ଓଡିଶା ବିଧାନସଭା ପରିଦର୍ଶନ କଲେ 12ଟି ଦେଶର 40 ଜଣ ବିଦେଶୀ ପ୍ରତିନିଧି

ଓଡିଶା ବିଧାନସଭା ପରିଦର୍ଶନ

ଭୁବନେଶ୍ବର: ଆଜି ନୂଆଦିଲ୍ଲୀ ସ୍ଥିତ ଲୋକ ସଭା ସଚିବାଳୟର Parliamentary Research and Training Institute for Democracies (PRIDE) ତରଫରୁ 12ଟି ଦେଶର 40 ଜଣ ବିଦେଶୀ ପ୍ରତିନିଧି ପରିଦର୍ଶନ କରିବା ସହ ସଚିବାଳୟ ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଓଡିଶା ସଚିବାଳୟର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହି ବୈଠକକୁ ଉଦଘାଟନ କରିଥିଲେ । ସେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ବିଧାନସଭାର ଗୌରବମୟ ଇତିହାସ ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ସର୍ବଶ୍ରେଷ୍ଠ । ଚଳିତ 17 ତମ ବିଧାନସଭାର ପ୍ରଥମ ବର୍ଷରେ ମୋଟ 62 ଦିନ ଅଧିବେଶନ କାର୍ଯ୍ୟ ଦିବସ ସମ୍ପାଦନ କରିବା ପାଇଁ ସକ୍ଷମ ହୋଇପାରିଛି । ଏତଦବ୍ୟତୀତ ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଇଜେସନ୍ ଏବଂ କମ୍ପ୍ୟୁଟରୀକରଣ ହେବା ସହ ନେଭା (NeVA) ପ୍ରୋଜେକ୍ଟ ଦ୍ୱାରା ସମସ୍ତ କାର୍ଯ୍ୟକୁ କାଗଜ ଶୂନ୍ୟ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଓଡିଶା ବିଧାନସଭାର ବିଧି ବ୍ୟବସ୍ଥା ଓ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ସମସ୍ତ ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ । ସେହିପରି ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ସଂସଦୀୟ ଓ ସାଂସ୍କୃତିକ ପରମ୍ପରାର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆହୁରି ନିବିଡ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ମାନ୍ୟବର ସାଂସଦ ଶ୍ରୀ ସୁଜିତ କୁମାର ଭାରତୀୟ ସଂସଦୀୟ ପରମ୍ପରା ଓ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ବିଧାନସଭାର ଗବେଷଣା ନିର୍ଦ୍ଦେଶକ ଶ୍ରୀ ତ୍ରିବିକ୍ରମ ପ୍ରଧାନ, ଶ୍ରୀ ପ୍ରଶାନ୍ତ ମଲ୍ଲିକ, ନିର୍ଦ୍ଦେଶକ ପ୍ରାଇଡ ଏବଂ ବିଧାନସଭାର ଅଧିକାରୀମାନେ ଉପସ୍ଥିତ ଥିଲେ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories