା ଚାଲିଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories