କିଏ ସେ ରହସ୍ୟମୟୀ? ଯାହା ପାଇଁ ହାରିଗଲେ ହ୍ୟୁମାନ, ନେଇଥିଲେ BMW, କୋଟିଏ ଟଙ୍କାର ଫ୍ଲାଟ୍

କିଏ ସେ ରହସ୍ୟମୟୀ?

ଭୁବନେଶ୍ୱର: ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଙ୍କ ମୃତ୍ୟୁ କୁ ନେଇ ସବୁଦିନ ଆସିଛି ନୂଆ ଓ ରୋମାଞ୍ଚକର ତଥ୍ୟ। ହ୍ୟୁମାନଙ୍କୁ ନେଇ ଏତେ ଉତ୍ସୁକତା ରହିଛି ଯେ ପ୍ରତିଟି ଖବର ଜାଣିବାକୁ ମୋବାଇଲରେ ହ୍ୟୁମାନ ନାଁ ଓ ଫଟୋ ଦେଖିଲେ ଅଟକି ଯାଇଛି ସମସ୍ତଙ୍କ ଆଙ୍ଗୁଠି। ସମସ୍ତେ ଜାଣିବାକୁ ଚାହୁଛନ୍ତି ହ୍ୟୁମାନଙ୍କ ମୃତ୍ୟୁ ପାଇଁ ପ୍ରକୃତରେ ଦାୟୀ କିଏ। ମାଆ ସେଫଳୀଙ୍କ ବୟାନ ପରେ ଘଟଣା ଉପରୁ କେବେ ପରଦା ହଟିବ ସମସ୍ତଙ୍କ ନଜର। ତେବେ ମା ଯେଉଁ ତିନି ଜଣଙ୍କ ନାଁ କହିଛନ୍ତି ସେଥି ମଧ୍ୟରୁ ଜଣେ ଜଣାଶୁଣା ଗାୟିକାଙ୍କୁ ନେଇ ଚର୍ଚ୍ଚା ଜୋର। ଯୁବତୀ ଜଣକ ବହୁ ଦିନ ହେଲା ହ୍ୟୁମାନ ଙ୍କ ସହ ସମ୍ପର୍କରେ ଥିଲେ। ଏମିତିକି ଉଭାୟଙ୍କ ମଧ୍ୟରେ ନିବିଡ ସମ୍ପର୍କ ଥିଲା। ଘରକୁ ଯା ଆସ କରୁଥିଲେ ଯୁବତୀ। ସାଙ୍ଗ ହୋଇ ପ୍ରୋଗ୍ରାମ କରିଥିଲେ। ଯୁବତୀଙ୍କ ଲାଇଫ୍‌ଷ୍ଟାଇଲ୍‌ ଥିଲା ବେଶ ଆରାମ ଦାୟକ। ସିଏ BMW କାର୍ ଚଳାଇବା ଓ କୋଟିଏ ଟଙ୍କାର ଫ୍ଲାଟ୍ କିଣିଥିବା ଚର୍ଚ୍ଚା ଚାଲିଛି।

ତେବେ ଯେଉଁ ଯୁବତୀ ଜଣଙ୍କୁ ନେଇ ଏ ଚର୍ଚା ସିଏ ଏବେ କୁଆଡେ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି। ହ୍ୟୁମାନ ମେଡ଼ିକାଲରେ ଥିବାବେଳେ ଦେଖିବାକୁ ଆସିଥିଲେ। ହ୍ୟୁମାନ ଙ୍କ ମୃତ୍ୟୁ ଓ ତାଙ୍କ ନାଁ ଚର୍ଚ୍ଚା ହେଲା ପରେ ଏବେ ସେ ପୁରା ଗାଏବ। ଯଦିଓ ଏ ନେଇ ଥାନାରେ କୌଣସି ମାମଲା ହୋଇନି, ପୋଲିସର ଓ ତଦନ୍ତ ଭୟରେ ଯୁବତୀ ଜଣକ ଏବେ ଉଭାନ। ସୂତ୍ର ଅନୁସାରେ ହ୍ୟୁମାନଙ୍କ ମୃତ୍ୟୁ ପୂର୍ବ ଓ ପରର ଫୋନ୍ ଡିଟେଲ୍, ଆର୍ଥିକ କାରବାର ଉପରେ ପୋଲିସ ତଥ୍ୟ ଯୋଗାଡ଼ କରିଥିବା ସୂଚନା।

ଓଲିଉଡ଼ ସହ ଜଡ଼ିତ କିଛି ଲୋକଙ୍କ କହିବା କଥା ଯୁବତୀ ଜଣକ ଏକ ଘରୋଇ ଟିଭି ଚ୍ୟାନେଲ ରେ ରିଆଲିଟି ସୋ ରେ କାମ କରନ୍ତି, କିଛି ଗୀତ ଗାଆନ୍ତି। ହ୍ୟୁମାନ ଙ୍କ ସହ ସମ୍ପର୍କ ପରେ ତାଙ୍କର ଲଗ୍ଜୁରି ଲାଇଫ ଷ୍ଟାଇଲ କୁ ନେଇ ସନ୍ଦେହ ଉଠିଛି। ପୋଲିସ ବ୍ୟାଙ୍କ ଡିଟେଲସ ସହ ଅନ୍ୟ ଲିଙ୍କ ଯୋଗାଡ଼ କରୁଥିବା ନେଇ ଚର୍ଚ୍ଚା ହେଉଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories