ପଞ୍ଜାବରୁ ମୁମ୍ବାଇ ସଫର୍; ଦୁଇ ପତ୍ନୀଙ୍କ ସ୍ୱାମୀ, 6 ପିଲା ଓ 335 କୋଟିର ମାଲିକ

 ପଞ୍ଜାବରୁ ମୁମ୍ବାଇ ସଫର୍

89 ବର୍ଷ ବୟସରେ ଆଖି ବୁଜିଛନ୍ତି ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଦେଓଲ । ଦୀର୍ଘ 6 ଦଶନ୍ଧି ଧରି ଅଭିନୟ ଜାଦୁରେ କୋଟି କୋଟି ଦର୍ଶକଙ୍କୁ କିମିଆ କରିଥିଲେ । ଏଥିପାଇଁ ତାଙ୍କୁ ହିନ୍ଦି ସିନେମାର ହି-ମ୍ୟାନ୍ କୁହାଯାଉଥିଲା । କେବଳ ହିନ୍ଦି ସିନେମା ନୁହେଁ, ବଲିଉଡ଼ରେ ଛାଇ ଯାଇଥିବା ଦେଓଲ ପରିବାରର ସେ ଥିଲେ ବରଗଛ । ତେବେ ଧର୍ମେନ୍ଦ୍ରଙ୍କ ବଲିଉଡ଼ ଯାତ୍ରା କିପରି ଥିଲା, ନଜର ପକାନ୍ତୁ…

ଧର୍ମେନ୍ଦ୍ର ପଞ୍ଜାବର ଲୁଧିଆନା ଜିଲ୍ଲାର ନସରଲି ଗାଁରେ ଜନ୍ମ ହୋଇଥିଲେ । ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ ଥିଲେ । ମାତ୍ର 19 ବର୍ଷ ବୟସରେ ସିନେମା କରିବା ପୂର୍ବରୁ 1954ରେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ଉଭୟଙ୍କର 4ଟି ସନ୍ତାନ (ଦୁଇ ପୁଅ, ଦୁଇ ଝିଅ) ଅଛନ୍ତି । ବଡ଼ ପୁଅ ସନି ଦେଓଲ ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ଏବଂ ରାଜନେତା । ସେ ପୂଜା ଦେଓଲଙ୍କୁ ବିବାହ କରିଛନ୍ତି, ଏବଂ ସେମାନଙ୍କର ଦୁଇ ପୁଅ କରଣ ଦେଓଲ ଓ ରାଜବୀର ଦେଓଲ । ଉଭୟ ଅଭିନେତା ଭାବେ ପରିଚିତ ।

ସାନ ପୁଅ ବବି ଦେଓଲ ଜଣେ ଅଭିନେତା ଓ ପ୍ରଯୋଜକ ମଧ୍ୟ । ସେ ଜଣେ ଇଣ୍ଟେରିଅର ଡିଜାଇନର ତାନ୍ୟା ଆହୁଜାଙ୍କୁ ବିବାହ କରିଛନ୍ତି । ସେମାନଙ୍କର ଦୁଇ ପୁଅ, ଆର୍ଯ୍ୟମାନ ଦେଓଲ ଓ ଧରମ ଦେଓଲ । ସେହିପରି ଦୁଇ ଝିଅ ଜଣେ ବିଜୟତା ଓ ସାନ ଝିଅ ଅଜିତା ।

୧୯୮୦ ମସିହାରେ, ଧର୍ମେନ୍ଦ୍ର ଅଭିନେତ୍ରୀ ହେମା ମାଳିନୀଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ ହଇଚଇ ସୃଷ୍ଟି କରିଥିଲା । ଉଭୟ ବଲିଉଡକୁ ବହୁ ହିଟ୍ ସିନେମା ଭେଟି ଦେଇଥିଲେ । ଡ୍ରିମ୍ ଗର୍ଲ ଓ ହି-ମ୍ୟାନଙ୍କ ଅଭିନୀତ ସିନେମା ସୀତା ଔର ଗୀତା, ରାଜା ଜାନି, ଜୁଗନୁ ଏବଂ ଶୋଲେ ଖୁବ୍ ହିଟ୍ ହୋଇଥିଲା । ଉଭୟଙ୍କର ମଧ୍ୟ ଦୁଅଟି ସନ୍ତାନ ଅଛନ୍ତି ।

ବିଳାଶପୂର୍ଣ୍ଣ ଜୀବନ ଜିଉଁଥିଲେ ଧର୍ମେନ୍ଦ୍ର । ସେ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ପ୍ରଥମ ପତ୍ନୀ ଓ ପିଲାଛୁଆଙ୍କ ପାଖରେ ରହୁଥିଲେ । ଶହ ଶହ କୋଟି ଟଙ୍କାର ମାଲିକ ଥିଲେ ଧର୍ମେନ୍ଦ୍ର । ତାଙ୍କର ଆନୁମାନିକ ସମ୍ପତ୍ତି ମୂଲ୍ୟ 335 କୋଟି ଟଙ୍କାରୁ 450 କୋଟି ଟଙ୍କା ମଧ୍ୟରେ ହେବ । ଧର୍ମେନ୍ଦ୍ରଙ୍କର 100 ଏକର ଜମିରେ ଏକ ଫାର୍ମହାଉସ୍ ମଧ୍ୟ ଅଛି । ପୂରା ଦେଓଲ ଫ୍ୟାମିଲି ପାଖରେ ଅତିକମରେ 1,000 କୋଟି ଟଙ୍କା ଥିବା ଅନୁମାନ କରାଯାଉଛି ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories