ଭୁବନେଶ୍ବର: ବିଜେଡି ଓ ନବୀନଙ୍କୁ ନେଇ ରାଜ୍ୟ, ତଥା ଜାତୀୟ ରାଜନୀତିରେ କେଉଁଠି ନା କେଉଁଠି ସବୁବେଳେ ଆଲୋଚନା ଚାଲିଛି। ୨୦୨୪ ନିର୍ବାଚନ ଫଳାଫଳ।ପରେ ଚର୍ଚ୍ଚା ଜୋର୍ ଧରୁଛି। ରାଜ୍ୟ ତଥା ଜାତୀୟ ରାଜନୀତିରେ ବିଜେଡ଼ିର ଭୂମିକା କୁ ନେଇ ଯେତିକି ଆଲୋଚନା ହେଉନି ତାଠୁ ବେଶୀ ଚର୍ଚ୍ଚା ବିଜେଡ଼ିର ଭବିଷ୍ୟତକୁ ନେଇ। ଦଳକୁ ଦିଶା ଦେଖାଇବ କିଏ। କିଏ ଧରିବେ ବିଜେଡି ମଙ୍ଗ, କାହାକୁ ଉତ୍ତରାଧିକାରୀ ବାଛିବେ ନବୀନ । ଏସବୁକୁ ନେଇ ଆଲୋଚନା।
ଏହା ଭିତରେ ଅନେକଙ୍କ ନାଁ କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କ ଅତି ନିକଟ କୁହାଯାଉଥିବା ଭି.କେ. ପଣ୍ଡିଆନ ଙ୍କ ସ୍ତ୍ରୀ ତଥା ଓଡ଼ିଆ ଝିଅ ସୁଜାତା କାର୍ତ୍ତିକେୟନ ଙ୍କ ନାଁ କୁ ନେଇ ଗତ କିଛି ଦିନ ହେବ ଆଲୋଚନାର ଶୀର୍ଷକ ପାଲଟିଛି। ତେବେ ଏହାକୁ ନେଇ କିଛି ନେତା ବୁଲେଇ ବଙ୍କେଇ ମତ ଦେଇଥିବାବେଳେ କିଛି ସାମାଜିକ ଗଣମାଧ୍ୟମର ସାହାରା ନେଇ ବିଭିନ୍ନ ମତ ମନ୍ତବ୍ୟ ଦେଉଛନ୍ତି। ଏମିତିକି ନିଜ ମତକୁ ଲୋକଙ୍କ ମତ ଓ ଲୋକ ଚାହୁଁଛନ୍ତି ବୋଲି ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି। ସୁଜାତାଙ୍କୁ ନେଇ ବହୁ ଆଲୋଚନା ହେଉଛି।
ଏ ପ୍ରସଙ୍ଗରେ ବିଜେଡ଼ିର ଦକ୍ଷିଣ ଓଡ଼ିଶାର ଜଣେ ବିଧାୟକ କହିଛନ୍ତି ଏ ବାବଦରେ ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେବେ। ହେଲେ ଯିଏ ବି ହେବ, ଯାହା ବି ହେବ ନବୀନ ଙ୍କ ପରେ ହେବ ବୋଲି କୁହାଯାଉଛି।।ନବୀନଙ୍କ ବର୍ତ୍ତମାନର ରେ ଉତ୍ତରାଧିକାରୀ ଆସିବା କେହି କଳ୍ପନା କରିନାହାନ୍ତି ବୋଲି କହିଛନ୍ତି। ଏବେ ନବୀନ ହିଁ ସର୍ବେସର୍ବା। ତାଙ୍କ ନିର୍ଦ୍ଦେଶରେ କାମ ହେଉଛି। ବାବୁ ନିର୍ଦ୍ଦେଶ ଦେଉଛନ୍ତି, ଦଳର କାମ ହେଉଛି। ଏବେ ଉତ୍ତରାଧିକାରୀ ଆବଶ୍ୟକତା ନାହିଁ।ରାଜନୀତି ରେ କିଏ କେତେବେଳେ ଆସିବ କହିହେବନି। ନବୀନ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ମାନିବୁ। ଏବେ କିନ୍ତୁ ଫିଟ୍ ଆଉ ଫାଇଁନ ଅଛନ୍ତି ନବୀନ । ଅନ୍ୟ ପଟେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାଁ କୁ ନେଇ ଚର୍ଚ୍ଚା ଭିତରେ ଦଳର କେତେକ ବରିଷ୍ଠ ନେତାଙ୍କ ନାଁ ବି ରହିଛି।
ରାଜନୀତି ସମୀକ୍ଷକଙ୍କ ମତ ନବୀନ ଫିଟ୍, ଫାଇନ କହି ଦଳକୁ ଏକାଠି ରଖିବା ଠିକ୍ କିନ୍ତୁ ୨୪ ବର୍ଷର ସଫଳତା ପରେ ୨୪ ନିର୍ବାଚନରେ ଦଳ କ୍ଷମତାରୁ ଯିବା, ନୂଆପଡା ଉପ ନିର୍ବାଚନରେ ତିନି ନମ୍ବରକୁ ଖସି ଆସିବାର ଆଲୋଚନା ଓ ପର୍ଯ୍ୟଲୋଚନା କରିବାର ଆବଶ୍ୟକତା ରହିଛି। ଅନ୍ୟପଟେ ତୃଣମୂଳ ସ୍ତରରେ କର୍ମୀ ଓ ନେତା ଦଳ ଛାଡ଼ିବା ଘଟଣାରୁ ଦଳ ଓ ଦଳୀୟ ନେତାଙ୍କ ଉପରେ ଆସ୍ଥା କମୁଥିବା ପରି ମାନେ ହେଉଛି। ତେଣୁ ବେଳ ଥାଉ ଥାଉ ଦଳକୁ ସଜଡ଼ିବର୍ ଆବଶ୍ୟକତା ରହିଛି। ନବୀନଙ୍କ ପରେ କିଏ ଏ କଥା ସ୍ପଷ୍ଟ ହେଲେ ନେତା ଓ କର୍ମୀଙ୍କ ପାଇଁ ନୂଆ ଦିଶାରେ ଦଳ ପାଇଁ କାମ କରିବାରେ ସୁବିଧା ହେବ ବୋଲି ମତ ପ୍ରକାଶ ପାଇଛି।







