ନୂଆପଡ଼ା ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ରୁଦ୍ଧାଦ୍ୱାର ବୈଠକ

ନୂଆପଡ଼ା ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ରୁଦ୍ଧାଦ୍ୱାର ବୈଠକ

ବିଜେଡିର ମାନସ ମନ୍ଥନ। ନୂଆପଡ଼ା ଉପନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ବିଜେଡିର ବଡ଼ ବୈଠକ। ନବୀନ ନିବାସରେ ହେଭିୱେଟଙ୍କୁ ନେଇ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୁଦ୍ଧାଦ୍ୱାର ଆଲୋଚନା । ଚର୍ଚ୍ଚା, ଆଲୋଚନାର ଅବସାନ ଘଟାଇ ଦଳକୁ ମଜଭୁତ କରିବା ସହ ପୂର୍ବ ସ୍ଥିତି ଫେରାଇ ଆଣିବା ଉପରେ ଗୁରୁତ୍ଵ । ସେହି ବିଶ୍ବାସ, ବିକାଶର ବାର୍ତ୍ତାକୁ ଲୋକଙ୍କ ଭିତରେ ଉଜ୍ଜୀବିତ ରଖିବାକୁ ପ୍ରୟାସ । ସେଥିପାଇଁ ଦଳ ଚଳାଇଛି କସରତ । ଦଳର ବରିଷ୍ଠ, ଅଭିଜ୍ଞ, ଅନୁଭବୀ ଓ ଆଗାମୀ ପିଢ଼ିକୁ ଆଗକୁ ନେବା ନେତାଙ୍କୁ ନେଇ ଆଲୋଚନା । ରାଜନୈତିକ ବ୍ୟାପାର କମିଟି ସଦସ୍ୟଙ୍କୁ ନେଇ ବିସ୍ତୃତ ଆଲୋଚନା । ଯାହା ନିଷ୍କର୍ଷ ବାହାରିବ ସେହି ଅନୁସାରେ କାର୍ଯ୍ୟ କରିବେ ନେତା ଓ କର୍ମୀ । ତେବେ ସମସ୍ତଙ୍କ ନଜର ବୈଠକର ଆଲୋଚନାକୁ ନେଇ ।

ସୂତ୍ର ଅନୁସାରେ ନୂଆପଡା ଫଳାଫଳକୁ ଅତି ଗୁରୁତ୍ଵର ସହ ଗ୍ରହଣ କରିଛି ଦଳ । ଗତ ୨୪ ବର୍ଷ ଧରି ଏକ ନମ୍ବର ରେ ଥିବା ଦଳ କେମିତି ତିନି ନମ୍ବରକୁ ଖସିଲା । ଲୋକଙ୍କ ବଳ କୁହାଯାଉଥିବା ଦଳ ଦୁର୍ବଳ ହେଉଛି କି?। ଦଳର ଶୋଚନୀୟ ପରାଜୟ ଓ ତିନି ନମ୍ବରକୁ ଖସିବା ପଛର କାରଣକୁ ନେଇ ଆଲୋଚନା ଓ ପର୍ଯ୍ୟଲୋଚନ ହୋଇପାରେ । ନୂଆପଡ଼ା ପରାଜୟ କାରଣକୁ ଆନାଲିସିସ କରାଯିବା ନେଇ ଚର୍ଚା । ସେହିପରି ନୂଆପଡା ଫଳାଫଳକୁ ନେଇ ନେତାଙ୍କ ଅସନ୍ତୋଷ ପରେ ସ୍ନେହାଙ୍ଗିନୀ ଛୁରିଆ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଏ ନେଇ ଦଳ ହାଇକୋର୍ଟକୁ ଯିବ ହେଲେ ନିଷ୍ପତ୍ତି ନେବେ ନବୀନ । ଏହା ଉପରେ ମଧ୍ୟ ଆଲୋଚନା ନେଇ ସୂତ୍ରରୁ ସୂଚନା ।

ନବୀନଙ୍କ ଭାବମୂର୍ତ୍ତି ରଖିବାରେ ସ୍ଵତନ୍ତ୍ର ରଣନୀତି ଉପରେ ହୋଇପାରେ ଆଲୋଚନା । ଏହା ଉପରେ ବିଚାର ବିମର୍ଷ । ଦଳର ନୂଆ ନେତୃତ୍ଵ ଓ ନୂଆ ଏଣ୍ଟ୍ରିକୁ ବି ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣାଯାଉଛି ଦଳ କାହାକୁ ଦାୟିତ୍ବ ଦେଇପାରେ । ନେତୃତ୍ୱରେ ହୋଇପାରେ ଅଦଳବଦଳ । ନବୀନଙ୍କ ପରେ କିଏ ଧରିବ ମଙ୍ଗ, କିଏ ହେବ ବିଜେଡିର ଉତ୍ତରାଧିକାରୀ ଏ ପ୍ରସଙ୍ଗ ବି ବୈଠକରେ ଉଠିପରେ । ଏହି ପରିପ୍ରେକ୍ଷୀରେ ଗତ କିଛିଦିନ ହେବ ଚାକିରିରୁ ଅବସର ନେଇ ଚର୍ଚ୍ଚାରେ ଥିବା ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ଦଳ ବିରୋଧୀ ମନ୍ତବ୍ୟ, ଅସନ୍ତୋଷକୁ କେମିତି ନିୟନ୍ତ୍ରଣ କରିବେ ସେ ନେଇ ହୋଇପାରେ ପୁଙ୍ଖାନୁପୁଙ୍ଖ ଆଲୋଚନା । ସୋସିଆଲ ମିଡିଆରେ କିଛି ନେତା ଯାହା ମନ ଇଚ୍ଛା ଲେଖୁଛନ୍ତି ସେମାନଙ୍କ ଉପରେ ନିୟନ୍ତ୍ରଣ ରଖିବା ନେଇ ହୋଇପାରେ ଆଲୋଚନା । ତେବେ ସବୁଠୁ ବଡ଼ କଥା ହେଉଛି ଆଗକୁ ଆସୁଛି ବିଧାନସଭା ଶୀତକାଳୀନ ଅଧିବେଶନ। ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ଡିସେମ୍ବର ୩୧ଯାଏ ଚାଲିବ। ବିଧାନସଭାରେ କଣ ରହିବ ରଣ, ଗୃହରେ କେଉଁ ପ୍ରସଙ୍ଗ ଉଠାଇବେ ତା ଉପରେ ଆଲୋଚନା । ତେବେ ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଚୟନ ଉପରେ ବୈଠକରେ ଆଲୋଚନାର ମୂଳଦୁଆ ପଡିପାରେ ବୋଲି ରାଜନୀତି ସମୀକ୍ଷକଙ୍କ ଆକଳନ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories