ବିଶ୍ୱବିଜୟୀ ଭାରତ ପଛରେ ଜଣେ ୧୪ ବର୍ଷୀୟ ବାଳକ, ଛଅ ଥର ବିଜୟୀ ହୋଇ ଭାରତ କଲା ଇତିହାସ

ବିଶ୍ୱବିଜୟୀ ଭାରତ ପଛରେ ଜଣେ ୧୪ ବର୍ଷୀୟ ବାଳକ, ଛଅ ଥର ବିଜୟୀ ହୋଇ ଭାରତ କଲା ଇତିହାସ

ଭୁବନେଶ୍ବର: ବିଶ୍ୱବିଜୟୀ ହେଲା ଭାରତୀୟ ଦଳ । ବିପକ୍ଷ ଇଂଲଣ୍ଡକୁ ହରାଇ ଏହି ସଫଳତା ହାସଲ କରିଛି ଟିମ୍ ଇଣ୍ଡିଆ । ଏହି ସଫଳତା ପଛର ହେରୋ ଜଣେ କୁନି ବାଳକ । ନାଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ଵ ପ୍ରତିଯୋଗିତାର ଫାଇନାଲରେ ବିପକ୍ଷ ଦଳକୁ ନିଜ ବ୍ୟାଟିଙ୍ଗର ଯାଦୁରେ ଧରାଶାୟୀ କରିଦେଇଛନ୍ତି ବୈଭବ ।

ଆଜି ପ୍ରଥମେ ବ୍ୟାଟିଂ କରି ଭାରତ ରେକର୍ଡ ୪୧୧ ରନ କରିଥିଲା ଭାରତୀୟ ଦଳ । ଧୂଆଁ ଧାର ବ୍ୟାଟିଂ କରି ବୈଭବ ୮୦ ବଲରେ ୧୭୫ ରନର ପାଳି ଖେଳିଥିଲେ । ଷ୍ଟାଡିୟମରେ ବର୍ଷା କରିଥିଲେ ଛକା ଓ ଚୌକା । ଭାରତ ପକ୍ଷରୁ ଅଧିନାୟକ ଆୟୁଷ ମାଥରେ ଅର୍ଦ୍ଧ ଶତକୀୟ ପାରି ଖେଳି ପ୍ୟାଭିଲିଅନ ଫେରିଥିଲେ । ଜବାବରେ ବିପକ୍ଷ ଇଂଲଣ୍ଡ ୩୧୧ ରନ କରି ସମସ୍ତ ୱିକେଟ ହରାଇଛି । ଭାରତ ଏହି ମ୍ୟାଚ୍ କୁ ୧୦୦ ରନରେ ଜିତିଯାଇଛି ।

ଅଣ୍ଡର-୧୯ ବିଶ୍ୱକପ୍‌ରେ ଭାରତର ସଫଳତା

ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ଭାରତ ସବୁଠାରୁ ସଫଳ ଦଳ ଭାବେ ପରିଚିତ। ଆଜିର ବିଜୟ ପରେ ଭାରତ ଏପର୍ଯ୍ୟନ୍ତ ଛ ଥର ବିଶ୍ୱକପ୍ ଟ୍ରଫି ଜିତିଛି। ୨୦୦୦ ମସିହାରେ ମହମ୍ମଦ କେଫଙ୍କ ଅଧିନାୟକତ୍ୱରେ ପ୍ରଥମ ଟାଇଟଲ୍ ଜିତିଥିଲା ଭାରତ । ୨୦୦୮ରେ ବିରାଟ କୋହଲି, ୨୦୧୨ରେ ଉନ୍ମୁକ୍ତ ଚାନ୍ଦ, ୨୦୧୮ରେ ପୃଥ୍ବୀ ଶ ଓ ୨୦୨୨ ରେ ଯଶ ଧୁଲ୍ ଭାରତକୁ ବିଶ୍ୱବିଜୟୀ କରିଥିଲେ। ଏହା ସହିତ ଭାରତ ଅନେକଥର ଫାଇନାଲ୍‌ରେ ପହଞ୍ଚି ଦ୍ୱିତୀୟ ସ୍ଥାନ ମଧ୍ୟ ହାସଲ କରିଛି।

ଅଣ୍ଡର-୧୯ ରୁ ଟିମ୍ ଇଣ୍ଡିଆ ପର୍ଯ୍ୟନ୍ତ

ଅଣ୍ଡର-୧୯ ବିଶ୍ୱକପ୍ ଭାରତ ପାଇଁ ନୂଆ ତାରକା ତିଆରି କରିବାର ଏକ ବଡ଼ ମଞ୍ଚ। ଏହି ଟୁର୍ନାମେଣ୍ଟରୁ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ୍, ରିଷଭ ପନ୍ତ, ଶୁଭମନ୍ ଗିଲ୍ ଓ ଯଶସ୍ୱୀ ଜୈସୱାଲ୍ ଭଳି ଖେଳାଳି ଆଗକୁ ଆସି ଟିମ୍ ଇଣ୍ଡିଆର ପ୍ରତିନିଧିତ୍ଵ କରିଛନ୍ତି। ଏମାନେ ପ୍ରମାଣ କରିଛନ୍ତି ଯେ ଅଣ୍ଡର-୧୯ ମଞ୍ଚରେ ମିଳୁଥିବା ଅନୁଭବ ଆଗାମୀ ଦିନରେ ବିଶ୍ୱସ୍ତରୀୟ ଖେଳାଳି ତିଆରି କରେ।

ଇତିହାସ:

ଏହି ମଞ୍ଚ ହେଉଛି ଯୁବ ଖେଳାଳିଙ୍କ ପାଇଁ ସବୁଠୁ ବଡ଼ ଆନ୍ତର୍ଜାତୀୟ ମଞ୍ଚ। ୧୯୮୮ ମସିହାରେ ପ୍ରଥମେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରଥମେ ଏହାକୁ “ୟୁଥ୍ ୱର୍ଲ୍ଡକପ୍” ଭାବେ ଜଣାଯାଉଥିଲା। ପରେ ଆଇସିସି ଏହାକୁ ନିୟମିତ ଭାବେ ପରିଚାଳନା କରି ଅଣ୍ଡର-୧୯ ବିଶ୍ୱକପ୍ ରୂପେ ପରିଚିତ କରାଇଲା। ପ୍ରତି ଦୁଇ ବର୍ଷରେ ଏହି ପ୍ରତିଯୋଗିତା ଆୟୋଜିତ ହୁଏ ଏବଂ ଏଠାରୁ ଜନ୍ମ ନିଅନ୍ତି କ୍ରିକେଟର ଭବିଷ୍ୟତ । ବ୍ରାୟାନ୍ ଲାରା, ବିରାଟ କୋହଲି, ଜୋ ରୁଟ୍ ଓ କେନ୍ ୱିଲିୟମସନ୍ ଭଳି ଖେଳାଳିମାନେ ଏହି ମଞ୍ଚରୁ ହିଁ କ୍ରିକେଟ ଜଗତରେ ଆଜି ଲିଜେଣ୍ଡ ହୋଇପାରିଛନ୍ତି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories