ଆମେରିକାକୁ ଖାତିର କରୁନାହାନ୍ତି ଆତଙ୍କବାଦୀ । ହ୍ୱାଇଟ୍ ହାଉସ୍ ନିକଟରେ ଆତଙ୍କୀ ହମଲା ହୋଇଥିବା ସନ୍ଦେହ କରାଯାଉଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭବନର କିଛି ବ୍ଲକ୍ ଦୂରରେ ଘଟିଛି ଗୁଳିକାଣ୍ଡ । ଏଥିରେ ଦୁଇ ଜଣ ସୁରକ୍ଷାାକର୍ମୀଙ୍କ ସହ 3 ଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଆମେରିକା ପୋଲିସ ।
ସୂଚନା ଅନୁସାରେ, ବୁଧବାର ମଧ୍ୟାହ୍ନ ସମୟରେ ଗୁଳିକାଣ୍ଡ ଘଟିଥିଲା । ଅଚାନକ ଜଣେ ଦୁର୍ବୃତ୍ତ ଆସି ଫାୟାରିଂ କରିଥିଲେ । ଫଳରେ ତିନି ଜଣ ଆହତ ହୋଇଥିଲେ । ଉପସ୍ଥିତ ଅନ୍ୟ ସୁରକ୍ଷାକର୍ମା ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି । ତେବେ ଗିରଫ ରମାନଉଲ୍ଲାହ ଲକନୱାଲ କିଏ, ଜାଣନ୍ତୁ…
ରହମାନଉଲ୍ଲାହ ଲକାନୱାଲ୍ କିଏ?
ଆମେରିକା ହ୍ୱାଇଟ୍ ହାଉସ୍ ଗୁଳିକାଣ୍ଡ ଘଟଣାରେ ରହମାନଉଲ୍ଲାହକୁ ସନ୍ଧିଗ୍ଧ ଭାବେ ଗିରଫ କରାଯାଇଛି । ସେ ଆଫଗାନିସ୍ତାନର ମୂଳ ବାସିନ୍ଦା । 2021ରେ ଆମେରିକାକୁ ଆସିଥିଲା । ରହମାନଉଲ୍ଲାହ ଅପରେସନ୍ ଆଲାଇଜ୍ ୱେଲକମ୍ ଜରିଆରେ ଆମେରିକାକୁ ଆସିଥିଲା । ଏହି କାର୍ଯ୍ୟକ୍ରମ ପାଇଁ USCIS (United States Citizenship and Immigration Services) 2021 ଅର୍ଥାତ୍ ଆମେରିକା ନାଗରିକତା ଓ ପ୍ରବେଶ ସେବା ଜରିଆରେ ଆଫଗାନ ନାଗରିକଙ୍କ ପାଇଁ ଆଶ୍ରୟ ଆବେଦନକୁ ତ୍ୱରାନ୍ୱିତ କରିଥିଲା । ଏହି ଅପରେସନ ମାଧ୍ୟମରେ ରହମାନଉଲ୍ଲାହ ଆମେରିକାକୁ ଆସିଥିବା କୁହାଯାଉଛି ।
ଦନ୍ତକାରୀ ଟିମର କହିବା ଅନୁସାରେ, ଏହି ଗୁଳିକାଣ୍ଡରେ ରହମାନଉଲ୍ଲାହ ପଛରେ ଅନ୍ୟ କେହି ନାହାନ୍ତି । ସେ ନିଜେ ହିଁ ଏପରି କାଣ୍ଡ ଭିଆଇଛି । ଫେଡେରାଲ୍ ଏଜେନ୍ସି ରହମାନଉଲ୍ଲାହର ବ୍ୟାକଗ୍ରାଉଣ୍ଡ୍ ଚେକ୍ କରିବା ସହ ଘଟଣାସ୍ଥଳରେ ପହଞ୍ଚି ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ନେଉଛନ୍ତି ।
ସେପଟେ, ହମଲା ପରେ ହାଇଆଲର୍ଟରେ ରହିଛି ୱାଶିଂଟନ ଡିସି ପୋଲିସ । ୱାଶିଂଟନରେ ଅତିରିକ୍ତ 500 ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଆମେରିକା ସୁରକ୍ଷା ଏଜେନ୍ସି ଏହା ଆତଙ୍କୀ ହମଲା ହୋଇପାରେ ବୋଲି ସନ୍ଦେହ କରୁଛି ।








