ବିଜେଡିରେ ସ୍ୱାସ୍ଥ୍ୟ, ସ୍ବାର୍ଥ ରାଜନୀତି! ଦେବାଶିଷଙ୍କ ଇସ୍ତଫା କାରଣ କହିଲେ ପ୍ରମିଳା..

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପରେ ଏବେ ବିଜେଡ଼ିର ଭିତିରି କନ୍ଦଳ ପଦାକୁ ଆସୁଛି। ଦଳୀୟ ନେତୃତ୍ବକୁ ନେଇ ମୁହଁ ଖୋଲିବାରେ ଲାଗିଛନ୍ତି ଜଣକ ପରେ ଜଣେ ନେତା । ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଦଳର ବରିଷ୍ଠ ନାଗରିକ ସେଲ ସଭାପତି ପଦରୁ ଇସ୍ତଫା ଦେଲାପରେ ବିବାଦ ଘନେଉଛି। ଦେବାଶିଷଙ୍କ ଗଣମାଧ୍ୟମରେ ପ୍ରତିକ୍ରିୟାକୁ ଦଳ ପକ୍ଷରୁ ବରିଷ୍ଠ ନେତାମାନେ ଖଣ୍ଡନ କରିଛନ୍ତି। ପ୍ରଥମେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ନିଜର ବକ ଚତୁରତାରେ କହିଥିଲେ ଯେ ସବୁ ଦଳରେ ଭିନ୍ନ ଭିନ୍ନ ମତ ଥାଏ ହେଲେ ଜଣଙ୍କ ମତରେ ଦଳ ଆଗକୁ ଯାଇଥାଏ। ଏବେ ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସିଧା ଦେବାଶିଷଙ୍କୁ ନିଶାନା କରିଛନ୍ତି। ପ୍ରମିଳା କହିଛନ୍ତି କିଛି ନେତା ଅଛନ୍ତି ଯେଉଁମାନଙ୍କ ସ୍ୱାର୍ଥରେ ବାଧା ଆସିଲେ ସେମାନେ ସବୁ କିଛି କରିପାରନ୍ତି। ଦଳ ବିରୋଧରେ ଗପିବା ତାଙ୍କ ପାଇଁ ବଡ଼ କଥା ନୁହେଁ, ଦଳ ଛାଡ଼ିବା ସହ ଦଳର ଅନ୍ୟ ଶୃଙ୍ଖଳିତ କର୍ମୀଙ୍କୁ ମଧ୍ୟ ବିଶୃଙ୍ଖଳା କରିବାକୁ ରାଜନୈତିକ ଇଶାରା ଦେଇଥାନ୍ତି।

ସ୍ୱାର୍ଥପର ଲୋକେ ଦଳ ଛାଡ଼ିଦେବା ଭଲ। ଦଳରେ ରହିକି ଦଳୀୟ ଅନୁଶାସନ ଅନୁସାରେ କାମ ନ କରିବା ଦଳକୁ କ୍ଷତିରେ ପହଞ୍ଚଇଲା ଭଳି କାମ କରିବା ଠିକ୍ ନୁହେଁ। ଏମିତି ଲୋକ ଦଳ ଛାଡ଼ିଦେଲେ ଦଳ ଭଲରେ ଚାଲିବ, ଦଳରେ ଶୃଙ୍ଖଳା ରହିବ। ତେବେ ଦେବାଶିଷଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରମିଳା କହିଛନ୍ତି ଦେବାଶିଷ ଏବେ ଅସୁସ୍ଥ ଅଛନ୍ତି। ଦାୟିତ୍ଵ ତୁଲାଇ ପାରିବେନି ବୋଲି ଇସ୍ତଫା ଦେଇଛନ୍ତି। ଦେବାଶିଷ ଯେତେବେଳେ ପଦବୀ ଆଉ କ୍ଷମତାରେ ଥିଲେ ସେତେବେଳେ କେଉଁ ନୀତି ଆଦର୍ଶରେ ଦଳ ଚାଲୁଥିଲା ବୋଲି ଦେବାଶିଷଙ୍କୁ ପ୍ରଶ୍ନ କରିଛନ୍ତି ପ୍ରମିଳା। ସେତେବେଳେ ଚୁପ୍ ରହୁଥିଲେ, ଆଉ ଏବେ କ୍ଷମତା ଗଲା ପରେ ନୀତି ଆଦର୍ଶ ପଳେଇଲା ବୋଲି ଦେବାଶିଷ ଯେଉଁ ପ୍ରଶ୍ନ ଉଠାଉଛନ୍ତି ଏଥିରେ ତାଙ୍କର ଉଦ୍ଦେଶ୍ୟ କଣ ସମସ୍ତେ ଜାଣିଛନ୍ତି ବୋଲି ପ୍ରମିଳା କହିଛନ୍ତି।

ପ୍ରମିଳାଙ୍କ ପ୍ରତିକ୍ରିୟା ପରେ ରାଜନୀତି ସମୀକ୍ଷକଙ୍କ ଭିନ୍ନ ମତ ପ୍ରକାଶ ପାଇଛି। କହିଛନ୍ତି ଯଦି ଦେବାଶିଷ ଅସୁସ୍ଥ ତେବେ ଇସ୍ତଫା ପରେ ଗଣ ମାଧ୍ୟମକୁ ଯେଉଁ ଭାବେ ଇସ୍ତଫା ର କାରଣ କହି ସମ୍ବୋଧନ କଲେ ଜଣେ ସୁସ୍ଥ ଲୋକଙ୍କ ପରି ଆଚରଣ କରୁଥିଲେ। ଯଦି ପ୍ରକୃତରେ ଦେବାଶିଷ ଅସୁସ୍ଥ ଅଛନ୍ତି ପ୍ରମିଳାଙ୍କ ପାଖରେ କୌଣସି ମେଡିକାଲ ପ୍ରମାଣପତ୍ର ଥାଇ ଦେବାଶିଷଙ୍କୁ ଅସୁସ୍ଥତାର ସାର୍ଟିଫିକେଟ ଦେଲେ ନା ରାଜନୀତିରେ ଦେବାଶିଷ ଅସୁସ୍ଥ ସେ କଥା କହିବାକୁ ଚାହୁଁଛନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପଟେ ପ୍ରମିଳା ନିଜେ ଅସୁସ୍ଥ ଅଛନ୍ତି, ଚିକିତ୍ସା ଚାଲିଛି ଏଭଳି ସ୍ଥିତିରେ କିଏ ଦେବାଶିଷଙ୍କୁ ଅସୁସ୍ଥ ଦର୍ଶାଇବାକୁ ନେଇ ପ୍ରମିଳାଙ୍କ ଅସୁସ୍ଥ ମାନସିକତାର ପରିଚୟ ବୋଲି ଦେବାଶିଷଙ୍କୁ ସମର୍ଥକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ଦେବାଶିଷଙ୍କ ପୂର୍ବରୁ ସାଂସଦ ମୁନା ଖାଁ ଦଳର ସଂଖ୍ୟା ଲଘୁ ସେଲ ସଭାପତି ପଦରୁ ଇସ୍ତଫା ଦେବା ପଛରେ କଣ ଅସୁସ୍ଥତା କାରଣ ବୋଲି ଆଲୋଚନା ହୋଇଛି। ପ୍ରମିଳାଙ୍କ ବୟାନ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories