Vastu Tips: ଘରେ କରନ୍ତୁନି ଏହି କାମ, ଲକ୍ଷ୍ମୀ ରହିବେନି, ମାଡି ଆସିବ ବିପଦ

ଘରେ କରନ୍ତୁନି ଏହି କାମ

ଆମେ ବେଳେବେଳେ ଘରକୁ ସୁନ୍ଦର ଭାବେ ସଜେଇବାକୁ ଜାଣତରେ ହେଉ କି ଅଜାଣତରେ ନିଜ ପସନ୍ଦର ଫଟୋ ହେଉ କି ମୂର୍ତ୍ତି କିମ୍ବା ଅନ୍ୟ କିଛି କିଣି ଆଣି ଘରର ଶୋଭା ବଢ଼ାଇବାକୁ ମନ ମୁଁତାବକ ଲଗାଇଥାନ୍ତି। ଏହାର ପରିଣାମ ବିଷୟରେ ଆମକୁ ଜଣା ନ ଥାଏ। ଘରର ଶୋଭା ବର୍ଦ୍ଧନ କରୁଥିବା ମୁଖ୍ୟ ଦ୍ଵାରରେ କେଉଁ ଜିନିଷ ରଖିବା ଉଚିତ୍ ନୁହେଁ ତାହା ଜାଣିବା ସମସ୍ତଙ୍କ ପକ୍ଷେ ନିତାନ୍ତ ଆବଶ୍ୟକ। ବାସ୍ତୁ ଶାସ୍ତ୍ର କହେ ମୁଖ୍ୟ ଦ୍ୱାର ସକରାତ୍ମକ ଓ ନକରାତ୍ମକ ରାସ୍ତା ଖୋଲିଥାଏ । ସୌଭାଗ୍ୟ ଓ ସୁଖର ପ୍ରବେଶ ବୋଲି କୁହାଯାଏ। ତେଣୁ ମୁଖ୍ୟ ଦ୍ୱାର ନିକଟରେ କେତେକ ଜିନିଷର ବ୍ୟବହାରକୁ ନିଷେଧ କରାଯାଇଛି।

ଅନ୍ଧାର ରଖନ୍ତୁ ନି ଘରର ମୁଖ୍ୟ ଦ୍ୱାର। ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ସଫଳତା ଉପରେ ପଡିଥାଏ । ଲାଗିଥିବା ଫଟୋ ଖରାପ ହୋଇଗଲେ କିମ୍ୱା ଧୂଳି ଜମିଲେ ହଟାଇ ଦିଅନ୍ତୁ ନଚେତ୍ ସଫା କରନ୍ତୁ । ନଚେତ୍ ଅଯଥା ବାଦ-ବିବାଦ ସହ ସମ୍ପର୍କ ହୁଏ । ଅନୁପଯୋଗି ଜିନିଷର ରଖନ୍ତୁ ନାହିଁ । ଏହାଦ୍ୱାରା ରାହୁ ଚଳନ ଖରାପ ହୋଇଯାଏ । ରାହୁ ଚଳନ ଖରାପ ହେଲେ ରୋଗ ଓ ଦୁଶ୍ଚିନ୍ତା ଲାଗି ରହେ। କପଡା, ଚପଲ ଠିକ୍ ସ୍ଥାନରେ ରଖନ୍ତୁ । ଜୋତା ଓ କପଡା ଆଲମୀରା ବ୍ୟବସ୍ଥିତ କରି ରଖନ୍ତୁ । ନଚେତ୍ ଆପଣଙ୍କ ଧନ କ୍ଷୟ ହେବା ସହ ଜୀବନରେ ଅଶାନ୍ତିର କଳାବାଦଲ ମାଡି ଆସିବ।

ଘରେ ପାଣି ବ୍ୟବହାର ଏକ ଗୁରୁତ୍ଵ ବହନ କରେ। ଟ୍ୟାପରୁ ପାଣି ଝରିବା ଅଶୁଭ । ଟପ୍, ଟପ୍ ଶବ୍ଦ ନକରାତ୍ମକ ଭାବନା ସୃଷ୍ଟି କରେ। ଯାହା ସ୍ୱାସ୍ଥ୍ୟ ସମସ୍ୟା ସହ ଜଡ଼ିତ ଓ ମାନସିକ ଅଶାନ୍ତି କରେ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories